ଭାରତ ଉପରେ ସାଇବର ଆକ୍ରମଣ ଧମକ

ନୂଆଦିଲ୍ଲୀ : ଆସନ୍ତା ୧୧ ତାରିଖରେ ଭାରତ ଉପରେ ବଡ଼ ଧରଣର ସାଇବର ଆକ୍ରମଣ କରିବାକୁ ପାକିସ୍ତାନୀ ଓ ଇଣ୍ଡୋନେସିଆ ହ୍ୟାକର୍ସ ଗୋଷ୍ଠୀ ଧମକ ଦେଇଛି।

ଖବର ଅନୁଯାୟୀ ଆମେରିକା, ଇସ୍ରାଏଲ, ଆମେରିକା ଓ ସ୍ୱିଡେନ୍ ଭଳି ଦେଶ ଉପରେ ସାଇବର ଆକ୍ରମଣ କରିଥିବା ଏହି ହ୍ୟାକର୍ସ ଗୋଷ୍ଠୀ ଭାରତ ଉପରେ ସାଇବର ଆକ୍ରମଣ କରିବ। ହ୍ୟାକର୍ସ ଗ୍ରୁପ୍ ଟେଲିଗ୍ରାମ ଚ୍ୟାନେଲରେ ଲେଖିଛି ଡିସେମ୍ବର ୧୧ରେ ଭାରତରେ ଏକ ‘ସାଇବର ପାର୍ଟି’ ଆୟୋଜନ କରିବ। ଗ୍ରୁପ୍ ଏହାର ଟେଲିଗ୍ରାମ ଚ୍ୟାନେଲ୍ ରେ ୪,୦୦୦ ସବସ୍କ୍ରାଇବର ଥିବା ଦାବି କରିଛି।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ଏହି ବିପଦକୁ ଗମ୍ଭୀରତାର ସହ ନେଇଥିବା ବେଳେ କୌଣସି ଅନଧିକୃତ ପ୍ରବେଶକୁ ରୋକିବାକୁ କେନ୍ଦ୍ର ସରକାର ମନ୍ତ୍ରଣାଳୟ ଓ ସମସ୍ତ ବିଭାଗକୁ ସାଇବର ନିରାପତ୍ତା ପଦକ୍ଷେପକୁ ସକ୍ରିୟ କରିବାକୁ କହିଛନ୍ତି। ଏଥିସହ ସାଇବର ହାଇଜିନ୍ ଅପରେଟିଂ ପ୍ରୋସିଜିଓର (ଏସ୍ଓପି)କୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଡାଟାକୁ ସୁରକ୍ଷିତ ରଖିବା ଓ ହ୍ୟାକିଂରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ରହିଛି।

Leave a Reply

Your email address will not be published. Required fields are marked *

Back to top button