ସୁନା ଦୋକାନ ଲୁଟ୍ ଉଦ୍ୟମ ବିଫଳ

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣା ଏସିଏସଟି ସ୍କୁଲ ନିକଟସ୍ଥ ସାରଳା ଜୁଏଲାରୀରୁ ଲୁଟ ଉଦ୍ୟମ। ଦୁର୍ବୃତ୍ତଙ୍କ ଗୁଳି ଶବ୍ଦରେ ଲୋକେ ଘେରି ଯିବାରୁ ସେମାନେ ଘଟଣାସ୍ଥଳରୁ ଖସି ଯାଇଥିବା ଜଣାପଡିଛି।

ଖବର ଅନୁଯାୟୀ ସାରଳା ଜୁଏଲାରୀର ମାଲିକ ଜିତେନ୍ଦ୍ର ସାହୁ ଆଜି ସକାଳ ୯ଟାରେ ଦୋକାନ ସଟର ଖୋଲି ଝାଡୁ କରୁଥିଲେ। ଏହି ସମୟରେ ୩ ଦୁର୍ବୁତ୍ତ ଏକ କଳାପଲସର ବାଇକରେ ଆସି ଜିତେନ୍ଦ୍ରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବାରୁ ସେ ଭୟରେ ପାଟି କରିଥିଲେ। ତାଙ୍କ ପାଟି ଶୁଣି ଆଖପାଖର ଲୋକେ ଘେରି ଯିବାରୁ ଧରାପଡ଼ିଯିବା ଭୟରେ ଦୁର୍ବୃତ୍ତମାନେ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନାକରି ସେଠାରୁ ଖସି ପଳାଇଥିଲେ। ଯିବା ସମୟର ଫଟୋ ସିସି ଟିଭିରେ କଏଦ ହୋଇଛି। ଖବର ପାଇ ଆଳି ଥାନା ଆଇଆଇସି ଓ ପଟ୍ଟାମୁଣ୍ଡାଇ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତିନୋଟି ଖୋକା ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button