ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍‌ ଏ++ ମାନ୍ୟତା

କଟକ : ଐତିହାସିକ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍‌ (ନ୍ୟାସ୍‌ନାଲ ଆସେସ୍‌ମେଣ୍ଟ ଆଣ୍ଡ ଏକ୍ରିଡିଏସନ୍‌ କାଉନ୍‌ସିଲ) ଏ++ ମାନ୍ୟତା ମିଳିଛି। ଏହାପରେ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଭିଭାବକ ଓ ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି।

ଖବର ଅନୁଯାୟୀ ରାଜ୍ୟର ପ୍ରଥମ ସରକାରୀ ବିଶ୍ଵବିଦ୍ୟାଳୟ ଭାବେ କଟକର ରେଭେନ୍‌ସା ବିଶ୍ଵବିଦ୍ୟାଳୟକୁ ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନାକ୍‌ ଦ୍ଵାରା ଏହି ମାନ୍ୟତା ମିଳିଛି। ଏହି ଖୁସି ଖବର ପାଇବା ପରେ ରେଭେନ୍ସା କର୍ତ୍ତୃପକ୍ଷଙ୍କ ସହ ଛାତ୍ରଛାତ୍ରୀ ବାଜା ବଜାଇ ନାଗଗୀତରେ ମସଗୁଲ ହୋଇଛନ୍ତି।

ସୂଚନାଯୋଗ୍ୟ ନାକ୍‌ର ଏକ ୫ ଜଣିଆ ଟିମ୍ ଗତ ୨୦ ତାରିଖ ଦିନ ରେଭେନ୍‌ସା ବିଶ୍ଵବିଦ୍ୟାଳୟକୁ ଆସିଥିଲେ। ଟିମ୍‌ର ସଦସ୍ୟମାନେ ୨୨ ତାରିଖ ପର୍ଯ୍ୟନ୍ତ ଶିକ୍ଷାର ବିକାଶ ନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ନିଆଯାଇଥିବା ପଦକ୍ଷେପର ଅନୁଧ୍ୟାନ କରିଥିଲେ। ବିଶେଷଜ୍ଞ ଟିମ୍‌ ଦ୍ଵାରା କରାଯାଇଥିବା ରିପୋର୍ଟ ପ୍ରକାଶିତ ହେବା ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ A++ ମାନ୍ୟତା ମିଳିଥିବା ଜଣାପଡିଛି। ବିଶ୍ଵବିଦ୍ୟାଳୟରେ ଶିକ୍ଷା, ଗବେଷଣା, ଭିତ୍ତିଭୂମି, ବିଭିନ୍ନ କାର୍ଯ୍ୟକ୍ରମ, ସୁଶାସନ, ନେତୃତ୍ଵ ଓ ପରିଚାଳନା ଆଦି କ୍ଷେତ୍ରରେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ସହ କ୍ୟାମ୍ପସର ଶିକ୍ଷା ବାତାବରଣ, କ୍ୟାମ୍ପସର ଏକାଡେମିକ୍ ରେକର୍ଡକୁ ଅନୁଧ୍ୟାନ କରି ନାକ୍‌ ଟିମ୍‌ ପକ୍ଷରୁ A++ ମାନ୍ୟତା ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button