ଭାରତର ସବୁ ମୁସଲମାନ ହିନ୍ଦୁ ହୋଇଯିବା ଭଲ : କେଆରକେ

ମୁମ୍ବାଇ : ଚଳଚ୍ଚିତ୍ର ସମୀକ୍ଷା ପାଇଁ ଚର୍ଚ୍ଚାରେ ରହୁଥିବା କମାଲ ରସିଦ ଖାନ ଏବେ ମୁସଲମାନମାନଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ କହିଛନ୍ତି। ଟ୍ଵିଟ କରି ସେ ଏଭଳି ଲେଖିଥିବା ଦେଖାଯାଇଛି। ଭାରତରେ ମୁସଲମାନମାନେ ସୁରକ୍ଷିତ ନଥିବା କହି ସେ ଏଭଳି କରିବାକୁ ପରାମର୍ଶ ଦେଇଛନ୍ତି।

ଖବର ଅନୁଯାୟୀ କମାଲ ରସିଦ ଖାନଙ୍କ ଟ୍ଵିଟରେ ଲେଖାଯାଇଛି ମୁଁ ଭାରତର ସମସ୍ତ ମୁସଲମାନମାନଙ୍କୁ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ପରାମର୍ଶ ଦେଉଛି। କାରଣ କୌଣସି ଧର୍ମ ଅପେକ୍ଷା ଆପଣଙ୍କ ପରିବାର ଓ ପିଲାମାନଙ୍କର ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ। ଆମେ ଭାରତୀୟ ମୁସଲମାନମାନେ ଆରବ ପାଇଁ ଧର୍ମ ପରିବର୍ତ୍ତନ କଲେ। ହେଲେ ବର୍ତ୍ତମାନ ଆରବ ଦେଶ ଇସଲାମକୁ ସୁରକ୍ଷା କରିବା ପାଇଁ ପ୍ରସ୍ତୁତ ନୁହଁନ୍ତି। ସେଥିପାଇଁ ତୁମ ପରିବାରକୁ ବଞ୍ଚାଇବା ପାଇଁ ପୁନର୍ବାର ଧର୍ମ ପରିବର୍ତ୍ତନ କରିବା ଭୁଲ୍ ନୁହେଁ।

Leave a Reply

Your email address will not be published. Required fields are marked *

Back to top button