ସୁପ୍ରିମକୋର୍ଟଙ୍କ ପ୍ରଶ୍ନ ୩ ବର୍ଷ ହେଲା ରାଜ୍ୟପାଳ କ’ଣ କରୁଥିଲେ

ନୂଆଦିଲ୍ଲୀ : ବିଲ୍ ଅନୁମୋଦନ ବିଳମ୍ବ ବିରୋଧରେ ତାମିଲନାଡୁ ସରକାର କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି। ୨୦୨୦ରୁ ଏହି ବିଲ୍ ବିଚାରାଧୀନ ଥିବାବେଳେ ରାଜ୍ୟପାଳ ତିନିବର୍ଷ ଧରି କ’ଣ କରୁଥିଲେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ଖବର ଅନୁଯାୟୀ ବିଧାନସଭାରେ ପାରିତ ହୋଇଥିବା ବିଲକୁ ଅନୁମୋଦନ ନ ଦେବା ନେଇ ସୁପ୍ରିମକୋର୍ଟ ତାମିଲନାଡୁ ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ନୋଟିସ ଜାରି କରିଛନ୍ତି। ପ୍ରଧାନ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୂଡଙ୍କର ବେଞ୍ଚ ଆଟର୍ନି ଜେନେରାଲ ଓ ସୋଲିସିଟର ଜେନେରାଲଙ୍କୁ ପରବର୍ତ୍ତୀ ଶୁଣାଣି ସମୟରେ ତଥ୍ୟ ସହିତ କୋର୍ଟରେ ହାଜର ହେବାକୁ କହିଛନ୍ତି। ଡିସେମ୍ବର ୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଯୋଗ୍ୟ ତାମିଲନାଡୁ ରାଜ୍ୟପାଳ ୧୦ଟି ବିଲ୍‌ ଫେରାଇ ଦେବାରୁ ରାଜ୍ୟ ସରକାର ବିଶେଷ ବିଧାନସଭା ଅଧିବେଶନ ଡକାଇ ଉକ୍ତ ବିଲଗୁଡ଼ିକୁ ପୁଣି ଥରେ ଗୃହୀତ କରାଇ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି। ଏହା ପୂର୍ବରୁ ରାଜ୍ୟ ସରକାର ରାଜ୍ୟପାଳ ବିଲ୍‌ ଅନୁମୋଦନ କରିବାରେ ଅଯଥା ବିଳମ୍ବ କରୁଥିବା ଦର୍ଶାଇ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button