janatakhabar.in

ଗୋଲଡେନ୍‌ ବାବାର ଦାମିଗାଡି ଜବତ

ଭୁବନେଶ୍ୱର : ଗୋଲଡେନ ବାବା ଓରଫ ଜ୍ୟୋତି ରଞ୍ଜନ ବେହେରା ଅର୍ଥ ଠକେଇ ମାମଲାରେ ଫେରାର ଅଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ତଦନ୍ତ କରୁଥିବା ବେଳେ ଆଜି ଗୋଲଡେନ ବାବାଙ୍କ ୨୮ ଲକ୍ଷର ଅଡି କାର୍‌ ଜବତ କରିଛି। ଖବର ଅନୁଯାୟୀ ୨୦୨୦ ଜାନୁୟାରୀରେ ଗୋଲଡେନ୍ ବାବାଙ୍କୁ ଇଓଡବ୍ଲୁ ଗିରଫ କରିଥିଲା। ପରେ ଜାମିନରେ ଆସି ଫେରାର ହୋଇଯାଇଥିଲେ। ତାଙ୍କ ନାମରେ ୬ ଜଣକ ଠାରୁ ପାଖାପାଖି ୫.୫ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି।

Read More
janatakhabar.in

ଟିଏମସି ନେତାଙ୍କ ଝିଅ ଗିରଫ

କୋଲକାତା : ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ନେତା ଅନୁବ୍ରତ ମଣ୍ଡଳଙ୍କ ଝିଅ ସୁକନ୍ୟାଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ସୁକନ୍ୟାଙ୍କୁ ଇଡି ଡକାଯାଇଥିଲା। ଦୀର୍ଘଘଣ୍ଟା ଜେରା ପରେ ଗିରଫ କରାଯାଇଥିବା ଜଣାପଡିଛି। ଖବର ଅନୁଯାୟୀ ସୁକନ୍ୟାଙ୍କ ବାପା ଅନୁବ୍ରତ ଟିଏମସିର ବୀରଭୂମି ଜିଲ୍ଲା ସଭାପତି ଭାବେ କାମ କରୁଥିଲେ। ଗୋରୁ ଚୋରା ଚାଲାଣ ମାମଲାରେ ତାଙ୍କୁ ୨୦୨୨ ନଭେମ୍ବର ୧୭ରେ ଇଡି ଗିରଫ କରିଥିଲା। ସୁକନ୍ୟା ଏହି ମାମଲାରେ ଜଡ଼ିତ। ତାଙ୍କ ନାଁରେ ବିପୁଳ…

Read More
janatakhabar.in

ପୋଷାକ ଚୋରି କରିଛନ୍ତି ଟେଲି ଅଭିନେତ୍ରୀ

ମୁମ୍ବାଇ : ଟେଲି ଅଭିନେତ୍ରୀ ତଥା ବିଗ୍ ବସ୍ ୧୬ ପ୍ରତିଯୋଗୀ ପ୍ରିୟଙ୍କା ଚହର ଚୌଧୁରୀ ନାଁ’ରେ ପୋଷାକ ଚୋରି ଓ ଷ୍ଟାଇଲ ନକଲ କରିଥିବା ଅଭିଯୋଗ। ଡିଜାଇନର୍ ଇଶିତା ଗୁପ୍ତା ଏହି ଅଭିଯୋଗ ଆଣିଛନ୍ତି। ଇଶିତା ଗୁପ୍ତା ଏକାଧିକ ଟ୍ଵିଟ କରି ପ୍ରିୟଙ୍କା ଉପରେ ଆରୋପ ଲଗାଇଛନ୍ତି। ସେ କହିଛନ୍ତି ମାଗିଥିଲେ ଦେଇଥାନ୍ତି। କିନ୍ତୁ ମୋତେ ନପଚାରି ମୋ ପୋଷାକ ନେବାକୁ ଚୋରି ହିଁ କୁହାଯିବ। ଇଶିତାଙ୍କ କହିବା ଅନୁଯାୟୀ ପ୍ରିୟଙ୍କା ତାଙ୍କର ୩୧ଲକ୍ଷ ଟଙ୍କାର…

Read More
janatakhabar.in

ଜାଲ ସାର୍ଟିଫିକେଟ ମାମଲାରେ ୩ ପୋଷ୍ଟ ମାଷ୍ଟର ବହିଷ୍କୃତ

କେନ୍ଦ୍ରାପଡା : ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ୩ଜଣ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଏପ୍ରିଲ ୪ ତାରିଖରେ ଚାକିରିରୁ ବହିଷ୍କୃତ ହୋଇଛନ୍ତି। ଏମାନେ ହେଲେ ପ୍ରସନ୍ନ ସେଠୀ, ସୌମ୍ୟରଞ୍ଜନ ସେଠୀ ଓ ମାମାଶ୍ରୀ ଭାରତି। ସମସ୍ତଙ୍କ ଘର ଭଦ୍ରକର ଅଞ୍ଚଳରେ ବୋଲି କେନ୍ଦ୍ରାପଡ଼ା ଡାକ ଅଧୀକ୍ଷକ ଦେବରାଜ ସେଠି ସୂଚନା ଦେଇଛନ୍ତି। ଖବର ଅନୁଯାୟୀ ପ୍ରସନ୍ନ ସେଠୀ ୨୦୨୨ ମସିହା ସେପ୍ଟେମ୍ବର ୯ତାରିଖରୁ ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରୁଆ କଦଳିବଣରେ ବ୍ରାଞ୍ଚ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ…

Read More
janatakhabar.in

ଅନୈତିକ ସମ୍ପର୍କକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା କେନ୍ଦୁଛାଟିଆ ଗାଁରେ ହତ୍ୟାକାଣ୍ଡ। ଅନୈତିକ ସମ୍ପର୍କକୁ ନେଇ ସୁନାରାମ ଟୁଡୁଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ଜାସାୟ ଟୁଡୁ ଓ ପୁଅ ବାପୁନକୁ ଅଟକ ରଖିଥିବା ଜଣାପଡିଛି। ଖବର ଅନୁଯାୟୀ କେନ୍ଦୁଛାଟିଆ ଗାଁରେ ଗତକାଲି ଜାହୀରା ପୂଜା ଚାଲିଥିବ ବେଳେ ମହିଳାମାନେ ପାରମ୍ପରିକ ନୃତ୍ୟ କରୁଥିଲେ। ଏଥିରେ ଅନ୍ୟ ମହିଳାଙ୍କ ସହିତ ଜାସାୟଙ୍କ ସ୍ତ୍ରୀ ନୃତ୍ୟ କରୁଥିଲେ। କିନ୍ତୁ ହଠାତ୍ ସେ କୁଆଡେ…

Read More
janatakhabar.in

ଭିସେରା ରିପୋର୍ଟ : ମୃତ୍ୟୁ ପୂର୍ବରୁ ନିଶା ସେବନ ଅରିଥିଲେ ଚିନ୍ମୟୀ

ଭୁବନେଶ୍ଵର : ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ପୂର୍ବତନ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ପୂର୍ବରୁ ନିଶା ସେବନ ଅରିଥିଲେ। ଭିସେରା ରିପୋର୍ଟରେ ଚିନ୍ମୟୀ ଇଥାଇଲ ଆଲକହଲ ସେବନ କରିଥିବା ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ସୂଚନା ଦେଇଛନ୍ତି। ସେ କହିଛନ୍ତି ଚିନ୍ମୟୀ ଓ ତାଙ୍କ ପୁରୁଷବନ୍ଧୁ ହୋଟେଲରେ ପିଇବା ବେଳର ସିସିଟିଭି ଫୁଟେଜ ସିଜ୍ ହୋଇଛି। କିନ୍ତୁ ବ୍ୟବଚ୍ଛେଦ ଓ ଡାୟାଟମ ରିପୋର୍ଟରେ ମୃତ୍ୟୁର କାରଣ ପାଣିରେ ବୁଡ଼ି ବୋଲି ଆସିଥିଲା। ଏହା ଆତ୍ମହତ୍ୟା…

Read More
janatakhabar.in

କୋରିଆନ ମହିଳାଙ୍କୁ ନିଶାଦେଇ କରୁଥିଲେ ଦୁଷ୍କର୍ମ

ନୂଆଦିଲ୍ଳୀ : ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଅଷ୍ଟ୍ରେଲିଆରେ ରହୁଥିବା ଜଣେ ଭାରତୀୟ ବଂଶୋଦ୍ଭବ। ସେ ପାଞ୍ଚଜଣ କୋରିଆନ ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ସହିତ ହିଡେନ୍‌ କ୍ୟାମେରାରେ ସୁଟ୍‌ କରିଥିବା ସିଡନୀ ମର୍ନିଂ ହେରାଲ୍ଡ ରିପୋର୍ଟ କରିଛି। ଖବର ଅନୁଯାୟୀ ଏହି ବ୍ୟକ୍ତି ଜଣକ ନାମ ବାଲେଶ ଧନକର୍‌। ୨୦୧୮ ମସିହା ଜାନୁଆରି ମାସରୁ ଅକ୍ଟୋବର ମଧ୍ୟରେ ତାଙ୍କ ନାମରେ ରହିଥିବା ୧୩ଟି ଦୁଷ୍କର୍ମ ସହ ୩୯ଟି ମାମଲାର ଅଦାଲତ ଶୁଣାଣି କରିଛନ୍ତି।…

Read More
janatakhabar.in

ବ୍ରହ୍ମପୁର : ଜାଲ୍‌ ସାର୍ଟିଫିକେଟ୍‌ ରାକେଟ୍‌ର ୪ ଗିରଫ

ବ୍ରହ୍ମପୁର : ରାଜ୍ୟରେ ଜାଲ୍‌ ସାର୍ଟିଫିକେଟ୍‌ ରାକେଟ୍‌ର ଗୁମର ଖୋଲୁଛି। ପର୍ଦ୍ଦାଫାସ ହେଉଛି କଳା କାରନାମା। ଏହି ଘଟଣାରେ ବ୍ରହ୍ମପୁର ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଦୈତାରୀ ବେହେରା, କିଶୋର ବେହେରା, ଅମୃତ ପ୍ରସାଦ ବେହେରା ଓ ପ୍ରଶାନ୍ତ କୁମାର ସାହୁ। ସେମାନଙ୍କ ଠାରୁ ୨୦୦ ଦଶମ ବୋର୍ଡ ସାର୍ଟିଫିକେଟ, ୧୭୦ ଯୁକ୍ତଦୁଇ ସାର୍ଟିଫିକେଟ, ପ୍ରିଣ୍ଟର, କମ୍ପ୍ୟୁଟର, ସିପିୟୁ, ନକଲି ଷ୍ଟାମ୍ପ ସମେତ ବିଭିନ୍ନ ନାମୀଦାମୀ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟର ସାର୍ଟିଫିକେଟ ଜବତ…

Read More
janatakhabar.in

ପ୍ରେମିକର ମୃତ୍ୟୁ ପରେ ପ୍ରେମିକା ଜୀବନ ହାରିଲା

ଚଣ୍ଡିଖୋଲ : ପ୍ରେମିକର ମୃତ୍ୟୁ ପରେ ପ୍ରେମିକା ଜୀବନ ହାରିଦେଲା। ଏପରି ଅଭାବନୀୟ ଘଟଣା ଯାଜପୁର ଜିଲ୍ଲା କାଇମାଟିଆରେ ଘଟିଥିବା ବେଳେ ସ୍ଥାନୀୟ ଅଂଚଳରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ଖବର ଅନୁଯାୟୀ ବିରିଜଙ୍ଗା ଗ୍ରାମର ଯୁବକ ପ୍ରଭାତ କୁମାର ଲେଙ୍କା ବଇରୀ ଅଂଚଳର ଯୁବତୀ ନମିତା ସାହୁଙ୍କୁ ଭଲ ପାଉଥିଲେ। ଏଥିରେ ଯୁବତୀଙ୍କ ପରିବାର ରାଜିନଥିଲେ। ପରେ ଯୁବତୀ ଓ ତାଙ୍କ ପରିବାର ପ୍ରଭାତଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। ସେଥିପାଇଁ ସେ ଆତ୍ମହତ୍ୟା…

Read More
janatakhabar.in

ବିଜେବି କଲେଜର ୩ ଛାତ୍ରଙ୍କୁ ହାଣିଲେ ଅଣଛାତ୍ର

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵରରେ ଶିକ୍ଧନୁଷ୍ଠାନରେ ଅଣଛାତ୍ରଙ୍କ ରାଜ। ବିଜେବି କଲେଜ ୩ ଜଣ ଛାତ୍ରଙ୍କୁ ୧୫ ଅଣଛାତ୍ର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ଖବର ଅନୁଯାୟୀ କ୍ରିକେଟ ଖେଳକୁ ନେଇ କଲେଜ ପରିସରରେ ଘଟିଛି ଗଣ୍ଡାଗୋଳ। ଛାତ୍ରମାନେ ସକାଳୁ କ୍ରିକେଟ୍‌ ଖେଳୁଥିବା ବେଳେ ସେହିଠାରେ ଅଣଛାତ୍ର ଖେଳିବାକୁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ହୋଇଥିଲା। ୧୫ ଅଣଛାତ୍ର କଲେଜର ୩…

Read More