ବିଦେଶରେ ଚାଉଳ ଅଭାବ ପ୍ରବାସୀ ଭାରତୀୟଙ୍କ ଚିନ୍ତା ବଢାଇଛି

ନୂଆଦିଲ୍ଲୀ : ଦେଶରେ ଚାଉଳ ଚାହିଦା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇବା ପରେ ଏହାର ପ୍ରଭାବ ବିଦେଶରେ ଦେଖିବାକୁ ମିଳିଛି। ପ୍ରବାସୀ ଭାରତୀୟମାନେ ଏଥିପାଇଁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ଖବର ଅନୁଯାୟୀ ଆମେରିକା ବଜାରରେ ଦେଖାଦେଇଛି ଚାଉଳର ଅଭାବ। ଚାହିଦା ମୁତବକ ମିଳୁନଥିବାରୁ ମଲ ଓ ଗ୍ରୋସରୀ ଦୋକାନରେ ଚାଉଳ କିଣିବାକୁ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡୁଛି। କେବଳ ଯୁକ୍ତରାଷ୍ଟ୍ର ଆମେରିକା ନୁହେଁ କାନାଡ଼ା ଓ ଅଷ୍ଟ୍ରେଲିଆ ଆଦି ଦେଶରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଘରେ ଅଧିକ ପରିମାଣର ଚାଉଳ ମହଜୁଦ କରି ରଖୁଛନ୍ତି। ଏହାର ଫାଇଦା ଉଠାଇବାକୁ କିଛି ବ୍ୟବସାୟୀ ଚାଉଳର ମୂଲ୍ୟ ବଢ଼ାଇ ଦେଇଛନ୍ତି। ଚାଉଲ ଅଭାବକୁ ନେଇ ପ୍ରବାସୀ ଭାରତୀୟ ଟୁଇଟ କରି ଅସନ୍ତୋଷ ଜାହିର କରିଛନ୍ତି। ଦେଶରେ ଚାଉଳ ଚାହିଦା ବେଶ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଣିକି ବିଦେଶକୁ ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି ଭାରତ ସରକାର।
























