ଭୁବନେଶ୍ୱର ସହରରେ ନିଯୁକ୍ତି ସୁଯୋଗ ୪ ପ୍ରତିଶତ କମିଛି

ନୂଆଦିଲ୍ଲୀ : ସହର ଗୁଡିକରେ ନିଯୁକ୍ତି ସୁଯୋଗ ହ୍ରାସ ପାଉଥିବା ବେଳେ ବେକାରଙ୍କ ସଂଖ୍ୟା ବଢୁଛି। ନିଯୁକ୍ତି ସୂଚନା ଦେଉଥିବା ପ୍ଲାଟଫର୍ମ ‘ନୌକ୍ରି’ ଏହି ତଥ୍ୟ ଦେଇଛି। ଭୁବନେଶ୍ୱର ସହରରେ କମିଛି ୪ ପ୍ରତିଶତ।

ଖବର ଅନୁଯାୟୀ ‘ନୌକ୍ରି’ ଅଗଷ୍ଟ ୨୦୨୨ରୁ ୨୦୨୩ ଅଗଷ୍ଟ ମାସ ଭିତରେ ଦେଶର ସହରଗୁଡ଼ିକୁ ନେଇ ନିଯୁକ୍ତିର ତୁଳନାତ୍ମକ ଚିତ୍ର ଦେଇଛି। ଏଥିରେ ରହିଛି ଭୁବନେଶ୍ୱର ତଥ୍ୟ। କୁହାଯାଇଛି ବର୍ଷକ ଭିତରେ ଭୁବନେଶ୍ୱରରେ ୮ରୁ ୧୨ ବର୍ଷ ଅଭିଜ୍ଞତା ଥିବା ମଧ୍ୟମ ସ୍ତରରେ ନିଯୁକ୍ତି ୪ ପ୍ରତିଶତ କମିଛି। ସେହିପରି ହ୍ରାଇଦ୍ରାବାଦ ଓ ରାୟପୁର ଆଦି ସହରରେ ସ୍ଥିତି ଅନୁରୂପ। କିନ୍ତୁ ମହୀଶୂର, ଗାନ୍ଧୀନଗର ଓ ଜାମସେଦପୁର ସହରରେ ନିଯୁକ୍ତି ଆଖିଦୃଶିଆ ବୃଦ୍ଧି ପାଇଛି।

ରିପୋର୍ଟ ଦର୍ଶଯାଇଛି ମହୀଶୂରରେ ନିଯୁକ୍ତି ସୁଯୋଗ ୫୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ଗାନ୍ଧୀନଗରରେ ୩୪ ପ୍ରତିଶତ ଓ ଜାମସେଦପୁରରେ ୩୦ ପ୍ରତିଶତ ବଢିଛି। କିନ୍ତୁ ରାଜଧାନୀ ଭୁବନେଶ୍ୱରରେ ନିଯୁକ୍ତି ସୁଯୋଗ ୪ ପ୍ରତିଶତ ହ୍ରାସ ପାଇଥିବା ବେଳେ ହାଇଦ୍ରାବାଦ ୬ ପ୍ରତିଶତ ଓ ରାୟପୁର ସହରରେ ୯ ପ୍ରତିଶତ କମିଛି। ବିଶେଷକରି ହୋଟେଲ୍, ରିଅଲ୍ ଇଷ୍ଟେଟ୍, ଇଂଜନିୟରିଂ, ଶିକ୍ଷା, ତାଲିମ, ଭିତ୍ତିଭୂମି ଓ ଶକ୍ତି କ୍ଷେତ୍ରରେ ନୂଆ ନିଯୁକ୍ତି ସୃଷ୍ଟି ହୋଇଛି। ବ୍ୟାଙ୍କ, ଆର୍ଥିକ ସେବା, ସ୍ୱାସ୍ଥ୍ୟ ସେବା, ଏଫଏମସିଜି, ଖାଦ୍ୟ ପାନୀୟ, ଟେଲିକମ୍ ଓ ଆଇଟି ଆଦି କ୍ଷେତ୍ରରେ ନିଯୁକ୍ତି ହ୍ରାସ ପାଇଥିବା ବେଳେ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କ ନିଯୁକ୍ତି କମିଛି।

ଭୁବନେଶ୍ୱରରେ ନିଯୁକ୍ତି ସୁଯୋଗ ହ୍ରାସ ପାଇବା ପଛରେ ତ୍ରୁଟିପୂର୍ଣ୍ଣ ଅର୍ଥବ୍ୟବସ୍ଥାକୁ ଦାୟୀ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ। ସେ କହିଛନ୍ତି କ୍ଷୁଦ୍ର ଓ ମଧ୍ୟମଧରଣର ଶିଳ୍ପ ଅକାମୀ ହୋଇଯିବା ସହିତ କୃଷି ଭିତ୍ତିକ ଶିଳ୍ପ ନାହିଁ ଓ ସରକାରୀ ପଦବୀ ଖାଲି ପଡ଼ିବା ସୁଯୋଗ ସୁଯୋଗ କମିବାର କାରଣ।

Leave a Reply

Your email address will not be published. Required fields are marked *

Back to top button