ପ୍ରଧାନମନ୍ତ୍ରୀ ଫସଲ ବୀମାରେ ଦୁର୍ନୀତି : ୧୪ ଗିରଫ

ବଲାଙ୍ଗୀରି : ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଦୁର୍ନୀତି। କୃଷି ବିଭାଗ ଓ ବଲାଙ୍ଗିର ସାଇବର ଥାନା ପୋଲିସ ଏହାର ପର୍ଦ୍ଦାଫାଶ କରିଛି।

ଖବର ଅନୁଯାୟୀ ଚାଷୀମାନଙ୍କ କାଗଜପତ୍ର ବ୍ୟବହାର କରି ନକଲି ଚାଷୀଙ୍କ ନାଁରେ କୋଟି କୋଟି ଟଙ୍କାର ଫସଲ ବୀମା ହଡପ୍‌ କରାଯାଇଛି। ଜନସେବା କେନ୍ଦ୍ରର କର୍ମଚାରୀମାନେ ଏସବୁ କରୁଥିବା କୃଷି ବିଭାଗ ଜାଣିବା ପରେ ବଲାଙ୍ଗିର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲା ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶରେ ଗଠିତ ସ୍ୱତନ୍ତ୍ର ଟିମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ୧୪ ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ବହୁ ସଂଖ୍ୟାରେ ଲାପ୍‌ଟପ୍‌, କମ୍ପ୍ୟୁଟର ମୋବାଇଲ ଜବତ କରିଥିଲା। ଅନ୍ୟପକ୍ଷରେ ଜିଲ୍ଲାର ସାତ ହଜାର ଚାଷୀ ନାଁରେ ଏପରି ନକଲି କାରବାର କରାଯାଇଛି। ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ଆହୁରି ଅଧିକ ଗିରଫ ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *

Back to top button