ଝାରସୁଗୁଡ଼ା ଉପନିର୍ବାଚନ : ସବୁ ବୁଥରେ ହେବ ୱେବକାଷ୍ଟିଂ

ଭୁବନେଶ୍ଵର : ଝାରସୁଗୁଡ଼ା ଉପନିର୍ବାଚନରେ ସବୁ ବୁଥରେ ୱେବକାଷ୍ଟିଂ କରାଯିବ। ନିର୍ବାଚନ ଅଧିକାରୀ ସିଧାସଳଖ ସବୁ ଦେଖି ପାରିବେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଏହି ସୂଚନା ଦେଇଛନ୍ତି।

ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆହୁରି କହିଛନ୍ତି ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ୪୦ ପ୍ରତିଶତ ସମ୍ବେଦନଶୀଳ ବୁଥ ରହିଛି। ହେଲେ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ ଅଛି। ଦୁଇଟି ରାଜନୈତିକ ଦଳ ଠାରୁ ଆମେ ନିର୍ବାଚନ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗ ପାଇଛୁ। ଜିଲ୍ଲାପାଳ ଏହି ଅଭିଯୋଗ ପାଇଥିବା ବେଳେ ସବୁର ତଦନ୍ତ ଚାଲିଛି। ମୁଁ ନିୟମିତ ଭାବେ ଝାରସୁଗୁଡ଼ା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସହ ଆଲୋଚନା କରୁଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button