ଏଣିକି ରୋଗୀ ଚିକିତ୍ସା କରିବେ ଫାର୍ମାସିଷ୍ଟ

ଭୁବନେଶ୍ୱର : ଏଣିକି ଫାର୍ମାସିଷ୍ଟମାନେ ରୋଗୀର ଚିକିତ୍ସା କରି ଔଷଧ ଦେଇପାରିବେ। ଏଥିପାଇଁ ରାଜ୍ୟ ସରକାର ବିଧିବଦ୍ଧ ଅନୁମତି ଦେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ ବହୁ ଲାଇସେନ୍ସ ପ୍ରାପ୍ତ ଫାର୍ମାସିଷ୍ଟ ସ୍ୱାଗତ କରିଥିବା ବେଳେ କିଛି ବର୍ଷ ପୂର୍ବରୁ ଏହା ହେବାର ଥିଲା ବୋଲି କେତେକ କହିଛନ୍ତି ।
ସୂଚନାଯୋଗ୍ୟ ରାଜ୍ୟରେ ସ୍ୱାସ୍ଥ୍ୟବସ୍ଥା ଦିନକୁ ଦିନ ଭୁଷୁଡିବାରେ ଲାଗିଛି। କେଉଁଠି ଡାକ୍ତର ନାହାଁନ୍ତି ତ ଆଉ କେଉଁଠି ଡାକ୍ତରଖାନାର ଷ୍ଟାଫଙ୍କର ରହିଛି ଅଭାବ। ସେହିପରି କିଛି ମେଡ଼ିକାଲ ଅଛି ଯେଉଁଠି ଗୋଟିଏ ଡାକ୍ତର ଓ ୪-୫ ଜଣ ନର୍ସଙ୍କ ଭରଷାରେ ଚାଲିଛି। କିନ୍ତୁ ଚର୍ଚ୍ଚା ହେଉଛି ରାଜ୍ୟରେ ପ୍ରତି ବର୍ଷ ବହୁ ସଂଖ୍ୟାରେ ଫାର୍ମାସିଷ୍ଟମାନେ ପରୀକ୍ଷାରେ ପାସ କରିବା ସହିତ ଲାଇସେନ୍ସ ପାଉଛନ୍ତି। ହେଲେ ସେମାନଙ୍କୁ ଡାକ୍ତରଖାନାରେ ଚାକିରୀ ମିଳୁନି। ଯାହାଫଳରେ ଗୋଟିଏ ଫାର୍ମାସିଷ୍ଟ ତା ପରିବାରର ଭରଣ ପୋଷଣ ମେଣ୍ଟାଇବା ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଛି।
ସେହିପରି ଆଉ କିଛି ଫାର୍ମାସିଷ୍ଟ କହିଛନ୍ତି ସରକାର ଆମକୁ ଦୀର୍ଘ ୨୨ ବର୍ଷ ଧରି ଅନାଥ ପୁଅ ଭଳି ଅଣଦେଖା କରିଆସୁଥିଲେ। ଏବେ ଯେତେବେଳେ ନିଜ କାନ୍ଧରେ ଲଙ୍ଗଳ ପଡିଲା ସେତେବେଳେ ଫାର୍ମାସିଷ୍ଟ ଗୋଟିଏ ବୃତ୍ତି ଅଛି ବୋଲି ମନେପଡିଲା। ଗତ ଦୁଇବର୍ଷ ହେଲାଣି କରୋନା ମହାମାରୀ ସମଗ୍ର ଦେଶକୁ ଗ୍ରାସ କରିବାରେ ଲାଗିଛି। ଏହି ସମୟରେ ଫାର୍ମାସିଷ୍ଟମାନେ ନିଜ ଘର ପରିବାର ଛାଡି ରାତିଦିନ ନିରନ୍ତର ଭେକସିନ ଅନୁସନ୍ଧାନରେ ଲାଗିବା ସହିତ ଆବିଷ୍କାର ମଧ୍ୟ କରିଛନ୍ତି। କିନ୍ତୁ ଏତେସବୁ କରିବା ପରେ ମଧ୍ୟ ସରକାରଙ୍କ “କରୋନା ଯୋଦ୍ଧା” ଭେଳିକି ଆମକୁ ବହୁତ ମର୍ମାହତ କରିଛି। ଦେଶର ଏତେବଡ ସଫଳତା ପରେ କେହି ଟିକିଏ ହେଲେ ଫାର୍ମାସିଷ୍ଟଙ୍କୁ ସମ୍ମାନ ତ ଦୂରର କଥା ମନେ ନ ପକାଇବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ମତ ଦେଇଛନ୍ତି।