ପାକିସ୍ତାନୀ ପ୍ରେମିକା ସୀମାଙ୍କ ସହ ପରଘରେ ରହୁଛନ୍ତି ସଚିନ ଓ ପରିବାର

ନୋଇଡ଼ା : ସଚିନଙ୍କ ପ୍ରେମରେ ପଡି ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ଏବେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ପ୍ରେମିକା ସୀମାଙ୍କ ପାଇଁ ଘର ଛାଡ଼ିଥିବା ବେଳେ ବିନା ବିଜୁଳିରେ ରହିବାକୁ ପଡୁଛି। ବିଦେଶୀ ବୋହୂଙ୍କ ପାଇଁ ଶଶୁରଘର ଲୋକ ମଧ୍ୟ ହଇରାଣ ହେଉଛନ୍ତି।
ଖବର ଅନୁଯାୟୀ ସୋସିଆଲ ମିଡ଼ିଆରେ ଭାଇରାଲ ଭିଡିଓରୁ ଜଣାପଡିଛି ସଚିନଙ୍କ ପରିବାର ଲୋକ ନିଜ ଘର ଛାଡ଼ି ଅନ୍ୟ ଏକ ଘରେ ରହୁଛନ୍ତି। ଟଙ୍କା ଅଭାବରୁ ଵିଲ୍ ଦେଇ ନପାରିବାରୁ ସଚିନଙ୍କ ଘରୁ ବିଦ୍ୟୁତ୍ କଟିଯାଇଛି। ସେଥିପାଇଁ ଏପରି ରହିବାକୁ ବାଧ୍ୟ ହୋଇଛନ୍ତି।
ସଚିନଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି କେତେଦିନ ଆମେ ଏପରି ଅସୁବିଧାରେ ରହିବୁ। ଘରର ରୋଜଗାର ଶୂନ ହୋଇଯାଇଛି। ସୀମା-ସଚିନଙ୍କ କାରଣରୁ ଆମେ କେହି ବାହାରେ ଯାଇ କାମ କରିପାରୁନାହୁଁ। ଲାଗୁଛି କମ୍ ଦିନ ମଧ୍ୟରେ ଆମକୁ ଉପାସ ରହିବାକୁ ପଡ଼ିବ। ତେଜରାତି ସାମଗ୍ରୀ କିଣିବାକୁ ଆମ ପାଖରେ ପଇସା ନାହିଁ। ସରକାରଙ୍କୁ ନିବେଦନ କରୁଛୁ ଶୀଘ୍ର ଏ ସମସ୍ୟାର ସମାଧାନ କରନ୍ତୁ।




























