JANATAKHABAR.IN

ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ

ଜଳେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ। କାତିରେ ଯୁବକକୁ ହତ୍ୟା କରି ବିଲରେ ପୋତିଦେଲେ ମହିଳାଙ୍କ ସ୍ଵାମୀ। ପୋଲିସ ବିଲ ମଝିରୁ ମୃତଦେହ ଉଦ୍ଧାର କରିବା ସହିତ ମହିଳା ସମେତ ୨ଜଣଙ୍କୁ ଅଟକ ରଖିଛି। ଖବର ଅନୁଯାୟୀ ବଡକଷବା ଗାଁର କାଙ୍ଗାଳି ପାତ୍ରଙ୍କ ସେହି ଗ୍ରାମର ରବୀନ୍ଦ୍ର ଜେନାଙ୍କ ସ୍ତ୍ରୀଙ୍କର ପରକିୟା ପ୍ରୀତି ରହିଥିଲା। ବୁଧବାର ରାତିରୁ କାଙ୍ଗାଳି ପାତ୍ର ନିଖୋଜ ଥିଲେ। ଗାଁ ଦାଣ୍ଡରେ ରକ୍ତ ଜୁଡୁବୁଡୁ କାତି…

Read More

ମାଲକାନଗିରି ଜିଲ୍ଲା କାର୍ଯ୍ୟକାରୀ ସଭାପତିଙ୍କ କଂଗ୍ରେସରୁ ଇସ୍ତଫା

ମାଲକାନଗିରି : ମାଲକାନଗିରି ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରାମ ପ୍ରସାଦ ପଟ୍ଟନାୟକ ଆଜି ଦଳର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପ୍ରଦାନ କରଛନ୍ତି। ଆଉ ଦର୍ଶାଇଛନ୍ତି ବ୍ୟକ୍ତିଗତ କାରଣରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି। ସୂଚନାଯୋଗ୍ୟ ରାମ ପ୍ରସାଦ ପଟ୍ଟନାୟକ ୧୯୮୪ ମସିହାରୁ ଛାତ୍ର କଂଗ୍ରେସ, ଯୁବ କଂଗ୍ରେସ ଓ ଜିଲ୍ଲା କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ସୁଚାରୁରୂପେ କାର୍ଯ୍ୟ ତୁଲାଇଥିବା…

Read More

ବଲାଙ୍ଗିର : ୨୦୦ କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପିତ ଓ ସ୍ମାର୍ଟ କାର୍ଡ ବଣ୍ଟନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗିର ଜିଲ୍ଲା ଗସ୍ତ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନ କରିଛନ୍ତି। ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ୨୦୦ କୋଟି ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପିତ କରିବା ସହିତ ୫୯୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ବୁଧବାର ମୁଖ୍ୟମନ୍ତ୍ରୀ ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗିର ଟାଉନ୍‌ ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। ଟିଟିଲାଗଡରେ…

Read More

ବାବୁଙ୍କ ଆଚରଣକୁ ହଜମ କରିପାରୁନାହାନ୍ତି ରାଜଧାନୀବାସୀ

ଭୁବନେଶ୍ୱର : ରାଜଧାନୀରେ ବର୍ଷାଜଳରେ ଭାସି ଛାତ୍ରଙ୍କ ମୃତ୍ୟୁ ଘଟଣାରେ କିଛି ସରକାରୀ ବାବୁଙ୍କ ଆଚରଣ ଏବେ ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ଘଟଣାଘଟିବା ପରେ ମନ୍ତ୍ରୀ, ବିଧାୟକ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ବିଏମସି କମିଶନରଠାରୁ ଆରମ୍ଭ କରି କୌଣସି ତଳିଆ ଅଫିସର ଦେଖା ନଦେବାକୁ ଲୋକେ ସହଜରେ ହଜମ କରିପାରୁ ନାହାନ୍ତି। ଏଥିଯୋଗୁଁ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି। ରାଜଧାନୀର ସୌଭାଗ୍ୟନଗର ଅଞ୍ଚଳରେ ଦଶମଶ୍ରେଣୀର ଛାତ୍ରଟି ଭାସିଯିବା ଖବର ପାଇବା ମାତ୍ରେ ଅଗ୍ନିଶମ…

Read More

୨୫ରୁ ଲଘୁଚାପ ବର୍ଷା

ଭୁବନେଶ୍ୱର : ମିଆଁମାର ମର୍ତ୍ତାବାନ ଉପସାଗର ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତା ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗରେ ଗତିକରି ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବ। ୨୪ ତାରିଖ ସଂଧ୍ୟା ସୁଦ୍ଧା ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଲଘୁଚାପ ପ୍ରଭାବରେ ୨୫ ତାରିଖଠାରୁ ଓଡ଼ିଶାର ବାଲେଶ୍ୱର,ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ,…

Read More

କୋଭିଡ ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର କ୍ଷତିପୂରଣ

ନୂଆଦିଲ୍ଲୀ : କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରଙ୍କୁ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ)ରୁ ୫୦ ହଜାର ଟଙ୍କା ଅନୁଗ୍ରହ ରାଶି ମିଳିବ। ବୁଧବାର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏହି ତଥ୍ୟ ରଖିଛନ୍ତି। ସୁପ୍ରିମକୋର୍ଟ ଗତ ଜୁନମାସରେ ବିପର୍ଯ୍ୟୟ ପରିଚାଳନା ଆକ୍ଟ ୨୦୦୫ରେ କୋଭିଡ ମୃତକଙ୍କ ନିକଟ ସମ୍ପର୍କିୟଙ୍କୁ ଅନୁଗ୍ରହ ରାଶି ପ୍ରଦାନ ଲାଗି ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ଏନଡିଏମଏ ଏକ ମାର୍ଗଦର୍ଶିକା ଜାରି କରିଥିବା କେନ୍ଦ୍ର…

Read More

ଇଲେକଟ୍ରୋପ୍ରିନ୍ୟୋର ପାର୍କ-ଭୁବନେଶ୍ୱରରେ ଦ୍ୱିତୀୟ ଓପନ ଚାଲେଞ୍ଜ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ଓଡ଼ିଶାର ଭୁବନେଶ୍ୱରରେ ଇଏସଡିଏମ କ୍ଷେତ୍ରରେ ଷ୍ଟାର୍ଟଅପ୍‍ଗୁଡିକୁ ପ୍ରୋତ୍ସାହିତ କରିବା ଏବଂ ଗବେଷଣା ଓ ବିକାଶ, ନବୋନ୍ମେଷ, ଉତ୍ପାଦ ବିକାଶକୁ ଉତ୍ସାହିତ କରିବା ସକାଶେ ଏକ ପୂର୍ଣ୍ଣାଙ୍ଗ ପରିବ୍ୟବସ୍ଥା ସୃଷ୍ଟି କରିବା ଲକ୍ଷ୍ୟରେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ସମର୍ଥନରେ ଏସଟିପିଆଇ ଦ୍ୱାରା ଇଏସଡିଏମ ସର୍ଜନା ପାଇଁ ଏକ ଔଦ୍ୟୋଗିକି କେନ୍ଦ୍ର (ସିଓଇ) ଭାବରେ ଇଲେକଟ୍ରୋପ୍ରିନ୍ୟୋର ପାର୍କ, ଭୁବନେଶ୍ୱର ସ୍ଥାପନ କରାଯାଇଛି। ଇଲେକଟ୍ରୋପ୍ରିନ୍ୟୋର ପାର୍କ-ଭୁବନେଶ୍ୱରର ଦ୍ୱିତୀୟ ଓପନ ଚାଲେଞ୍ଜ କାର୍ଯ୍ୟକ୍ରମ ଏସଟିପିଆଇର ମହାନିର୍ଦ୍ଦେଶକ ଡଃ…

Read More

ରେଂଟୋକିଲ ପିସିଆଇ ଆରମ୍ଭ କରିଛି ମଶା ନିୟନ୍ତ୍ରଣ ଅଭିନବତ୍ୱ

ନୂଆଦିଲ୍ଲୀ : ଭାରତର ଅନ୍ୟତମ ଅଗ୍ରଣୀ କୀଟ ନିୟନ୍ତ୍ରଣ ସେବା ପ୍ରଦାନକାରୀ ରେଂଟୋକିଲ ପିସିଆଇ “ମଶା ନିୟନ୍ତ୍ରଣ ଅଭିନବତ୍ୱ” ଆରମ୍ଭ କରିଛି । ଏକ ଅଭିନବ ଉତ୍ପାଦଭିତିକ ସମାଧାନ, ଯାହା ଭାରତରେ ବୃଦ୍ଧି ପାଉଥିବା ମଶା-ଜାତ ରୋଗର ବିପଦକୁ ମୁକାବିଲା କରିବା ପାଇଁ ଉଦ୍ଦିଷ୍ଟ। ‘କୋଲ୍ଡ ଫଗିଙ୍ଗ’ ନାମରେ ଜଣାଶୁଣା, ଅଭିନବ ସମାଧାନରେ କୀଟନାଶକ ଏବଂ ଜଳର ମିଶ୍ରଣକୁ ଏକ କୁହୁଡି (ୟୁଏଲଭି) ମେସିନ ମାଧ୍ୟମରେ ଅତି ସୂକ୍ଷ୍ମ ମାଇକ୍ରୋନ-ଆକରର ବୁନ୍ଦା ଭାବରେ ବିସ୍ପୋରଣ କରାଯାଏ ।…

Read More

ମକର ରାଶିରେ ଶନି-ବୃହସ୍ପତିଙ୍କ ମିଳନ : ଏହି ରାଶିରେ ଧନଲାଭ ଯୋଗ

ବର୍ତ୍ତମାନ ଶନି ଓ ବୃହସ୍ପତି ମକର ରାଶିରେ ରହିଛନ୍ତି। ଦେବଗୁରୁ ବୃହସ୍ପତି ଓ ଶନି ଗୋଟିଏ ଗ୍ରହରେ ଅବସ୍ଥାନ କରୁଥିବାରୁ କେତୋଟି ରାଶିର ବ୍ୟକ୍ତି ଲାଭବାନ ହେବେ। ଜ୍ୟୋତିଷଶାସ୍ତ୍ରରେ ଶନି ଗ୍ରହକୁ ପାପ ଗ୍ରହ ବୋଲି କୁହାଯାଏ। ଶନି ଅଶୁଭ ଫଳାଫଳ ଭଲ ହୋଇନଥାଏ। କିନ୍ତୁ ଶନି ଶୁଭ ଫଳ ମଧ୍ୟ ପ୍ରଦାନ କରିଥାନ୍ତି। ଶନି ଶୁଭ ସ୍ଥିତିରେ ଥିଲେ ବ୍ୟକ୍ତିର ଭାଗ୍ୟ ବଦଳିଯାଏ। ଦରିଦ୍ରରୁ ହୋଇଯାଏ ରାଜା। ଦେବଗୁରୁ ବୃହସ୍ପତି ଜ୍ଞାନ, ଶିକ୍ଷା, ସନ୍ତାନ, ଧାର୍ମିକ…

Read More

ଭିଜିଲାନ୍ସ ଜାଲରେ ମୋଟୁ ଥାନା ଆଇଆଇସି

ଭୁବନେଶ୍ୱର : ମାଲକାନଗିରି ଜିଲ୍ଲା ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ ଆଜି ଭିଜିଲାନ୍ସ ଜାଲରେ ଫସିଛନ୍ତି। ଖବର ଅନୁଯାୟୀ ଆଇଆଇସି ସୁଶାନ୍ତ ସାହୁ ମାଲକାନଗିରି ମୋଟୁରୁ ନିଜ ଘର କଟକ ଫୁଲନଖରାକୁ ଆସୁଥିଲେ। ତାଙ୍କୁ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ଧରିଛି। ତାଙ୍କ ପାଖରେ ଥିବା ୨ ଲକ୍ଷ ୮୦ ହଜାର ଟଙ୍କା କେଉଁଠୁ ଆଣିଲେ ବୋଲି ଭିଜିଲାନ୍ସ ପ୍ରଶ୍ନ କରିଥିଲେ ହେଁ ସେ କୌଣସି ବିଶ୍ୱାସଜନକ ଉତ୍ତର ଦେଇପାରିନାହାନ୍ତି। ଆଇଆଇସି ଶ୍ରୀ ସାହୁଙ୍କୁ ବର୍ତ୍ତମାନ ଅଧିକ…

Read More