ଫେସବୁକ୍ରୁ ପ୍ରେମ ଓ ବିବାହ : ଏବେ ସ୍ୱାମୀଙ୍କୁ ଖୋଜି ବାଲେଶ୍ୱରରେ ବାଂଲାଦେଶୀ ଯୁବତୀ
ବାଲେଶ୍ଵର : ଫେସବୁକ୍ ସମ୍ପର୍କରୁ ପ୍ରେମ। ପ୍ରେମିକାକୁ ଭେଟିବାକୁ ବାଂଲାଦେଶ ଯାତ୍ରା। ସେଠାକାର ଏକ ମସଜିଦରେ ଦୁହିଁଙ୍କର ନିକାହ। ଏସବୁ ୬ ବର୍ଷ ତଳର ଘଟଣା। ଏବେ ବାଂଲାଦେଶୀ ଯୁବତୀ ପତ୍ନୀର ଅଧିକାର ପାଇଁ ବାଲେଶ୍ୱରରେ ପହଞ୍ଚିଛି। ପ୍ରେମିକ ନାଁ’ରେ କରିଛି କମର୍ଦ୍ଦା ଥାନାରେ ଅଭିଯୋଗ। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବତୀଜଣକ କିପରି ଓଡ଼ିଶା ଆସିଲେ ସିବିଆଇ ତାହାର ତଦନ୍ତ କରୁଥିବା ଜଣାପଡିଛି। ଖବର ଅନୁଯାୟୀ ବାଂଲାଦେଶ ବର୍ଦ୍ଧନା ଜିଲ୍ଲା ଆମତୋଲି ଅଞ୍ଚଳର…