ବିଜେପି ଯାହା କରୁଛି ସେଥିରେ ହିନ୍ଦୁତ୍ଵ କିଛି ନାହିଁ : ରାହୁଲ

ପ୍ୟାରିସ୍ : ଇଣ୍ଡିଆ-ଭାରତ ନାମ ବିବାଦ ଓ ହିନ୍ଦୁତ୍ୱ ଭଳି ପ୍ରସଙ୍ଗରେ ୟୁରୋପ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ମତ ରଖି କହିଛନ୍ତି। ସେ କହିଛନ୍ତି ମୁଁ ଗୀତା, ଉପନିଷଦ ଓ ଅନ୍ୟାନ୍ୟ ହିନ୍ଦୁ ପୁସ୍ତକ ପଢ଼ିଛି। କିନ୍ତୁ ଭାରତୀୟ ଜନତା ପାର୍ଟି ଯାହା କରୁଛି ସେଥିରେ ହିନ୍ଦୁତ୍ବ କିଛି ନାହିଁ। ଭାରତ ହେଉଛି ଏକ ରାଜ୍ୟ ସଂଘ। ଯେଉଁମାନେ କୌଣସି ଜିନିଷର ନାମ ବଦଳାଇବାକୁ ଚାହୁଁଛନ୍ତି ସେମାନେ ମୂଳତଃ ଇତିହାସକୁ ଅସ୍ୱୀକାର କରିବାକୁ ଚେଷ୍ଟା କରୁଛନ୍ତି।

ଖବର ଅନୁଯାୟୀ ଭାରତରେ ଅନୁଷ୍ଠିତ ଜି-୨୦ ବୈଠକରେ ଯୋଗଦେବାକୁ ବିଶ୍ଵର ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟମାନେ ଭାରତରେ ଅଛନ୍ତି। ଭାରତର ସଫଳ ଆୟୋଜନକୁ ସମଗ୍ର ବିଶ୍ଵ ପ୍ରସଂଶା କରୁଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧି ବିଦେଶରେ ଥାଇ ଭାରତ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି ଯେଉଁମାନେ କୌଣସି ଜିନିଷର ନାମ ବଦଳାଇବାକୁ ଚାହୁଁଛନ୍ତି ସେମାନେ ଇତିହାସକୁ ଅସ୍ୱୀକାର କରିବାକୁ ଚେଷ୍ଟା କରୁଛନ୍ତି।

ରାହୁଲ କହିଛନ୍ତି ଆମ ସମ୍ବିଧାନରେ ଇଣ୍ଡିଆ ଦ୍ୟାଟ୍ ଇଜ୍ ଭାରତ ବୋଲି ଭାବେ ବର୍ଣ୍ଣନା କରାଯାଇଛି। ଭାରତ ବା ଭାରତ ଗଠନ କରିବା ପାଇଁ ଏହି ରାଜ୍ୟଗୁଡ଼ିକୁ ନେଇ ଗଠିତ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସବୁ ରାଜ୍ୟରେ ସଂପୃକ୍ତ ସମସ୍ତଙ୍କ ସ୍ୱର ଶୁଣାଯାଏ। କୌଣସି ସ୍ୱରକୁ ଦମନ କରାଯାଏ ନାହିଁ କିମ୍ବା ଭୟଭୀତ କରାଯାଏ ନାହିଁ।

Leave a Reply

Your email address will not be published. Required fields are marked *

Back to top button