ଏ.ଆଇ ଗାର୍ଲଫ୍ରେଣ୍ଡ୍‌ ପୁରୁଷ ନିଃସଙ୍ଗତାକୁ ବିଗାଡୁଛି

ନୂଆଦିଲ୍ଲୀ : ଯୁକ୍ତରାଷ୍ଟ୍ର ଆମେରିକାରେ ଭର୍ଚ୍ୟୁଆଲ୍‌ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ୍‌ ପ୍ରେମିକା ବା ଏ ଆଇ ଗାର୍ଲଫ୍ରେଣ୍ଡ୍‌’ ପୁରୁଷ ନିଃସଙ୍ଗତାକୁ ବିଗାଡ଼ି ଦେଉଛି। ବିଶେଷଜ୍ଞମାନେ ଏହାକୁ ଯୁବପିଢ଼ିର ନିରବ ମହାମାରୀ ଆଖ୍ୟା ଦେଲେଣି ବୋଲି କୁହାଯାଇଛି।

ଖବର ଅନୁଯାୟୀ ଅଲିନ୍‌ ବିଜ୍‌ନେସ୍‌ ସ୍କୁଲ୍‌ର ପ୍ରାକ୍ଟିସ୍‌ ଅଫ୍‌ ଡାଟା ସାଇନ୍‌ସେସ୍‌ର ପ୍ରଫେସର୍‌ ଲିବର୍ଟି ଭିଟର୍ଟ କହିଛନ୍ତି ଏ. ଆଇ ଗାର୍ଲଫ୍ରେଣ୍ଡ୍‌ମାନେ ପୁରୁଷ ନିଃଷଙ୍ଗତାକୁ ଅଧିକ ବିଗାଡ଼ି ଦେଉଛି। ପ୍ରଫେସର୍‌ ଭିଟର୍ଟ ୧୮ ବର୍ଷିୟ ଛାତ୍ରଛାତ୍ରୀମାନଙ୍କୁ ପଚାରିଥିଲେ ସେମାନେ କେଉଁ ସାମାଜିକ ଗଣମାଧ୍ୟମ ‘ଆପ୍‌’ ବ୍ୟବହାର କରୁଛନ୍ତି। ଜଣେ ଛାତ୍ର ତାଙ୍କର ଏ. ଆଇ ଗାର୍ଲଫ୍ରେଣ୍ଡ୍‌ ଥିବା କହିବାରୁ ପ୍ରଫେସର୍‌ ଆଶ୍ଚର୍ଯ୍ୟ ହୋଇଥିଲେ।

ସୂଚନାଯୋଗ୍ୟ ଭର୍ଚ୍ୟୁଆଲ୍‌ ଗାର୍ଲଫ୍ରେଣ୍ଡ୍‌ମାନେ ଲୋକମାନଙ୍କ ସହ କେବେଳ କଥା କହନ୍ତି ତାହାନୁହେଁ ପ୍ରେମ ଓ ବିଶ୍ଵସ୍ତ ସମ୍ପର୍କ ସ୍ଥାପନ କରନ୍ତି। ‘ରେପ୍ଲିକା’ ନାମରେ ଏକ ଜନପ୍ରିୟ ‘ଆପ୍‌’ର ୧୦ ନିୟୁତରୁ ଅଧିକ ବ୍ୟବହାରକାରୀ ଅଛନ୍ତି। ‘କୋଭିଡ୍‌’ ମହାମାରୀ ସମୟରେ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ୩୫ ପ୍ରତିଶତ ବୃଦ୍ଧି ପାଇଥିଲା। ‘ରେପ୍ଲିକା’ ରିପୋର୍ଟ କରିଛି ବ୍ୟବହାରକାରୀମାନେ ପ୍ରେମ କରିବା ସହିତ ଏ. ଆଇ ଗାର୍ଲଫ୍ରେଣ୍ଡ୍‌ଙ୍କୁ ବିବାହ ମଧ୍ୟ କରୁଛନ୍ତି। ତେଣୁ ପ୍ରଫେସର୍‌ ଭିଟର୍ଟ କହିଛନ୍ତି ବାସ୍ତବ ଗାର୍ଲଫ୍ରେଣ୍ଡ୍‌ ଛାଡ଼ି ଏ. ଆଇ ଗାର୍ଲଫ୍ରେଣ୍ଡ୍‌’ଙ୍କ ସହିତ ସମ୍ପର୍କ ଗଢ଼ିଲେ ପୁରୁଷ ନିଃସଙ୍ଗତା କ୍ରମଶଃ ଉତ୍କଟ ହେବ ଓ ଆମେରିକାରେ ଜନ୍ମହାରକୁ ପ୍ରଭାବିତ କରିବ।

Leave a Reply

Your email address will not be published. Required fields are marked *

Back to top button