୯-୧୦ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ

ଭୁବନେଶ୍ଵର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ଜାରି ରହିଛି। ବିଭିନ୍ନ ନଦୀର ଜଳସ୍ତର ବଢୁଛି। ଆଗାମୀ ୯-୧୦ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହି ପୂର୍ବାନୁମାନ କରିଛି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍।

ଖବର ଅନୁଯାୟୀ ସ୍କାଏମେଟ ଆକଳନ କରିଛି ଏହି ଲଘୁଚାପଟି ବର୍ତ୍ତମାନର ଅବପାତ ପରି ଶକ୍ତିଶାଳୀ ହେବ ନାହିଁ। ଏହାର ପ୍ରଭାବର ପ୍ରବଳ ବର୍ଷାର ସମ୍ଭାବନା ନାହିଁ। କିନ୍ତୁ ମଧ୍ୟମ ଧରଣର ବର୍ଷା ହେବ ବୋଲି କୁହାଯାଇଛି। ସ୍କାଏମେଟ କହିଛି ବର୍ତ୍ତମାନ ସକ୍ରିୟ ଥିବା ଅବପାତ ମଙ୍ଗଳବାର ବାଂଲାଦେଶର ଖେପୁପାରା ନିକଟରେ ସ୍ଥଳଭାଗ ଅତିକ୍ରମ କରିଥିଲେ ହେଁ ପୁଣି ଉତ୍ତର-ପଶ୍ଚିମ ଦିଗରେ ଗତିକରି ଗାଙ୍ଗେୟ ପଶ୍ଚିମବଙ୍ଗ ଅଂଚଳରେ ପ୍ରବେଶ କରିଛି। ଏହା ସାମାନ୍ୟ ଦୁର୍ବଳ ହୋଇଥିଲେ ମଧ୍ୟ ପରବର୍ତ୍ତୀ ୨୪ ଘଣ୍ଟାରେ ଏକ ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ବର୍ଷା ପରିମାଣ ବଢିବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Back to top button