ସ୍ତ୍ରୀର ଅଶ୍ଳୀଳ ଫଟୋ ଭାଇରାଲ୍ କରି ସ୍ଵାମୀ ଗିରଫ

ସମ୍ବଲପୁର : ସାମାଜିକ ଗଣମାଧ୍ୟମରେ ସ୍ତ୍ରୀର ଅଶ୍ଳୀଳ ଫଟୋ ଛାଡ଼ି ସ୍ଵାମୀ ଗିରଫ। ପୂର୍ବରୁ ମାଡ଼ମାରି ଗିରଫ ହୋଇଥିଲେ।

ଖବର ଅନୁଯାୟୀ ୨୦୦୯ରେ ବଡ଼ବଜାରର ଏନ୍‌ ପରଵିନ୍‌ ଆକ୍ରମ ଖାନଙ୍କୁ ବିବାହ କରିଥିଲେ। ବିବାହର କିଛିବର୍ଷ ପରେ ଆକ୍ରମ ମାରପିଟ୍‌ କରିବାରୁ ସେ ସମ୍ବଲପୁର ଫେରି ଆସିଥିଲେ। ଗତ ଫେବ୍ରୁଆରି ୨୬ ତାରିଖରେ ଆକ୍ରମ ଓ ତାଙ୍କ ପୋଷ୍ୟ ପୁତ୍ର ପରଵିନ୍‌ଙ୍କ ମୋବାଇଲ୍‌ ଫୋନ୍‌ ନେଇଯାଇ ତାଙ୍କ ଇମେଲ୍‌ ଆଇଡି, ଫେସବୁକ୍, ଇନଷ୍ଟାଗ୍ରାମ, ହ୍ଵାଟ୍ସଆପ୍‌ ଆଦି ବ୍ୟବହାର କରି ଖରାପ ଫଟୋ ପୋଷ୍ଟ କରିଚାଲିଥିଲେ। ଏପ୍ରିଲ୍‌ ୨୩ରେ ତାଙ୍କୁ ଆକ୍ରମଣ କରିବାରୁ ସମ୍ବଲପୁର ମହିଳା ଥାନାରେ ହୋଇଥିବା ଅଭିଯୋଗ କ୍ରମେ ଆକ୍ରମଙ୍କୁ ପୋଲିସ ଗିରଫ କରିଥିଲା।

ଜାମିନ୍‌ରେ ଆସିବା ପରେ ଆକ୍ରମ ଗତ ଜୁଲାଇ ମାସରେ କିଛି ଅଶ୍ଳୀଳ ଫଟୋ ଏଡିଟ୍‌ କରି ଫେସବୁକ୍‌ରେ ଭାଇରାଲ କରିଥିଲେ। ଏ ନେଇ ଜୁଲାଇ ୨୬ରେ ପରଵିନ୍‌ ସମ୍ବଲପୁର ସାଇବର୍‌ ଥାନାରେ ଅଭିଯୋଗ କରିବାରୁ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତ ଆକ୍ରମ ଖାନଙ୍କୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *

Back to top button