ଚନ୍ଦ୍ରଯାନ-୩ର ସଫଳତା କାମନା କରି ବ୍ରତ ରଖିଲେ ସୀମା ହାଇଦର

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ପାଇଁ ସାରା ଦେଶରେ ପୂଜାର୍ଚ୍ଚନା ଚାଲିଛି। ଆଉ ଏଥିଲାଗି ବ୍ରତ ରଖିଛନ୍ତି ପାକିସ୍ତାନରୁ ଆସି ଭାରତରେ ବୋହୂ ସାଜିଥିବା ସୀମା ହାଇଦର। ସୀମା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି ଚନ୍ଦ୍ରଯାନ-୩ର ସଫଳ ଲ୍ୟାଣ୍ଡିଂ ନହେବା ପର୍ଯ୍ୟନ୍ତ କିଛି ଖାଇବି ନାହିଁ।

ଭିଡିଓରେ ସୀମା କହିଛନ୍ତି ମୁଁ ପ୍ରାଥନା କରୁଛି ଆମ ଭାରତର ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟାରେ ସଫଳତା ପୂର୍ବକ ସଫଳ ଲ୍ୟାଣ୍ଡିଂ କରୁ। ଏହାଦ୍ୱାରା ମୋ ଦେଶ ଭାରତର ନାମ ସାରା ବିଶ୍ୱରେ ଚର୍ଚ୍ଚା ହେବ। ମୁଁ ଭଗବାନ ରାଧେ କୃଷ୍ଣଙ୍କୁ ବହୁତ ବିଶ୍ୱାସ କରେ। ସାରା ଦେବୀ ଦେବତାଙ୍କୁ ମୋର ପ୍ରାଥନା ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଟରେ ସଫଳ ଲ୍ୟାଣ୍ଡିଂ କରୁ। ଏଥିସହ ସୀମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଦେଶର ବିକାଶ ପାଇଁ ଅନେକ ପରିଶ୍ରମ କରୁଛନ୍ତି।

Leave a Reply

Your email address will not be published. Required fields are marked *

Back to top button