ସ୍ଵାମୀଙ୍କ ବାଇକ୍‌ରେ ଆସୁଥିବା ମହିଳାଙ୍କ ଉପରେ ଟ୍ରକ୍‌ ଚଢ଼ିଗଲା

ତେଲକୋଇ : ସ୍ଵାମୀ ଓ ଶିଶୁଙ୍କୁ ନେଇ ଘରକୁ ଫେରୁଥିବା ମହିଳାଙ୍କ ଉପରେ ଟ୍ରକ ଚଢିଗଲା। ତାଙ୍କ ନାଁ ଜମାମଣି ମୁଣ୍ଡା। କେନ୍ଦୁଝର ଜିଲ୍ଲା ତେଲକୋଇର ନୂଆଗାଁ ସ୍କୁଲ ଛକରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ତେଲକୋଇର ରାଇସୁଆଁ ପଞ୍ଚାୟତ ଅନ୍ତର୍ଗତ ବୀରବରପୁର ଗ୍ରାମ ମୁଣ୍ଡାସାହିର ଲକ୍ଷ୍ମୀଧର ମୁଣ୍ଡା ଶୁକ୍ରବାର ସନ୍ଧ୍ୟାରେ ଭାଲୁସାହିର ଏକୋଇସିଆ କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ। ସାଙ୍ଗରେ ଥିଲେ ପତ୍ନୀ ଜେମାମଣି ଓ ଶିଶୁ। ଭାଲୁସାହିରୁ ବାଇକରେ ଫେରୁଥିବା ବେଳେ ନୂଆଗାଁ ସ୍କୁଲ ଛକରେ ବିପରୀତ ଦିଗରୁ ଆସୁଥିବା ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ସମସ୍ତେ ତଳେ ପଡି ଯାଇଥିଲେ। ଏହି ସମୟରେ ଜେମାମଣିଙ୍କ ମୁଣ୍ଡ ଉପରେ ଟ୍ରକ ଚଢି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ହେଲେ ସୌଭାଗ୍ୟବଶତଃ ସ୍ଵାମୀ ଓ ଛୋଟ ପିଲା ବର୍ତ୍ତି ଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button