ବନ୍ଦ ହେବ ଦୂରଦର୍ଶନ କେନ୍ଦ୍ର

ଭୁବନେଶ୍ୱର : ପ୍ରାକୃତିକ ବିପର୍ଯ୍ୟର ଆଗୁଆ ସୂଚନାଠାରୁ ଆରମ୍ଭ କରି ଋତୁଭିତ୍ତିକ ଚାଷ ସମ୍ପର୍କିତ ପରାମର୍ଶ ଓ ସର୍ବୋପରି ପାଲା, ଦାସକାଠିଆ ଆଦି ପୁରାତନ ଲୋକ ସ˚ଗୀତ ସମେତ ବିଭିନ୍ନ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଉପଭୋଗ କରିବାକୁ ରାଜ୍ୟର ଦୁର୍ଗମ ତଥା ବିପର୍ଯ୍ୟୟପ୍ରବଣ ଅଞ୍ଚଳର ଲୋକେ ଏବେ ବି ରେଡ଼ିଓ ଏବ˚ ଦୂରଦର୍ଶନ ଉପରେ ନିର୍ଭରଶୀଳ। କେବଳ ସେତିକି ନୁହେଁ, ସୀମାନ୍ତ ରାଜ୍ୟ ଓ ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ବିଦେଶୀ ଶକ୍ତି ଓ ଦେଶ ବିଭାଜନକାରୀ ଶକ୍ତିଙ୍କ ଉପଦ୍ରବ ସମ୍ପର୍କିତ ସୂଚନା ଦୁର୍ଗମ ଅଞ୍ଚଳବାସୀଙ୍କୁ ସତର୍କ କରାଇଥାଏ। ଏ ଦୃଷ୍ଟିରୁ ରେଡ଼ିଓ ଏବ˚ ଦୂରଦର୍ଶନ ସେବାର ପ୍ରସାର ବିଶେଷକରି ରାଜ୍ୟ ତଥା ଦେଶର ଉପାନ୍ତ ଅଞ୍ଚଳଗୁଡ଼ିକ ପାଇଁ ଅପରିହାର୍ଯ୍ୟ। କାରଣ ଅଧିକା˚ଶ ଉପାନ୍ତ ଅଞ୍ଚଳରେ ଡିରେକ୍ଟ୍‌ ଟୁ ହୋମ୍‌ (ଡିଟିଏଚ୍‌) ସେବା ଉପଲବ୍ଧ ନୁହେଁ କିମ୍ବା ଏଥିପାଇଁ ଦରିଦ୍ର ପରିବାରର ସାମର୍ଥ୍ୟ ନାହିଁ। ଏଭଳି ପରିସ୍ଥିତିରେ ଦୁର୍ଗମ ଅଞ୍ଚଳବାସୀଙ୍କୁ ଗୁରୁତ୍ବପୂର୍ଣ୍ଣ ସୂଚନା ସେବା ପ୍ରଦାନ କରିଆସୁଥିବା ଦୂରଦର୍ଶନର ୪୧୨ଟି ଅନାଲୋଗ୍‌ ଟିଭି ପ୍ରସାରଣ (ଏଟିଟି) ସମେତ ଉଚ୍ଚ ଶକ୍ତି ଓ ସ୍ବଳ୍ପ ଶକ୍ତିସମ୍ପନ୍ନ ପ୍ରସାରଣ କେନ୍ଦ୍ରକୁ ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ଏକ ପକ୍ଷରେ ଦେଶର ୬୦୦ରୁ ଅଧିକ ସ୍ଥାନରେ ଅତ୍ୟାଧୁନିକ ବୈଷୟିକ କୌଶଳସମ୍ପନ୍ନ ଦୂରଦର୍ଶନ ପ୍ରସାରଣ କେନ୍ଦ୍ର ସ୍ଥାପନ ନିମନ୍ତେ ଇତିମଧୢରେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅନ୍ୟ ପକ୍ଷରେ ୪୧୨ଟି ଆଞ୍ଚଳିକ ପ୍ରସାରଣ କେନ୍ଦ୍ରକୁ ବନ୍ଦ କରିବା ଲାଗି ପ୍ରସାର ଭାରତୀ ପରିଚାଳନା ବୋଡ଼ର୍ ନିଷ୍ଠୁର ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ବର ଦୂରଦର୍ଶନ କେନ୍ଦ୍ର ଓ କଟକ ପ୍ରସାରଣ କେନ୍ଦ୍ର ବ୍ୟତୀତ ଓଡ଼ିଶାର ପ୍ରାୟତଃ ଅନ୍ୟ ସବୁ ପ୍ରସାରଣ କେନ୍ଦ୍ର ପର୍ଯ୍ୟାୟକ୍ରମେ ବନ୍ଦ କରିବାକୁ ପ୍ରସାର ଭାରତୀ କତ୍ତୃର୍ପକ୍ଷ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ନିର୍ଦ୍ଦେଶ ଅନୁଯାୟୀ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା, ବାଣପୁର, ବ୍ରହ୍ମପୁର, ତିର୍ତ୍ତୋଲ, ନରସି˚ହପୁର, ପାରାଦୀପ ଆଦି ଉପକୂଳ ଅଞ୍ଚଳରେ ଥିବା ଦୂରଦର୍ଶନ ପ୍ରସାରଣ କେନ୍ଦ୍ର ଆସନ୍ତା ୩୧ ତାରିଖରୁ ବନ୍ଦ ହେବ। ସେହିପରି ଦୁର୍ଗମ କୋରାପୁଟ, ଜୟପୁର, ସେମିଳିଗୁଡ଼ା, ବାଲିଗୁଡ଼ା, ମାଲକାନଗିରି, ପାରଳାଖେମୁଣ୍ତି, ଖରିଆର, ନୂଆପଡ଼ା, ପାଟଣାଗଡ଼, ରାୟଗଡ଼ା, ଉମରକୋଟ, ଅନୁଗୁଳ, ତାଳଚେର, ଆଠମଲ୍ଲିକ, ଦୁର୍ଗାପୁର ଆଦି ୪୧ ପ୍ରସାରଣ କେନ୍ଦ୍ରଗୁଡ଼ିକ ଆସନ୍ତା ଡିସେମ୍ବର ୩୧ ସୁଦ୍ଧା ବନ୍ଦ ହେବ। ଏଥି ସହ ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର, ପାଲଲହଡ଼ା, ବଣାଇଁ, ଦେବଗଡ଼, କୁଚିଣ୍ତା, ପଦ୍ମପୁର, ବୌଦ୍ଧ ଆଦି ସ୍ବଳ୍ପ ଶକ୍ତିସମ୍ପନ୍ନ କେନ୍ଦ୍ରରେ କାର୍ଯ୍ୟରତ ଯାନ୍ତ୍ରିକ ବିଭାଗ କର୍ମଚାରୀଙ୍କୁ ଡିସେମ୍ବର ୩୧ ସୁଦ୍ଧା ଅପସାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ୨୦୨୨ ମାର୍ଚ୍ଚ ୨୧ ସୁଦ୍ଧା ବାରିପଦା, ଭଞ୍ଜନଗର, ଫଲବାଣୀ, ଢେ଼ଙ୍କାନାଳ, ନବରଙ୍ଗପୁର, କେନ୍ଦୁଝର, ସୁନ୍ଦରଗଡ଼, ବଲାଙ୍ଗୀର ଓ ବ୍ରଜରାଜନଗରସ୍ଥିତ ସ୍ବଳ୍ପ ଶକ୍ତିସମ୍ପନ୍ନ ପ୍ରସାରଣ କେନ୍ଦ୍ର ଭବାନୀପାଟଣାସ୍ଥିତ ଉଚ୍ଚ ଶକ୍ତିସମ୍ପନ୍ନ କେନ୍ଦ୍ରକୁ ବନ୍ଦ କରିବା ସହ ସେଠାରୁ କର୍ମଚାରୀ ଅପସାରଣ ଲାଗି ଏହି ତାରିଖକୁ ପ୍ରସାର ଭାରତୀ କତ୍ତୃର୍ପକ୍ଷ ଦିନ ଧାର୍ଯ୍ୟ କରିଛନ୍ତି।

ପ୍ରସାର ଭାରତୀର ଏଭଳି ଜନସ୍ବାର୍ଥ ପରିପନ୍ଥୀ ପଦକ୍ଷେପ ରୋକିବା ସହ ଉପାନ୍ତ ଅଞ୍ଚଳର ନିର୍ଭରଶୀଳ ସାଧରଣ ଦର୍ଶକ ଏବ˚ ସେସବୁ କେନ୍ଦ୍ର ବନ୍ଦ କରିବା ବଦଳରେ ସେଥିରେ ଭିତ୍ତିଭୂମି ଉପଯୋଗରେ ଶ୍ରୋତାଙ୍କ ପାଇଁ ବର˚ ବିନା ଖର୍ଚ୍ଚରେ ଏଫ୍‌ଏମ୍‌ ରେଡ଼ିଓ କେନ୍ଦ୍ର ସ୍ଥାପନ ନିମନ୍ତେ ଦୂରଦର୍ଶନ ଓ ଆକାଶବାଣୀ ଯାନ୍ତ୍ରିକ କର୍ମଚାରୀ ସ˚ଘ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସି˚ହ ଠାକୁରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସ˚ଘର ଓଡ଼ିଶା ଶାଖା କର୍ମଚାରୀମାନେ ମଧୢ ଏ ସମ୍ପର୍କରେ ରାଜ୍ୟର ପ୍ରମୁଖ ବିଧାୟକ ଓ ସା˚ସଦମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button