ପତ୍ନୀର ଆକ୍ରମଣରେ ସ୍ଵାମୀର ଜୀବନ ଗଲା

ବ୍ରହ୍ମପୁର : ମଦ ପିଇବାକୁ ନେଇ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ। ପତ୍ନୀର ଆକ୍ରମଣରେ ସ୍ଵାମୀର ମୃତ୍ୟୁ। ଏହି ଅଭାବନୀୟ ଘଟଣା ଜଗନ୍ନାଥପ୍ରସାଦ ଥାନା ଛାମୁଣ୍ଡା ଗାଁରେ ଘଟିଛି।

ଖବର ଅନୁଯାୟୀ ଛାମୁଣ୍ଡାର କପିଳା ବେହେରା ଓ ପତ୍ନୀ କର୍ଣ୍ଣାଟକର ଏକ ଚାହା ବାଗାନରେ କାମ କରନ୍ତି। ରବିବାର ରାତିରେ ଦୁହେଁ ଗାଁକୁ ଫେରିଥିଲେ। ବିଳମ୍ୱିତ ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ହେଲେ କପିଳା ଜଣେ ଭ୍ୟାସଗତ ମଦୁଆ ହୋଇଥିବାରୁ ଗାଁ ଲୋକେ ଗୁରୁତ୍ଵ ଦେଇନଥିଲେ। କିନ୍ତୁ ଅଭିଯୋଗ ଅନୁସାରେ ସେଦିନ ରାତିରେ କପିଳା ମଦ ପିଇବା ପାଇଁ ପତ୍ନୀଙ୍କୁ ଟଙ୍କା ମାଗିଥିଲେ। ସେ ଟଙ୍କା ଦେବାକୁ ମନା କରିଦେବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କପିଳା ପତ୍ନୀଙ୍କୁ ମାଡ଼ ମାରିଥିଲେ। ସେହି ସମୟରେ ଘର କୋଣରେ ଥିବା ଏକ ଧାରୁଆ ଅସ୍ତ୍ରରେ କପିଳାଙ୍କ ମୁଣ୍ଡକୁ ପତ୍ନୀ ଆକ୍ରମଣ କରିଥିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ସୋମବାର ସକାଳେ ଚଟାଣରେ କପିଳା ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଗାଁ ଲୋକେ ଦେଖି ଥାନାକୁ ଖବର ଦେଇଥିଲେ। ପୋଲିସ୍‌ ଗାଁରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପତ୍ନୀଙ୍କୁ ଅଟକ ରଖି ଜେରା କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button