ବ୍ୟୁଟି ଫେଷ୍ଟିଭାଲ୍ “ସୋଷ୍ଟପର୍ସ”କୁ ସେଲିବ୍ରିଟି ଶିଳ୍ପା ଶେଟ୍ଟୀଙ୍କ ଶୁଭାରମ୍ଭ

ଭୁବନେଶ୍ୱର : ସପର୍ସ ଷ୍ଟପ୍‌, ଭାରତର ଅଗ୍ରଣୀ ଫ୍ୟାସନ ଓ ବ୍ୟୁଟି ଡେଷ୍ଟିନେସନ ଏହାର ବ୍ୟୁଟି ବ୍ରାଣ୍ଡସ, ଟ୍ୟାଲେଂଟ୍‌ସ ଓ ସୃଜନଶୀଳତାର ପାଳନ କରିବା ପାଇଁ ସୋଷ୍ଟପର୍ସର ଦ୍ୱିତୀୟ ସଂସ୍କରଣର ଘୋଷଣା କରିଛି । ଏହା ସହିତ ଏଥିରେ ରହିଛି ଆକର୍ଷଣୀୟ ଅଫର, ମାଷ୍ଟରକ୍ଲାସ ଓ ଆହୁରି ଅନେକ ଅନୁଭୂତି । ଏହି ୧୦ ଦିନିଆ ବ୍ୟୁଟି ଫେଷ୍ଟ କୁ ଦେଶ ବ୍ୟାପୀ ଟ୍ୟାଲେଂଟ ହଂଟ ଜରିଆରେ ଆରମ୍ଭ କରାଯାଇଛି ଯାହାର ବିଚାରକ ରହିଛନ୍ତି ଲୋକପ୍ର୍ରିୟ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ । ସମ୍ପୂର୍ଣ୍ଣ ଉତ୍ସବ ଶୁକ୍ରବାର ୧୫ ଅକ୍ଟୋବରରୁ ଆରମ୍ଭ ହୋଇ ୨୪ ଅକ୍ଟୋବର ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଫେଷ୍ଟ ମାଧ୍ୟମରେ ସୌନ୍ଦର୍ଯ୍ୟପ୍ରେମୀମାନେ ଅନେକ ଅଫର ଲାଭ କରିବାର ସୁଯୋଗ ପାଇପାରିବେ ଓ ସେମାନଙ୍କର ଦକ୍ଷତାକୁ ମଧ୍ୟ ପ୍ରଦର୍ଶିତ କରିପାରିବେ ।

ସୋଷ୍ଟପର୍ସରେ ବିଭିନ୍ନ ବ୍ୟୁଟି ବ୍ରାଣ୍ଡ ଯଥା ଏମ.ଏ.ସି., ଡିଓର, କାଲଭିନ୍ କ୍ଲେଇନ୍‌, ଆର୍ସେଲିଆ, ବବି ବ୍ରାଉନ, କାମା ଆୟୁର୍ବେଦ, ଲାକମେ, ମେବିଲିନ୍‌, ଲୋରିଆଲ୍‌, କଲରବାର, ପ୍ଲମ୍ ଓ ଆହୁରି ଅନେକ ଅଂଶଗ୍ରହଣ କରୁଛନ୍ତି । ଏଥିରେ ସୃଜନଶୀଳତା, ଟ୍ରେଣ୍ଡ ଓ ଏଡୁଟେଂନମେଂଟକୁ ମଧ୍ୟ ଉପସ୍ଥାପିତ କରାଯିବ। ଏହି ଫେଷ୍ଟରେ ମଧ୍ୟ ସର୍ବୋତମ ବ୍ୟୁଟି ବ୍ରାଣ୍ଡ ଓ ଟପ୍ ସୋସିଆଲ୍ ମିଡିଆ କଂଟେଟ୍ କ୍ରିଏଟରଙ୍କ ସହିତ ପ୍ରସ୍ତୁତ କଂଟେଟକୁ ପ୍ରଦର୍ଶିତ କରାଯିବ । ଅନେକ ସପର୍ସ ଷ୍ଟପ୍ ଷ୍ଟୋରରେ, ବ୍ରାଣ୍ଡ ଏକ୍ସପେରିଏନ୍‌ସ ଜୋନର ସୃଷ୍ଟି କରିଛି ଯାହାକି ବ୍ୟକ୍ତିଗତ ଓ ବିଶେଷଜ୍ଞଙ୍କ ଠାରୁ ତ୍ୱଚା ଯତ୍ନ ସମ୍ପର୍କିତ ପରାମର୍ଶ ପ୍ରଦାନ କରିବ। ଏହା ସହିତ ବ୍ୟୁଟି ମାଷ୍ଟରକ୍ଲାସ, ଲାଇଭ୍ ସେସନ୍‌ସ, ଫ୍ରାଗ୍ରାନ୍‌ସ ପର୍ସୋନାଲାଇଜେସନ ଓ ଶିକ୍ଷା ଓ ଫ୍ଲାସ ଅଫରର ସୁବିଧା ମଧ୍ୟ ରହିଛି । ସପର୍ସ ଷ୍ଟପ୍ ମଧ୍ୟ ସ୍ୱତନ୍ତ୍ର ସ୍ପେଶିଆଲ୍ ଏଡିସନ ସୋଷ୍ଟପର କିଟ୍‌ସ ର ପ୍ରସ୍ତୁତି ପାଇଁ ଟପ୍ ପାର୍ଟନର ବ୍ରାଣ୍ଡଙ୍କ ସହିତ ସହବନ୍ଧନ ସ୍ଥାପନ କରିଛି । ଏହା ଟ୍ରପ୍ ବ୍ରାଣ୍ଡମାନଙ୍କରେ ଅତ୍ୟନ୍ତ ଆକର୍ଷଣୀୟ ଅଫର ସହିତ ଷ୍ଟୋରରେ ଉପଲବ୍ଧ ହେଉଛି । ଚଳିତ ବର୍ଷର ଏହି ବୃହତମ ବ୍ୟୁଟି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହୁଅନ୍ତୁ ଓ ଭାରତର ସମସ୍ତ ମେକଅପ୍ ପ୍ରେମୀମାନଙ୍କ ପାଇଁ ଏହା ଏକ ଚମତ୍କାର ଓ ଶିକ୍ଷଣ ପାର୍ବଣ ଋତୁ ଭାବରେ ସହାୟକ ହେବ !

Leave a Reply

Your email address will not be published. Required fields are marked *

Back to top button