ମାନହାନୀ ମାମଲାରେ ରାହୁଲ, ଶିବକୁମାର ଓ ସିଦ୍ଦରମୈୟାଙ୍କୁ ସମନ୍‌

ନୂଆଦିଲ୍ଲୀ : ବେଙ୍ଗାଲୁରୁର ସ୍ୱତନ୍ତ୍ର କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମାନହାନୀ ମାମଲାରେ ସମନ କରିଛନ୍ତି। ଏହାଛଡା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମଧ୍ୟ ସମନ ହୋଇଛି। ଏହି ମାମଲାର ଶୁଣାଣି ଆସନ୍ତା ଜୁଲାଇ ୨୭ରେ ହେବ।

ଖବର ଅନୁଯାୟୀ ମେ’ ୯ ତାରିଖରେ ଏହି ରାଜନେତାଙ୍କ ନାଁରେ କର୍ଣ୍ଣାଟକ ବିଜେପିର ସମ୍ପାଦକ କେଶବ ପ୍ରସାଦ ବେଙ୍ଗାଲୁରୁର ମୁଖ୍ୟ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟଙ୍କ ନିକଟରେ ଅଭିଯୋଗ କରିଥିଲେ। ନିକଟରେ ଶେଷ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ କ୍ଷମତାରେ ଥିବା ବିଜେପି ସରକାର ବିରୋଧରେ ’୪୦ ପ୍ରତିଶତ ଦୁର୍ନୀତିର ନାରା ଦେଇ ପ୍ରଚାର କରିଥିଲା। ଏଥିପାଇଁ କଂଗ୍ରେସର ୩ ନେତାଙ୍କ ବିରୋଧରେ ମାନହାନୀ କେସ୍‌ କରାଯାଇଛି।

ଅଭିଯୋଗକାରୀ କହିଛନ୍ତି କଂଗ୍ରେସ ୨୦୨୩ ମେ’ ୫ରେ ବିଭିନ୍ନ ଖବରକାଗଜରେ ବିଜ୍ଞପନ ଦେଇଥିଲା। ସେତେବେଳେ କ୍ଷମତାସୀନ ବିଜେପି ସରକାର ୪୦ ପ୍ରତିଶତ ଦୁର୍ନୀତିରେ ଲିପ୍ତ ଓ ୪ ବର୍ଷ ପରେ ବିଜେପି ସରକାର ୧.୫ ଲକ୍ଷ କୋଟି ଟଙ୍କା ଲୁଟ କରିଥିବା ଏହି ବିଜ୍ଞାପନରେ କଂଗ୍ରେସ କହିଥିଲା।

Leave a Reply

Your email address will not be published. Required fields are marked *

Back to top button