ପାର୍ବଣ ଋତୁରେ ସତର୍କତା ଅବଲମ୍ବନ ପାଇଁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ : ଦେଶରେ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କରୋନା କଟକଣାକୁ ଆଉ ଏକମାସ ବୃଦ୍ଧି କରିଛନ୍ତି। ଏଥସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଲାଗୁ କଟକଣାକୁ ଅକ୍ଟୋବର ୩୧ ଯାଏ ବଢ଼ାଇ ଦେଇଛନ୍ତି।

ମଙ୍ଗଳବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡଲାଇନରେ କୁହାଯାଇଛି ଆଗକୁ ବିଭିନ୍ନ ପର୍ବପର୍ବାଣୀ ଥିବାରୁ ଲୋକମାନେ କୋଭିଡ କଟକଣାକୁ ମାନିବାର ସମ୍ଭାବନା ରହିଛି। ମେଳା ମଉତ୍ସବ ସମୟରେ ଅଧିକ ଜନଗହଳି ହେଲେ ଦେଶରେ ପୁଣି କରୋନା ସଂକ୍ରମଣ ବଢାଇବାର ଆଶଙ୍କା ରହିଛି। ସେଥିପାଇଁ ପାର୍ବଣ ସମୟରେ ଯେପରି ଅଧିକ ଜନଗହଳି ନହୁଏ ଓ ଲୋକମାନେ କୋଭିଡ ନିୟମାବଳୀ ପାଳନ କରନ୍ତି ତାହା ନିଶ୍ଚିତ କରିବାକୁ ପଡ଼ିବ।

ଗାଇଡଲାଇନ ଅନୁଯାୟୀ ରାଜ୍ୟ ସରକାରମାନେ କରୋନା ପଜିଟିଭିଟି ହାର, ପ୍ରତି ଜିଲ୍ଲାରେ ଥିବା ହସପିଟାଲ ଗୁଡ଼ିକର ଶଯ୍ୟା ଓ ଆଇସିୟୁରେ କେତେକ ରୋଗୀ ରହୁଛନ୍ତି ତା ଉପରେ ତୀକ୍ଷଣ ଦୃଷ୍ଟି ରଖନ୍ତୁ। କୌଣସି ସ୍ଥାନରେ ସଂକ୍ରମଣ ବଢିଲେ ପ୍ରଶାସନ ପକ୍ଷରୁ ଅବିଳମ୍ବେ କଣ୍ଟେନମେଣ୍ଟ ପଦକ୍ଷେପ ନିଆଯିବା ଉଚିତ। ରାଜ୍ୟମାନେ କରୋନା ମୁକାବିଲା ପାଇଁ ପରୀକ୍ଷା, ତଦାରଖ, ଚିକିତ୍ସା, ଟୀକାକରଣ ଓ କୋଭିଡ ନିୟମାବଳୀ ପାଳନ ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button