କେନ୍ଦ୍ର ସରକାର ୧୮ଟି ରାଜ୍ୟକୁ ମନରେଗା ଯୋଜନାର ବକେୟା ରାଶି ଦେଇନାହାଁନ୍ତି : ଖଡଗେ

ନୂଆଦିଲ୍ଲୀ : ମୋଦୀ ସରକାର ଏପର୍ଯ୍ୟନ୍ତ ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ମନରେଗା ଯୋଜନାରେ ୬,୩୩୬ କୋଟି ଟଙ୍କା ବକେୟା ରାଶି ଦେଇନାହାଁନ୍ତି। ଏହି ଅଭିଯୋଗ କରିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।

ଖବର ଅନୁଯାୟୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଖଡଗେ ଲେଖିଛନ୍ତି ୨୦୦୫ ମସିହା ଆଜିର ଦିନରେ କଂଗ୍ରେସ ସରକାର ଦେଶର କୋଟି କୋଟି ଗ୍ରାମୀଣ ଲୋକଙ୍କ ରୋଜଗାର ଅଧିକାରକୁ ସୁନିଶ୍ଚିନ୍ତ କରିବାକୁ ମନରେଗା ଯୋଜନା ଲାଗୁ କରିଥିଲେ। ଏହି ଯୋଜନାକୁ ବିଜେପି ସରକାର ଦୁର୍ବଳ କରିବାରେ ଲାଗିଛି। ଚଳିତ ବର୍ଷ ମନରେଗା ଯୋଜନାରେ ୩୩ ପ୍ରତିଶତ କାଟି ଦେଇଥିବା ବେଳେ ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ୬.୩୩୬ କୋଟି ଟଙ୍କା ବକେୟା ରାଶି ଦେଇନାହାଁନ୍ତି। ସେ କହିଛନ୍ତି କରୋନା ସମୟରେ କେନ୍ଦ୍ର ସରକାର କଟକଣା ଲଗାଇବା ସମୟରେ ଗ୍ରାମୀଣ ଲୋକଙ୍କ ପାଇଁ ମନରେଗା ଯୋଜନା ସଞ୍ଜିବନୀ ଭଳି କାମ କରିଥିଲା। ୮୦ ପ୍ରତିଶତ ଗ୍ରାମୀଣ ଶ୍ରମିକଙ୍କ ଅସୁବିଧା ଦୂର ହୋଇଥିଲା।

Leave a Reply

Your email address will not be published. Required fields are marked *

Back to top button