ଜିତୁ ପଟ୍ଟନାୟକଙ୍କ ବିରୁଦ୍ଧରେ ଇଡିର ଚାର୍ଜସିଟ୍ ଦାଖଲ

ଭୁବନେଶ୍ଵର : ପୂର୍ବତନ ଚମ୍ପୁଆ ବିଧାୟକ ଜିତେନ୍ଦ୍ର ନାଥ ପଟ୍ଟନାୟକ (ଜିତୁ)ଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାର୍ଜସିଟ୍ ଦାଖଲ କରିଛି। ବେଆଇନ ଖଣି ଓ ଅର୍ଥ ହେରଫେର ମାମଲାରେ ଇଡି ଚାର୍ଜସିଟ୍ ଦେଇଥିବା ବେଳେ ପୂର୍ବରୁ ତାଙ୍କର ୧୩୩.୮୭କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା।

ଖବର ଅନୁଯାୟୀ ମନି ଲଣ୍ଡ୍ରିଂ ମାମଲାରେ ଖୋର୍ଦ୍ଧା ସ୍ୱତନ୍ତ୍ର ପିଏମଏଲଏ କୋର୍ଟରେ ମେସର୍ସ ବିଡି ପଟ୍ଟନାୟକ ପାଟର୍ନରସିପ୍ ଫାର୍ମ ବିରୁଦ୍ଧରେ ପିଏମଏଲ୍ ଆକ୍ଟରେ ମାମଲା ରୁଜୁ ହୋଇଛି। ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ବିରୁଦ୍ଧରେ ବେଆଇନ ଖଣି ଖନନ ଓ ମନି ଲଣ୍ଡ୍ରିଂ ମାମଲାରେ ଇଡି ଚାର୍ଜସିଟ୍ ଦାଖଲ ସହିତ ଜିତୁ ପଟ୍ଟନାୟକ ଓ ବିଡି ପଟ୍ଟନାୟକ ଫାର୍ମ ବିରୁଦ୍ଧରେ ଦଣ୍ଡାଦେଶ ପାଇଁ ଆବେଦନ କରିଛି। ଏହାଛଡା ପୂର୍ବରୁ ଜବତ ୩୩.୮୭କୋଟି ଟଙ୍କାର ସମ୍ପତ୍ତିକୁ ବ୍ୟାଜ୍ୟା ପାଇଁ ଇଡି ଆବେଦନରେ ଦର୍ଶାଇଛି।

Leave a Reply

Your email address will not be published. Required fields are marked *

Back to top button