ଶିମିଳିପାଳ ଅଭୟାରଣ୍ୟରେ କଳାବାଘର ମୃତ୍ୟୁ

ବାରିପଦା : ଶିମିଳିପାଳ ଅଭୟାରଣ୍ୟର କୋର୍‌ ଏରିଆର ସାଉଥ ଜୋନରେ ବିରଳ କଳାବାଘର ମୃତ୍ୟୁ ଘଟିଥିବା ଜଣାପଡିଛି।

ପିସିସିଏଫ୍‌ ସୁଶୀଲ କୁମାର ପପ୍‌ଲିଙ୍କ ସୂଚନା ଅନୁଯାୟୀ ବାଘ-ବାଘ ମଧ୍ୟରେ ଲଢ଼େଇ ଯୋଗୁଁ ମହାବଳ କଳାବାଘର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। କାରଣ ନିଜ ଅଂଚଳ ବାଛିବା ପାଇଁ ବାଘ ବାଘ ଲଢେଇ ହୋଇଥିବା ଅନୁମାନ କରାଯାଉଛି।

ମୃତ୍ୟୁବରଣ କରିଥିବା ବାଘଟି ଅଣ୍ଡିରା। ବୟସ ସାଢେ ୩ ବର୍ଷ ହେବ। ବନ ବିଭାଗ ମୟୂରଭଞ୍ଜ ବଡ଼ମୁଖବାଡ଼ି ଗାଁ ନିକଟରେ ମୃତ ବାଘକୁ ଠାବ କରିଛି। ବାଘ ଶରୀରରେ ଏକାଧିକ କ୍ଷତ ଚିହ୍ନ ରହିଛି। ମୃତ୍ୟୁର କାରଣ ଜାଣିବା ପାଇଁ ଶବ ବ୍ୟବଚ୍ଛେଦ ହୋଇଥିବା ସେ କଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button