ଏଣିକି ଦେଶରେ ଶସ୍ତାରେ ମିଳିବ ୧୩ଟି ବିରଳ ରୋଗର ଔଷଧ

ନୂଆଦିଲ୍ଲୀ : ଏଣିକି ଦେଶରେ ୧୩ଟି ବିରଳ ରୋଗର ଔଷଧ ମୂଲ୍ୟ ହ୍ରାସ ପାଇବ। ଭାରତରେ ଏହି ଔଷଧ ପ୍ରସ୍ତୁତ କରାଯାଇଥିବାରୁ ଆଉ ବହୁମୂଲ୍ୟ ଦେବାକୁ ପଡିବ ନାହିଁ।

ଖବର ଅନୁଯାୟୀ ଏଭଳି ଏକ ରୋଗ ହେଉଛି ସିକଲ୍ ସେଲ୍ ଆନିମିଆ। ଯାହାର ସିରପ ମାର୍ଚ୍ଚ ୨୦୨୪ ସୁଦ୍ଧା ଦେଶରେ ଉପଲବ୍ଧ ହେବ। ଏହି ସିରପ୍ ଆସିବା ପରେ ସିକିଲ ସେଲ୍ ରକ୍ତହୀନତାରେ ପୀଡ଼ିତ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବ। ଏହାଛଡା ଏହି ବିରଳ ରୋଗ ଗୁଡ଼ିକ ମଧ୍ୟରେ ରହିଛି ଟାଇରୋସିନେମିଆ, ଗାଉଚର୍ସ, ୱିଲସନ, ଡ୍ରାଭେଟ, ଫିନାଇଲକେଟୋନୁରିଆ ଓ ହାଇପର ଆମ୍ମୋନେମିଆ। ଏବେ ଏହି ରୋଗ ଗୁଡିକର ଔଷଧର ମୂଲ୍ୟ ୬ ଲକ୍ଷରୁ ୨.୨ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ୬ଟି ରୋଗ ମଧ୍ୟରୁ ୪ଟି ରୋଗର ଔଷଧ ଉପଲବ୍ଧ ଥିବାବେଳେ ବାକି ସବୁକୁ ଏପର୍ଯ୍ୟନ୍ତ ଅନୁମୋଦନ ମିଳିନାହିଁ। ଏଣିକି ଦେଶରେ ନିତିସିନୋନ, ଇଗାଲୁସାଟ, ଟ୍ରାଇଏନ୍ଟିନ ଓ କାନାବିଡୋଲ ଔଷଧ ଉପଲବ୍ଧ ହେବ। ନିତିସିନୋନର ମୂଲ୍ୟ ବହୁ କୋଟି ରହିଥିଲେ ହେଁ ଏହା ଅଧାରୁ କମ୍ ଦାମରେ ମିଳିବ। ସେହିପରି ଏଲିଗୁଷ୍ଟାଟର ମୂଲ୍ୟ ୩.୬ କୋଟି ଟଙ୍କା ରହିଥିବା ବେଳେ ଏହା ୩ରୁ ୬ ଲକ୍ଷ ଟଙ୍କାରେ ଉପଲବ୍ଧ ହେବ।

Leave a Reply

Your email address will not be published. Required fields are marked *

Back to top button