ଅମୁଲ ମାଚୋ ବିପକ୍ଷରେ ଲକ୍ସ କୋଜିର ବିଜୟ : ମିଥ୍ୟା ଅଭିଯୋଗ ଏଏସସିଆଇ ଦ୍ୱାରା ଖାରଜ

କୋଲକାତା/ ଭୁବନେଶ୍ୱର : ନୂଆ ଓ ଗ୍ରାହକ-ଚାହିଦା ଦ୍ୱାରା ପରିଚାଳିତ ସାମଗ୍ରୀ ପ୍ରଚଳନ କରିବା ପାଇଁ ସୁପରିଚିତ ଲକ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ୧୪ଟି ପ୍ରମୁଖ ବ୍ରାଣ୍ଡ୍ର ୧୦୦ରୁ ଅଧିକ ଉତ୍ପାଦ ପ୍ରସ୍ତୁତ କରୁଛି। ଯେଉଁଥିରେ ରହିଛି ପୁରୁଷ, ମହିଳା ଓ ପିଲାଙ୍କ ପାଇଁ ସମ୍ପୂର୍ଣ୍ଣ ରେଞ୍ଜ୍ର ଇନରୱିୟର ଓ ଆଉଟର ୱିୟର। ଏହା ବରୁଣ ଧାବନ ଅଭିନୀତ ସଦ୍ୟତମ ଟିଭିସିକୁ ନେଇ ଅମୁଲ ମାଚୋ ବିରୁଦ୍ଧରେ ଆଇନଗତ ଲଢେଇରେ ବିଜୟୀ ହୋଇଛି। ଅମୁଲ ମାଚୋ ପକ୍ଷରୁ କରାଯାଉଥିବା ଭିତ୍ତିହୀନ ଦାବି ପରିପ୍ରେକ୍ଷୀରେ ଲକ୍ସର ସୁଦୃଢ ବ୍ରାଣ୍ଡ୍ ଇକ୍ୱିଟି ପୁନଃ ପ୍ରତିପାଦନ କ୍ଷେତ୍ରରେ ଏହା ଏକ ଦମ୍ଦାର ବିଜୟ ହୋଇଛି ।
ଏକ ଉଲ୍ଲେଖନୀୟ ରାୟରେ ଦି ଆଡଭର୍ଟାଇଜିଂ ଷ୍ଟାଣ୍ଡାର୍ଡସ କାଉନସିଲ ଅଫ ଇଣ୍ଡିଆ (ଏଏସସିଆଇ) ୨୦୨୧ ସେପ୍ଟେମ୍ବର ୨୪ରେ ଦେଇଥିବା ତାଙ୍କ ରାୟରେ ପ୍ରତିଦ୍ୱନ୍ଦ୍ୱୀ ବ୍ରାଣ୍ଡ୍ ପକ୍ଷରୁ ଦାଖଲ କରାଯାଇଥିବା ଅଭିଯୋଗକୁ ଅଗ୍ରାହ୍ୟ କରିଦେବା ସହିତ ଦର୍ଶାଇଛନ୍ତି ଚିନ୍ତାଧାରା ଏବଂ ରୂପାୟନ ଉପାଦାନଗୁଡିକ କ୍ଷେତ୍ରରେ ସାମଞ୍ଜସ୍ୟ ନାହିଁ। ତତ୍ସହିତ ଲକ୍ସ କୋଜିଙ୍କୁ ଟିଭିସି ମାମଲାରେ ବିଜୟୀ ଘୋଷିତ କରିଛନ୍ତି। ଅମୁଲ ମାଚୋ ଅଭିଯୋଗ କରିଥିଲା ଲକ୍ସ କୋଜି ଖୋଲାଖୋଲି ଭାବରେ ସେମାନଙ୍କ ଲୋକପ୍ରିୟ ବିଜ୍ଞାପନ ଚିନ୍ତାଧାରା ଏବଂ ତାହାର ରୂପାୟନ ଶୈଳୀକୁ ନକଲ କରିଛି। ତେବେ ଟିକିନିଖି ଭାବରେ ଯାଞ୍ଚ କରିବା ପରେ ଏହି ଶୀର୍ଷ ସଂସ୍ଥା ମତ ରଖିଥିଲେ ବିଜ୍ଞାପନଗୁଡିକରେ କୌଣସି ସାମଞ୍ଜସ୍ୟ ନାହିଁ। ତାହାପରେ ଲକ୍ସ କୋଜି ସପକ୍ଷରେ ନିଜର ରାୟ ଶୁଣାଇଥିଲେ। ଲକ୍ସ କୋଜିର ନୂଆ ଟିଭିସି ଯୁବଗୋଷ୍ଠୀଙ୍କ ମଧ୍ୟରେ ବେଶ୍ ଚହଳ ସୃଷ୍ଟି କରିସାରିଛି।
ଲକ୍ସ ଇଣ୍ଡିଷ୍ଟ୍ରିଜର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଉଦିତ ଟୋଡି କହିଛନ୍ତି ଏଏସସିଆଇ ଦ୍ୱାରା ପ୍ରଦତ୍ତ ରାୟକୁ ଆମେ ସ୍ୱାଗତ କରୁଛୁ। ହୋସିୟାରୀ ବର୍ଗରେ ଏକ ପ୍ରତିଷ୍ଠିତ ଏବଂ ଅଗ୍ରଣୀ ବ୍ରାଣ୍ଡ୍ ଭାବରେ ଏହି ଶିଳ୍ପରେ ଅନେକ ଜିନିଷ ପ୍ରଥମେ କରିବାରେ ଅଗ୍ରଣୀ ସ୍ଥାନ ନେଇଥିବା ସମୟରେ ଆମେ ଆମର ପ୍ରତିଦ୍ୱନ୍ଦ୍ୱୀଙ୍କ ଦ୍ୱାରା ଏଭଳି ମିଥ୍ୟା ଅଭିଯୋଗକୁ ନିନ୍ଦା କରୁଛୁ। ଏହି ବିଜ୍ଞାପନ ଏଭଳି ପ୍ରଥମ ଥର ପାଇଁ ହୋଇଛି ଏବଂ ଏଏସସିଆଇଙ୍କ ରାୟ ଏ କ୍ଷେତ୍ରରେ କେତେକ ଆବଶ୍ୟକ ସ୍ପଷ୍ଟିକରଣ ଯୋଡିବା ସହିତ ଲକ୍ସ କୋଜି ଭଳି ଏକ ଦାୟିତ୍ୱସଂପନ୍ନ ବ୍ରାଣ୍ଡ୍ ସମ୍ପର୍କରେ ସଠିକ ବାର୍ତ୍ତା ଦେଉଛି। ଆମେ ଆମର ବିକ୍ରୟ କ୍ଷେତ୍ରରେ ଅଭିବୃଦ୍ଧି ଲକ୍ଷ୍ୟ କରୁଛୁ ଏବଂ ଆମ ଉତ୍ପାଦର ସଫଳତାକୁ ନେଇ ଦୃଢ ନିଶ୍ଚିତ ରହିଛୁ।