ସକାଳୁ ଜୁଆଣି ପାଣି ପିଇଲେ ମିଳିବ ଏସବୁ ଫାଇଦା

ଜୁଆଣି ଆୟୁର୍ବେଦିକ ଗୁଣରେ ପରିପୂର୍ଣ୍ଣ। ସ୍ୱାସ୍ଥ୍ୟପକ୍ଷେ ଏହା ବେଶ ଉପକାରୀ। ଜୁଆଣି ପାଣି ପିଇଲେ ଗ୍ୟାସ୍, ବଦହଜମି, ପେଟ ଯନ୍ତ୍ରଣା ଓ କୋଷ୍ଠକାଠିନ୍ୟ ଦୂର ହେବ। ଜୁଆଣି ପାଇଁ ସେବନ ଦ୍ୱାରା ଓଜନ ନିୟନ୍ତ୍ରଣ କରାଯାଇପାରିବ। ଜୁଆଣିରେ ପ୍ରୋଟିନ୍, ଫ୍ୟାଟ, ମିନେରାଲ୍ସ, ଫାଇବର ଓ କାର୍ବୋହାଇଡ୍ରେଟ୍ ଅଛି। ଏହାଛଡା କ୍ୟାଲସିୟମ୍, ଥିଏମାଇନ୍, ରାଇବୋଫ୍ଲାଭିନ, ଫସଫରସ୍, ଆଇରନ୍ ଓ ନିୟାସିନ୍ ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା ଜୁଆଣି ପାଣିର ଅନ୍ୟସବୁ ଉପକାରିତା ବିଷୟରେ..।

janatakhabar.in
  • ଜୁଆଣିରେ ଆଣ୍ଟି-ହାଇପରଲିପିଡେମିକ୍ ଉପାଦାନ ରହିଛି। ଏହାର ପାଣି ପିଇଲେ ଶରୀରର କୋଲେଷ୍ଟ୍ରଲ, LDL- କୋଲେଷ୍ଟ୍ରଲ, ଟ୍ରାଇଗ୍ଲେସିରାଇଡ ଓ ମୋଟ ଲିପିଡ କମିବା ସହିତ ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ।
  • ଚର୍ବି ବୃଦ୍ଧି ହେତୁଶରୀରର ମେଦବହୁଳତା ସମସ୍ୟା ଦେଖାଦିଏ। ଏହାକୁ କମାଇବା ଲାଗି ଜୁଆଣି ପାଣି ପିଇପାରିବେ। ସକାଳେ ଖାଲି ପେଟରେ ଜୁଆଣି ପାଣି ପିଇଲେ ଓଜନ ନିୟନ୍ତ୍ରଣ ରହେ।
  • ବିଶୃଙ୍ଖଳିତ ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ପେଟରେ ଗ୍ୟାସ ସମସ୍ୟା ଦେଖାଦେଇଥାଏ। ଏହାକୁ ଦୂର କରିବାକୁ ଜୁଆଣି ପାଣି ସେବନ କରିପାରିବେ। ଏହି ପାଣି ଗ୍ୟାସ ଓ ପେଟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।
  • ଜୁଆଣି ପାଣି ମହିଳାଙ୍କ କ୍ଷେତ୍ରରେ ଅତ୍ୟନ୍ତ ଲାଭଦାୟକ। ମାସିକ ଋତୁସ୍ରାବ ସମୟରେ ହେଉଥିବା ପେଟ ଯନ୍ତ୍ରଣାରୁ ଏହା ଆରାମ ଦେଇଥାଏ।
  • ମହିଳାମାନଙ୍କ ଗର୍ଭଧାରଣ ପରେ ଶରୀରରେ ସମାନ ରକ୍ତ ସଞ୍ଚାଳନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଏ। ଜୁଆଣି ପାଣି ପିଇଲେ ଏହି ସମସ୍ୟା ଦୂର ହୋଇଥାଏ ବୋଲି କୁହାଯାଏ।

Leave a Reply

Your email address will not be published. Required fields are marked *

Back to top button