ସମିତି ସଭ୍ୟଙ୍କୁ ଗୁଳିକରି ହତ୍ୟା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ବାରୁଆଁର ସମିତି ସଭ୍ୟ ଦୀପକ ମାହୁନ୍ତଙ୍କୁ ହତ୍ୟା। ଗତକାଲି ରାତିରେ ତାଙ୍କୁ ଗୁଳିମାଡ଼ କରାଯାଇଥିବା ବେଳେ ଆଜି ସକାଳେ ମୃତଦେହ ମିଳିଥିବା ଜଣାପଡିଛି।

ଖବର ଅନୁଯାୟୀ ଦୀପକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ବରୁଆଁ ନିକଟ ଜାମୁଝରା ଛକ ନିକଟରେ ପଡ଼ିଥିଲା। ସ୍ଥାନୀୟ ଲୋକେ ଏ ସଂପର୍କରେ ସୂଚନା ଦେବାରୁ ତାଙ୍କୁ ଢେଙ୍କାନାଳ ହସ୍‌ପିଟାଲ୍‌ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ପୂର୍ବ ଶତୃତାକୁ କେନ୍ଦ୍ରକରି ଦୀପକଙ୍କୁ ହତ୍ୟା କରାଯାଇଥିବା ସନ୍ଧେହ କରାଯାଉଛି। ତାଙ୍କ ସ୍ତ୍ରୀ ମମତା ମାହୁନ୍ତ ବାରୁଆଁ ପଞ୍ଚାୟତର ସରପଞ୍ଚ ଅଛନ୍ତି। ରାଜନୈତିକ କିମ୍ବା ଖଣି ଖାଦାନ ସମ୍ବନ୍ଧୀୟ ବ୍ୟବସାୟିକ ଶତୃତାରୁ ଦୀପକଙ୍କୁ ହତ୍ୟା କରାଯାଇଥିବା ପୁଅ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Back to top button