କୋଟିଏ ଟଙ୍କାରେ ବିକ୍ରି ହେଲା ଷଣ୍ଢ

ବେଙ୍ଗାଲୁରୁ : ଗୋଟିଏ ଷଣ୍ଢର ଦାମ ଏକ କୋଟି ଟଙ୍କା। ବେଙ୍ଗାଲୁରୁ କୃଷି ମେଳାରେ ଷଣ୍ଢଟି ଏହି ଦାମରେ ବିକ୍ରି ହୋଇଛି।
ଖବର ଅନୁଯାୟୀ ଚଳିତ ବର୍ଷ ବେଙ୍ଗାଲୁରୁରେ ଅନୁଷ୍ଠିତ ୪ ଦିନିଆ କୃଷି ମେଳାରେ ଏହି ବିରଳ ପ୍ରଜାତିର ବିରାଟ କାୟ ଷଣ୍ଢଟି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ମେଳାରେ କ୍ରିଷ୍ଣା ନାମକ ଷଣ୍ଢକୁ ଦେଖିବାକୁ ଜମିଥିଲା ପ୍ରବଳ ଭିଡ଼। ଏହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କ୍ରିଷ୍ଣାର ବୟସ ମାତ୍ର ୩.୫ ବର୍ଷ। ୧ କୋଟି ଟଙ୍କାରେ ବିକ୍ରି ହୋଇଛି।
ଷଣ୍ଢର ମାଲିକ ବୋରେ ଗୌଡା କହିଛନ୍ତି ହାଲ୍ଲିକର ପ୍ରଜାତିର ଷଣ୍ଢର ଚାହିଦା ବେଶ ଅଧିକ। କାରଣ ଏହାର ସେମେନ ସମସ୍ତେ ଚାହାନ୍ତି। ଆମେ ପ୍ରତି ଡୋଜ ସେମେନକୁ ହଜାରେ ଟଙ୍କାରେ ବିକ୍ରି କରୁ। ହାଲ୍ଲିକର ପ୍ରଜାତିର ସେମେନକୁ ବ୍ୟବହାର କଲେ ଏ୨ ପ୍ରୋଟିନ ଯୁକ୍ତ କ୍ଷୀର ମିଳିଥାଏ। ବର୍ତ୍ତମାନ ଏହି ପ୍ରଜାତି ଧୀରେ ଧୀରେ ଲୋପ ପାଇବାକୁ ଯାଉଛି। ତେଣୁ ମେଳାରେ ଏହାକୁ କିଣିବା ପାଇଁ ଅନେକ ଲୋକ ଓ ବ୍ୟବସାୟୀ ଲକ୍ଷଲକ୍ଷ ଟଙ୍କାର ନିଲାମ ଡାକିଥିଲେ। କିନ୍ତୁ ଶେଷରେ ଜଣେ ବ୍ୟକ୍ତି ୧ କୋଟି ଟଙ୍କାରେ ଷଣ୍ଢକୁ କିଣିଥିବା ସେ କହିଛନ୍ତି।