ରୁଷ ରାଷ୍ଟ୍ରପତି ପୁଟିନ ନିଜ ଦେଶରେ ବିରୋଧ‌ର ସମ୍ମୁଖୀନ

ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବେ ନିଜ ଦେଶରେ ବିରୋଧ‌ର ସମ୍ମୁଖୀନ ହୋଇଛନ୍ତି। ତାଙ୍କର ଅତି ନିଟକତର ବୋଲି କୁହାଯାଉଥିବା ପ୍ରାଇଭେଟ୍ ଆର୍ମି ୱାଗ୍‌ନର୍‌ର ମୁଖ୍ୟ ପ୍ରିଗୋଝିନ୍‌ ପୁଟିନଙ୍କୁ ବିରୋଧ କରିବାରୁ ଏକପ୍ରକାର ସାମରିକ ବିଦ୍ରୋହର ସମ୍ଭାବନା ସୃଷ୍ଟି ହୋଇଛି।

ଖବର ଅନୁଯାୟୀ ୱାଗନର୍ର ମୁଖ୍ୟ କହିଛନ୍ତି ରୁଷ ରାଷ୍ଟ୍ରପତି ଯେଉଁ ଭୁଲ କରିଛନ୍ତି ତାହା ତାଙ୍କୁ କ୍ଷମତାଚ୍ୟୁତ କରିବ। ସେ ପୂର୍ବରୁ ଘୋଷଣା କରିଥିଲେ ତାଙ୍କ ଅଧିନରେ ଥିବା ୨୫,୦୦୦ ସୈନିକ ପ୍ରାଣପାତ କରିବାକୁ ସଂକଳ୍ପ ନେଇଛନ୍ତି। ସେମାନେ ପଛକୁ ହଟିବାର ସମ୍ଭାବନା ନାହିଁ। ଦେଶ ଖୁବ୍ ଶୀଘ୍ର ଏକ ନୂତନ ରାଷ୍ଟ୍ରପତି ପାଇବ। ପ୍ରିଗୋଝିନଙ୍କ ନେତୃତ୍ୱରେ ତାଙ୍କ ସୈନ୍ୟମାନେ ରୁଷର ଦୁଇଟି ସହରକୁ ନିୟନ୍ତ୍ରଣ କରିଥିବା ଓ ତିନିଟି ସାମରିକ ହେଲିକପ୍ଟରକୁ ତଳକୁ ଖସାଇଥିବା ‘ୱାଗ୍‌ନର୍‌’ ଦାବି କରିଛି। ବିଦ୍ରୋହୀ ଗୋଷ୍ଠୀଙ୍କ ଏପରି ପଦକ୍ଷେପ ପରେ ପୁଟିନ ‘ୱାଗ୍‌ନର୍‌’ ଗ୍ରୁପକୁ ଧ୍ୱଂସ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ରୁଷ୍‌ର ରାଷ୍ଟ୍ରପତି ଭ୍ଲାଦିମର୍‌ ପୁଟିନ ଜାତି ଉଦ୍ଦେଶ୍ୟରେ ଟେଲିଭିଜନ୍‌ରେ ଦେଇଥିବା ଉଦ୍‌ବୋଧନରେ ‘ୱାଗ୍‌ନର୍‌’ର ମୁଖ୍ୟ ପ୍ରିଗୋଝିନ୍‌ଙ୍କ ବିଦ୍ରୋହକୁ ବିଶ୍ଵାସଘାତକତା ବୋଲି କହିଛନ୍ତି। ସେ କହିଛନ୍ତି ଆମେ ରାଷ୍ଟ୍ରଦ୍ରୋହର ସମ୍ମୁଖୀନ ହୋଇଛନ୍ତି। ରୁଷ୍‌ର ସେନା ବାହିନୀ ବିରୋଧରେ ଯିଏ ବିଦ୍ରୋହ କରିବ ସେ ବିଶ୍ଵାସଘାତକ। ତେଣୁ ପରିସ୍ଥିତିର ମୁକାବିଲା କରିବା ଲାଗି ରୁଷ୍‌ର ସଶସ୍ତ୍ର ସେନା ଆବଶ୍ୟକ ଆଦେଶ ପାଇଛନ୍ତି। ବିଦ୍ରୋହରେ ଭାଗ ନେଇଥିବା ସମସ୍ତଙ୍କୁ ଶାସ୍ତି ଦିଆଯିବ।

Leave a Reply

Your email address will not be published. Required fields are marked *

Back to top button