ପ୍ରେମ ବିବାହ ଅଧିକାଂଶ ଛାଡ଼ପତ୍ରର କାରଣ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପ୍ରେମ ବିବାହ ଅଧିକାଂଶ ଛାଡ଼ପତ୍ରର ମୁଖ୍ୟ କାରଣ। ପ୍ରେମ ବିବାହରେ କ୍ଷେତ୍ରରେ ହିଁ ଅଧିକ ଛାଡ଼ପତ୍ର ହେଉଛି ବୋଲି ଦେଶର ସର୍ବୋଚ୍ଚ କୋର୍ଟ ଟିପ୍ପଣୀ ଦେଇଛନ୍ତି।

ବୁଧବାର ପ୍ରେମ ବିବାହ ସଂକ୍ରାନ୍ତରେ ଏକ ଟ୍ରାନ୍ସଫର ପିଟିସନ୍‌ର ଶୁଣାଣି କରିଥିଲେ ସୁପ୍ରିମକୋର୍ଟର ବିଚାରପତି ବି.ଆର୍‌ ଗଭାଇ ଓ ସଂଜୟ କାରୋଲଙ୍କ ଖଣ୍ଡପୀଠ। ଶୁଣାଣି ସମୟରେ ଜଣେ ଆଇନଜୀବୀ ଖଣ୍ଡପୀଠଙ୍କୁ କହିଥିଲେ ଏହି ବିବାହ ହେଉଛି ଏକ ପ୍ରେମ ବିବାହ। ଜଷ୍ଟିସ ଗଭାଇ କହିଥିଲେ କେବଳ ପ୍ରେମ ବିବାହରେ ହିଁ ଅଧିକାଂଶ ଛାଡ଼ପତ୍ର ହେଉଛି। କୋର୍ଟ ଦମ୍ପତ୍ତିଙ୍କ ମଧ୍ୟରେ ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହାକୁ ସ୍ଵାମୀ ବିରୋଧ କରିବାରୁ କୋର୍ଟ କହିଥିଲେ ନିକଟରେ ‌ଦିଆଯାଇଥିବା ଏକ ରାୟ ଆଧାରରେ କୋର୍ଟ କୌଣସି ଗୋଟିଏ ପକ୍ଷର ସହମତିରେ ଛାଡ଼ପତ୍ର ମଂଜୁର କରିପାରିବେ।

Leave a Reply

Your email address will not be published. Required fields are marked *

Back to top button