ଫିରିଙ୍ଗିଆ ପୂର୍ବତନ ଆଇଆଇସି ଓ ଦୁଇ ହୋମଗାର୍ଡଙ୍କ ବିରୋଧରେ ମାମଲା

କନ୍ଧମାଳ : ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ ଘଟଣାରେ ଫିରିଙ୍ଗିଆ ଥାନାର ପୂର୍ବତନ ଆଇଆଇସି ତପନ କୁମାର ନାହାକଙ୍କ ସମେତ ଦୁଇ ହୋମ୍‌ଗାର୍ଡ ପ୍ରଶାନ୍ତ କୁମାର ପାତ୍ର ଓ ରବୀନ୍ଦ୍ର କୁମାର ନାୟକଙ୍କ ନାଁରେ ମାମଲା ରୁଜୁ ହୋଇଛି। କନ୍ଧମାଳ ଅତିରିକ୍ତ ଏସ୍‌ପି ଲଳିତ କୁମାର ପଟ୍ଟନାୟକଙ୍କ ରିପୋର୍ଟ ଆଧାରରେ ନିଆଯାଇଛି ଏହି ପଦକ୍ଷେପ।

ଖବର ଅନୁଯାୟୀ ପୋଲିସର ଏହି ପଦକ୍ଷେପ ପରେ କନ୍ଧମାଳ ମିଳିତ ମଞ୍ଚ ପକ୍ଷରୁ ଆସନ୍ତା ୨୮ ତାରିଖରେ ଫୁଲବାଣୀରେ ଆୟୋଜିତ ହେବାକୁ ଥିବା ଶୋଭାଯାତ୍ରା ଓ ସମାବେଶକୁ ସ୍ଥଗିତ ରଖାଯାଇଛି। ମଞ୍ଚର ଆବାହକ ଲମ୍ବୋଧର କହଁର ଏହି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button