ଖୋଖୋ ଖେଳାଳିଙ୍କୁ ଦୁଷ୍କର୍ମ : ବନ୍ଧୁଙ୍କ ଅଡିଓ କ୍ଲିପ ଜରିଆରେ ଅଭିଯୁକ୍ତକୁ ଗିରଫ

ଲକ୍ଷ୍ମୌ : ଉତ୍ତରପ୍ରଦେଶର ବିଜନୌରରେ ଜାତୀୟ ଖୋଖୋ ଖେଳାଳିଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପ୍ରମାଣ ପୋଲିସକୁ ମିଳିଛି। ପୀଡିତାଙ୍କ ସାଙ୍ଗ ସେୟାର କରାଯାଇଥିବା ଏକ ଅଡିଓ କ୍ଲିପକୁ ଆଧାର କରି ଅଭିଯୁକ୍ତକୁ ପୋଲିସ କରିଛି।

ଖବର ଅନୁଯାୟୀ ସେପ୍ଟେମ୍ବର ୧୦ ତାରିଖ ଅପରାହ୍ନରେ ମହିଳା ସ୍କୁଲରେ ଫିଜିକାଲ ଟ୍ରେନିଂ ଶିକ୍ଷୟିତ୍ରୀ ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ରେଳ ଷ୍ଟେସନରେ ଶ୍ରମିକ ଭାବରେ କାମ କରୁଥିବା ଅଭିଯୁକ୍ତ ଶାହାଜାଦ ଓରଫ ହାଦିମ ତାଙ୍କୁ ଦେଖି ସିମେଣ୍ଟ ରେଳ ଚଟାଣକୁ ଟାଣି ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ସେହି ସମୟରେ ମହିଳା ଜଣକ ତାଙ୍କର ଜଣେ ବନ୍ଧୁଙ୍କ ସହ ଫୋନରେ କଥା ହେଉଥିଲେ। ଆଉ ସାହାଯ୍ୟ କର ସାହାଯ୍ୟ କର ବୋଲି ଚିତ୍କାର କରୁଥିଲେ। ଏହି ସମୟରେ ଅଭିଯୁକ୍ତ ମହିଳାଙ୍କ ଚୁନି ଓ ତାର ପାଖରେ ଥିବା ଦଉଡିରେ ଗଳାକୁ ଚିପି ହତ୍ୟା କରିଥିଲା। କିଛି ସମୟ ପରେ ମହିଳାଙ୍କ ବନ୍ଧୁ ଆଉ କିଛି ଶୁଣିବାକୁ ପାଇ ନଥିଲେ।

ଦୁଷ୍କର୍ମକାରୀ ଜଣକ ମହିଳାଙ୍କ ଫୋନ ନେଇ ତାଙ୍କୁ ସେଭଳି ଅବସ୍ଥାରେ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରେ ସ୍ଥାନୀୟ ଲୋକମାନେ ମହିଳାଙ୍କ କ୍ଷତବିକ୍ଷତ ଶରୀର ଦେଖି ପୋଲିସକୁ ଖବର ଦେଇଥିଲେ। ଦୁଷ୍କର୍ମକାରୀ ଘରେ ପହଞ୍ଚିବା ପରେ ପୀଡିତାଙ୍କ ଫୋନ୍ ବନ୍ଦ କରିଦେଇଥିଲା କିନ୍ତୁ ଏହାର ଶେଷ ସ୍ଥାନ ଅନୁସନ୍ଧାନ କରି ପୋଲିସ ସେଠାରେ ପହଞ୍ଚି ଦୁଷ୍କର୍ମକାରୀକୁ କାବୁ କରି ନେଇଥିଲା। ଘଟଣାସ୍ଥଳରୁ ଦୁଷ୍କର୍ମକାରୀର ଏକ ଚପଲ ଓ ଦୁଇଟି ଭଙ୍ଗା ବଟନ୍ ଜବତ କରିଛି। ଅଭିଯୁକ୍ତର ସାର୍ଟରେ ରକ୍ତ ଦାଗ ଲାଗିଥିଲା। ଯାହାକି ତାର ପତ୍ନୀ ଧୋଇଲା ବେଳେ ଦେଖିଥିଲେ ବୋଲି କହିଛନ୍ତି। ଏହାଛଡା ଅଭିଯୁକ୍ତର ପିଠିରେ ନଖ ଚିହ୍ନ ମହିଳାଙ୍କ ଡିଏନଏ ସହିତ ମେଳ ଖାଉଛି କି ନାହିଁ ତାହା ନିଶ୍ଚିତ କରିବାକୁ ପାଇଁ ନମୁନା ପୋଷ୍ଟ-ମୋର୍ଟମ ପାଇଁ ପଠାଇଛି।

Leave a Reply

Your email address will not be published. Required fields are marked *

Back to top button