ବିଜେପି ମେଣ୍ଟ ଜିତିବ ୩୨୯ରୁ ୩୪୨ ଆସନ : ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ : ୨୦୨୪ ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ଦେଶରେ ସରକାର ଗଠନ କରିବ। ବିରୋଧୀଙ୍କ ରଣନୀତି କାମଦେବନି ବୋଲି ସର୍ଭେ ରିପୋର୍ଟ ପ୍ରକାଶ ପାଇଛି।

ଖବର ଅନୁଯାୟୀ ନ୍ୟୁଜ ଏରିନା ଇଣ୍ଡିଆ ନାମକ ସଂସ୍ଥା ରିପୋର୍ଟ କରିଛି ବିଜେପି ମେଣ୍ଟ ଦେଶରେ ୩୨୯ରୁ ୩୪୨ଟି ଆସନ ଜିତିବ। ଅନ୍ୟାନ୍ୟ ଦଳକୁ ମିଳିବ ୨୦୧ରୁ ୨୧୪ଟି ଆସନ। ବିଜେପି ଏକାକୀ ୩୦୧ ଆସନ ଓ ସହଯୋଗୀ ଦଳ ୨୮ଟି ଆସନରେ ଜିତିବାର ସମ୍ଭାବନା ରହିଛି। ଯଦି କଡ଼ା ଟକ୍କର ହେବାକୁ ଥିବା ୧୨ଟି ଆସନ ବିଜେପି ସପକ୍ଷରେ ଯାଏ ତେବେ ଦଳ ୨୦୧୯ର ରେକର୍ଡକୁ ଭାଙ୍ଗିବାକୁ ସକ୍ଷମ ହେବ।

ସେହିପରି ଓଡ଼ିଶାର ୨୧ଟି ଲୋକସଭା ଆସନରୁ ବିଜେପି କେବଳ ୭ଟିରେ ଜିତିବ। ରାଜ୍ୟରେ କ୍ଷମତାସୀନ ବିଜେଡି ୧୪ଟି ଆସନ ଜିତିବାର ସମ୍ଭାବନା ଥିବାବେଳେ କଂଗ୍ରେସ ଖାତା ଖୋଲିପାରିବ ବନାହିଁ। ୨୦୧୯ରେ ବିଜେପି ଓଡ଼ିଶାରେ ୮ଟି, ବିଜେଡି ୧୨ଟି ଓ କଂଗ୍ରେସ ଗୋଟିଏ ଲୋକସଭା ଆସନ ଜିତିଥିଲେ ହେଁ ୨୦୨୪ ବେଳକୁ ଅଙ୍କ ବଦଳିବ ବୋଲି କୁହାଯାଇଛି।

ସର୍ଭେସଂସ୍ଥା କରିଥିବା ଆକଳନ ଅନୁଯାୟୀ ବିଜେପି ସହ ପରୋକ୍ଷରେ ବନ୍ଧୁତା କରିଥିବା ରାଜନୈତିକ ଦଳ ବିଜେଡି, ଟିଡିପି ଓ ୱାଇଏସ୍‌ଆର କଂଗ୍ରେସ ୨୦୨୪ରେ ୩୯ଟି ଆସନ ଜିତିବେ। ବିଏସ୍‌ପି ଏଥର ମଧ୍ୟ ଲୋକସଭାରେ ଖାତା ଖୋଲିପାରିବ ନାହିଁ। ସେହିପରି ଏଆଇଏଡିଏମକେର ସମାନ ଅବସ୍ଥା ହୋଇପାରେ। ଆପ୍‌ ଏକକ ସଂଖ୍ୟା ଅର୍ଥାତ ୧୦ଟି ଲୋକସଭା ଆସନ ଜିତିପାରିବନି। କଂଗ୍ରେସ ୯ଟି ରାଜ୍ୟରେ ଏବଂ ବିଜେପି ପଞ୍ଜାବ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ ଓ କେରଳରେ ଖାତା ଖୋଲି ପାରିବ ନାହିଁ। ସର୍ଭେ ରିପୋର୍ଟରେ କୁହାଯାଇଛି ଗୁଜରାଟରେ ବିଜେପି-୨୬, ଅନ୍ୟାନ୍ୟ ଦଳକୁ-୦ ଆସନ ମିଳିବ। ହରିଆଣା : ବିଜେପି-୯ଟି, କଂଗ୍ରେସ-୧। ମଧ୍ୟପ୍ରଦେଶ : ବିଜେପି-୨୮ରୁ ୨୯ ଓ କଂଗ୍ରେସ ୦ରୁ ୧। ରାଜସ୍ଥାନ : ବିଜେପି-୨୪ରୁ ୨୫, ଅନ୍ୟାନ ଦଳକୁ -୦ରୁ ୧। ମହାରାଷ୍ଟ୍ର : ବିଜେପି-୨୯ରୁ ୩୬, ଏମଭିଏ-୧୨ରୁ ୧୯। ଉତ୍ତର ପ୍ରଦେଶ : ବିଜେପି ମେଣ୍ଟ ୭୨ରୁ ୭୩, ସପା- ୭ ଓ କଂଗ୍ରେସ ୦ରୁ ୧। ବିହାର : ବିଜେପି ମେଣ୍ଟକୁ ୩୦ ଓ ମହାଗଠନବନ୍ଧନ-୧୦ ଆସନ ପାଇବ।

ସେହିପରି ଆସାମରେ ବିଜେପି ମେଣ୍ଟକୁ ୧୧ ଆସନ ମିଳିବାକୁ ଥିବା ବେଳେ କଂଗ୍ରେସ ୨ ଓ ଏଆଇୟୁଡିଏଫକୁ ଗୋଟିଏ ଆସନ ମିଳିବ। ଦିଲ୍ଲୀ : ବିଜେପି ୭ ଓ ଆପ୍‌-୦। ଉତ୍ତରାଖଣ୍ଡ : ବିଜେପି-୫ ଓ ଅନ୍ୟାନ୍ୟ ଦଳ-୦। ହିମାଚଳ ପ୍ରଦେଶ : ବିଜେପି ୪ ଓ ଅନ୍ୟାନ୍ୟ ଦଳ- ୦। ଜମ୍ମୁ-କଶ୍ମୀର : ବିଜେପି ୨ଓ ଅନ୍ୟାନ୍ୟ ଦଳକୁ -୩। ଲଦାଖ : ଆକଳନ ହୋଇନି। ଚଣ୍ଡିଗଡ଼ : ବିଜେପି। ପୁଡୁଚେରୀ : ବିଜେପି ମେଣ୍ଟକୁ ମିଳିବ ସଫଳତା। ଝାରଖଣ୍ଡ : ବିଜେପି ମେଣ୍ଟ ୧୦ରୁ ୧୧ ଓ ୟୁପିଏ-୩ରୁ ୪ ଆସନ। ଓଡ଼ିଶା : ବିଜେପି ୭ ଓ ବିଜେଡି-୧୪। ବେଙ୍ଗଲ : ବିଜେପି-୧୩, ଟିଏମସ-୨୮ ଓ କଂଗ୍ରେସକୁ ମିଳିବ ଗୋଟିଏ ଆସନ।

ଏହାବ୍ୟତୀତ ଅରୁଣାଚଳ ପ୍ରଦେଶ : ବିଜେପି-୨। ମଣିପୁର : ବିଜେପି ମେଣ୍ଟ -୨। ସିକ୍କିମ ଓ ମିଜୋରାମରେ ବିଜେପି ମେଣ୍ଟ। ତାମିଲନାଡୁ : ବିଜେପି-୦ ଓ ୟୁପିଏ-୩୯ ଆସନ। କେରଳ : ବିଜେପି-୦, କଂଗ୍ରେସ ମେଣ୍ଟ-୧୭, ବାମପନ୍ଥୀ-୩। ତ୍ରିପୁରା : ବିଜେପି ୧ରୁ ୨, ଟିଆଇପିଆରଏ-୦ରୁ ୧। ଛତିଶଗଡ଼ : ବିଜେପି-୭ ଓ କଂଗ୍ରେସକୁ ୪ ଆସନ। ତେଲେଙ୍ଗାନା : ବିଜେପି- ୭, ବିଆରଏସ-୭, କଂଗ୍ରେସ ୨ ଓ ଏଆଇଏମଆଇଏମ-୧ ଆସନ। କର୍ଣ୍ଣାଟକା : ବିଜେପି ୨୨, ଜେଡିଏସ-୨, କଂଗ୍ରେସ-୪। ପଞ୍ଜାବ : ବିଜେପି -୦, ଅକାଳୀ- ୦, କଂଗ୍ରେସ-୫, ଆପ୍- ୮। ଆଣ୍ଡାମାନ- ବିଜେପି, ଦାଦ୍ରା ନଗର ହାବେଳି- ଏସଏସୟୁବିଟି, ଡାମନ ଡ୍ୟୁ- ବିଜେପି, ଗୋଆ- ବିଜେପି -୨, ଅନ୍ୟାନ୍ୟ ଦଳ -୦, ଲାକ୍ଷାଦ୍ୱୀପ : କଂଗ୍ରେସ, ମେଘାଳୟ : ବିଜେପି ମେଣ୍ଟ-୨, ଅନ୍ୟାନ୍ୟ ଦଳ -୦, ନାଗାଲାଣ୍ଡ : ବିଜେପି ମେଣ୍ଟ। ଆନ୍ଧ୍ର ପ୍ରଦେଶ : ବିଜେପି-୦, ଟିଡିପି-୧୦ ଓ ୱାଇଏସ୍‌ଆର କଂଗ୍ରେସକୁ -୧୫ଟି ଆସନ ମିଳିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button