ଦୁଇ ଭାଇଙ୍କୁ ବାହାହୋଇ ଟଙ୍କା ଓ ଗହଣା ଲୁଟିଲେ ଦୁଇ ଭଉଣୀ

ଗୌୱାଲିୟର୍‌ : ବିବାହ ପରି ପବିତ୍ର ସମ୍ପର୍କରେ ଠକାମି। ଦୁଇ ସଂପର୍କୀୟ ଭାଇଙ୍କୁ ବିବାହ କରିବା ପରେ ଦୁଇ ଠକ ଭଉଣୀ ଲୁଟି ନେଇଛନ୍ତି ଟଙ୍କା ଓ ସୁନାଗହଣା। ମଧ୍ୟପ୍ରଦେଶରେ ଗୌୱାଲିୟର୍‌ରେ ଏହି ଘଟଣା ଘଟିଥିବା ବେଳେ ଅଭିଯୋଗ ଥାନାରେ ପହଞ୍ଚିଛି।

ଖବର ଅନୁଯାୟୀ ଥାଟିପୁର ଥାନାର ଦର୍ପଣ କଳୋନିର ବାସିନ୍ଦା ଭରତ ଗୁପ୍ତା ଓ ତାଙ୍କ ସାନବାପାଙ୍କ ପୁଅ ରୋହିତ ଗୁପ୍ତା ଉତ୍ତରପ୍ରଦେଶର ଦୁଇ ଭଉଣୀଙ୍କୁ ସପ୍ତାହକ ତଳେ ବିବାହ କରିଥିଲେ। ବାହାଗରକୁ ନେଇ ଘରେ ଥିଲା ଖୁସିର ପରିବେଶ। ହେଲେ ବିବାହର ୫ ଦିନ ମଧ୍ୟରେ ଭଉଣୀଦ୍ୱୟ ନିଜ ଘର ଲୋକଙ୍କୁ ଘରେ ପୂରାଇ ବାହାରୁ କବାଟ ବନ୍ଦକରି ଟଙ୍କା ଓ ସୁନାଗହଣା ଲୁଟି ନେଇଛନ୍ତି।

ଦୁଇଭାଇ ଅଏବେ ଭିଯୋଗ କରିଛନ୍ତି ବିବାହର ପାଞ୍ଚ ଦିନ ମଧ୍ୟ‌ରେ ଦୁଇ ଭଉଣୀ ଲକ୍ଷ ଲକ୍ଷ ଟଙ୍କା ଲୁଟି ଘରୁ ଫେରାର୍‌ ହୋଇ ଯାଇଛନ୍ତି। ସେମାନେ ଲୁଟେରା ଦୁଇ ଭଉଣୀଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଲେ। କିନ୍ତୁ ସେମାନେ ଦେବାକୁ ସ୍ପଷ୍ଟ ମନା କରିବାରୁ କୌଣସି ଉପାୟ ନପାଇଁ ଥାନାର ଦ୍ଵାରସ୍ଥ ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button