ଗୋବିନ୍ଦ ସାହୁ ହସ୍ତାକ୍ଷର ଯାଞ୍ଚ ହେବ

ବଲାଙ୍ଗିର : ସନସାଇନ୍ ସ୍କୁଲ ଓ ମହାଲିଙ୍ଗ କଲେଜର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୋବିନ୍ଦ ସାହୁର ହସ୍ତାକ୍ଷ ଯାଞ୍ଚ ହେବ। ଏଥିପାଇଁ ବଙ୍ଗୋମୁଣ୍ଡା ଜେଏମ୍ଏଫସିରେ ପୋଲିସ ଆବେଦନ କରିଥିବା ଜଣାପଡିଛି। ତେବେ କୋର୍ଟରେ ଏହାକୁ ଅଭିଯୁକ୍ତଙ୍କ ଓକିଲ ବିରୋଧ କରିତିବ ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ ହେବ।

ଖବର ଅନୁଯାୟୀ ମମିତା ସନ୍‌ସାଇଇନ୍ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ସେହି ସ୍କୁଲର ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ଥିବା ନେଇ କୋର୍ଟରେ ପ୍ରମାଣିତ କରିବାକୁ ଏହି ହ୍ୟାଣ୍ଡରାଇଟିଂ ଟେଷ୍ଟ କରାଯାଉଛି। ମମିତା ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେକୁ ପୋଲିସ ଗିରଫ କରିଛି। ଅନୁମାନ କରାଯାଉଛି ହ୍ୟାଣ୍ଡରାଇଟିଂ ଟେଷ୍ଟ ପାଇଁ ପୁଣି ଥରେ ଗୋବିନ୍ଦଙ୍କୁ ରିମାଣ୍ଡରେ ଅଣାଯାଇପାରେ। ନଚେତ୍ ଜେଲରଙ୍କ ସମ୍ମୁଖରେ ତାଙ୍କ ହ୍ୟାଣ୍ଡରାଇଟିଂ ପୋଲିସ ସଂଗ୍ରହ କରିବ। ଆସନ୍ତା ଶୁଣାଣିରେ ଏସମ୍ପର୍କରେ କୋର୍ଟ ରାୟ ଶୁଣାଇବେ।

Leave a Reply

Your email address will not be published. Required fields are marked *

Back to top button