ଜାତିଭିତିକ ଜନଗଣନା ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଖଡଗେ

ନୂଆଦିଲ୍ଲୀ : ଦେଶରେ ଜାତିଭିତ୍ତିକ ଜନଗଣନା ଦାବିକରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ସେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଠବ ଜଣାପଡିଛି।

ଶ୍ରୀ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିକୁ କଂଗ୍ରେସର ଅଫିସିଆଲ ଟୁଇଟର ପେଜରେ ମଧ୍ୟ ସେୟାର କରାଯାଇଛି। ଚିଠିରେ ଖଡ଼ଗେ ଲେଖିଛନ୍ତି ପ୍ରତି ଦଶ ବର୍ଷରେ ଜନଗଣନା ହେଉଥିଲେ ହେଁ ୨୦୨୧ ମସିହାରେ କରାଯାଇନି। ଯାହାଫଳରେ ଏହି କାରଣ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ କାର୍ଯ୍ୟକ୍ରମ ପୂର୍ଣ୍ଣାଙ୍ଗ ହୋଇପାରୁନି। ପଛୁଆବର୍ଗଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି। ତେଣୁ ପୁଣି ଥରେ ଜାତିିଭିତ୍ତିକ ଜନଗଣନା ଶୀଘ୍ର କରାଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

୨୦୧୧-୧୨ ମସିହାରେ ୨୫କୋଟି ପରିବାରକୁ ଅର୍ନ୍ତଭୁକ୍ତ କରିବା ପାଇଁ ପ୍ରଥମ ଥର ପାଇଁ ସାମାଜିକ ଆର୍ଥିକ ଓ ଜାତିଗଣନା ଆରମ୍ଭ କରାଯାଇଥିଲା।

Leave a Reply

Your email address will not be published. Required fields are marked *

Back to top button