କର୍ଣ୍ଣାଟକ : ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ପାଇଁ କଂଗ୍ରେସ ସରକାରର ନୂଆ ଯୋଜନା

ନୂଆଦିଲ୍ଲୀ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ କର୍ଣ୍ଣାଟକ ଶପଥ ଗ୍ରହଣ କରିବା ପରେ କଂଗ୍ରେସ ଦେଇଥିବା ୫ଟି ପ୍ରତିଶ୍ରୁତି ପୂରଣ ଉପରେ ଗୁରୁତ୍ଵ ଦେଇଛନ୍ତି। କର୍ଣ୍ଣାଟକର ନୂଆ ସରକାର ହାତକୁ ନେଇଥିବା ୫ଟି ଯୋଜନା ପାଇଁ ବାର୍ଷିକ ପ୍ରାୟ ୬୨୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

ଖବର ଅନୁଯାୟୀ କଂଗ୍ରେସ ନିର୍ବାଚନ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା କ୍ଷମତାକୁ ଆସିଲେ କର୍ଣ୍ଣାଟକରେ ସମସ୍ତ ମହିଳାଙ୍କୁ ମାଗଣା ବସ୍ ପାସ୍ ମିଳିବ। ସେଇପରି ଘରର ମୁଖିଆ ମହିଳାଙ୍କୁ ପ୍ରତିମାସରେ ୨୦୦୦ଟଙ୍କା ଭତ୍ତା, ସ୍ନାତକ ବେକାରୀଙ୍କୁ ୫୦୦୦ଟଙ୍କା ଓ ଡିପ୍ଲୋମାଧାରୀଙ୍କୁ ୧୫୦୦ଟଙ୍କା, ୧୦କିଲୋ ଚାଉଳ ଓ ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦିଆଯିବ।
ଏସବୁ ଜନାଭିମୁଖୀ ଯୋଜନା ଲାଗୁ କରିବା ପାଇଁ କଂଗ୍ରେସ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ଜଣାପଡ଼ିଛି। କର୍ଣ୍ଣାଟକ ସରକାର ପ୍ରତି ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦେବା ପାଇଁ ଗୃହଜ୍ୟୋତି ଯୋଜନା ଆଣିବେ। ଏଥିରେ ବର୍ଷକୁ ପ୍ରାୟ ୧୪,୪୩୦କୋଟି ଟଙ୍କା ଖର୍ଚ୍ଚ ହେବ। ସେହିପରି ବେକାର ଭତ୍ତା ପାଇଁ ବାର୍ଷିକ ଖର୍ଚ୍ଚ ହେବ ୩୦୦୦କୋଟି ଟଙ୍କା। ଯୁବନିଧି ଯୋଜନାରେ ସ୍ନାତକ ବେକାରଙ୍କୁ ମାସିକ ୩୦୦୦ ଟଙ୍କା ଓ ଡିପ୍ଲୋମାଧାରୀ ବେକାରଙ୍କୁ ମାସିକ ୧୫୦୦ ଟଙ୍କା ଭତ୍ତା ଦିଆଯିବ।

ସେହିପରି ଘରର ମୁଖିଆ ମହିଳାଙ୍କୁ ପ୍ରତିମାସରେ ଗୃହଲକ୍ଷ୍ମୀ ଯୋଜନାରେ ୨୦୦୦ଟଙ୍କା ଭତ୍ତା ଦେବା କଂଗ୍ରେସର ୫ଟି ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ। ଏହି ପ୍ରତିଶ୍ରୁତି ପୂରଣ କରିବାକୁ ପ୍ରତିବର୍ଷ ୩୦ହଜାର ୭୨୦କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏଥିସହ ଗରିବ ବ୍ୟକ୍ତିଙ୍କୁ ଅନ୍ନଭାଗ୍ୟ ଯୋଜନାରେ ମାଗଣା ୧୦କିଲୋ ଚାଉଳ କିମ୍ବା ଗହମ ଦିଆଗଲେ ପ୍ରତିବର୍ଷ ୫ହଜାର କୋଟି ଖର୍ଚ୍ଚ ହେବ। ଏହାଛଡା ପ୍ରତ୍ୟେକ ମହିଳାଙ୍କୁ ସରକାରୀ ବସ୍‌ରେ ମାଗଣା ଯାତ୍ରା କରିବାର ସୁବିଧା ପାଇଁ ପାଖାପାଖି ୧୦,୦୦୦ କୋଟି ଟଙ୍କା‌ ଖର୍ଚ୍ଚ ହୋଇପାରେ ‌ବୋଲି ଆକଳନ କରାଯାଉଛି।

Leave a Reply

Your email address will not be published. Required fields are marked *

Back to top button