JANATAKHABAR.IN

janatakhabar.in

ଭିଡିଓ ଭାଇରାଲ ପରେ ମଦ୍ୟପ ଶିକ୍ଷକ ନିଲମ୍ବିତ

ସୁନ୍ଦରଗଡ଼ : ମଦ୍ୟପ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ବଡ଼ଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି। ଖବର ଅନୁଯାୟୀ ବଡ଼ଗାଁ ବ୍ଲକ୍ ପାମରା ଜୁନାପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡମ୍ବରୁଧର ଠାକୁର। ବୁଧବାର ମଦ ପିଇ ରୋଷେଇ ଘରେ ପଡ଼ିଥିଲେ। ଖବର ପାଇ ଗାଁ ସ୍କୁଲ କମିଟି ଅଧ୍ୟକ୍ଷା ଗୀତାଞ୍ଜଳି କିସାନ, ରମେଶଚନ୍ଦ୍ର ବାରିକ, ଅଜୟ କିସାନ, ଡୁଲେଶ୍ଵର ବାରିକଙ୍କ ସମେତ କିଛି ଅଭିଭାବକ ସ୍କୁଲକୁ ଯାଇ…

Read More
janatakhabar.in

ଛାଡପତ୍ର ପାଇ ମୁଁ ମରିବାକୁ ଚାହୁଁନାହିଁ କହିବାରୁ ସ୍ୱାମୀଙ୍କ ଛାଡପତ୍ର ଆବେଦନ ଖାରଜ

ନୂଆଦିଲ୍ଲୀ : ଛାଡପତ୍ର ପାଇ ମୁଁ ମରିବାକୁ ଚାହୁଁନାହିଁ। ଜଣେ ୮୨ ବର୍ଷ ବୟସ୍କା ମହିଳା ଏପରି କହିବା ପରେ ସୁପ୍ରିମକୋର୍ଟ ତାଙ୍କ ସ୍ୱାମୀ କରିଥିବା ଛାଡପତ୍ର ଆବେଦନକୁ ଖାରଜ କରିଛନ୍ତି। ଖବର ଅନୁଯାୟୀ ମହିଳା ଜଣଙ୍କ ଶିକ୍ଷୟତ୍ରୀ। ସ୍ୱାମୀ ଜଣେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ। ୬୦ ବର୍ଷ ତଳେ ସେମାନଙ୍କର ବିବାହ ହୋଇଥିଲା। ୧୯୮୪ ମସିହାରେ ତାଙ୍କ ସ୍ୱାମୀ ମାଡ୍ରାସକୁ ସ୍ଥାନାନ୍ତରିତ ହେବାରୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ବିଗିଡିଥିଲା। ଦୁହେଁ ଅଲଗା ରହିଲେ। ମହିଳା ତାଙ୍କ…

Read More
janatakhabar.in

ଇସ୍ରାଏଲ ଆକ୍ରମଣରେ ବ୍ୟବହୃତ ହ୍ୟାଙ୍ଗ ଗ୍ଲାଇଡ଼ର୍ସ ମେଡ଼ ଇନ ଚାଇନା

ନୂଆଦିଲ୍ଲୀ : ଇସ୍ରାଏଲର ଦକ୍ଷିଣ ପାର୍ଶ୍ଵରେ ସଙ୍ଗୀତ ସମାରୋହ ଚାଲିଥିଲା। ହମାସର ଆତଙ୍କବାଦୀମାନେ ହ୍ୟାଙ୍ଗ ଗ୍ଲାଇଡ଼ର୍ସ ସାହାଯ୍ୟରେ ଆକାଶମାର୍ଗରୁ ଓହ୍ଲାଇ ଆକ୍ରମଣ କରିବାରୁ ଶତାଧିକ ଇସ୍ରାଏଲି ନାଗରିକଙ୍କ ମୃତ୍ୟୁ ଘଟିଛି। ହେଲେ ଆତଙ୍କବାଦୀ ବ୍ୟବହାର କରିଥିବା ହ୍ୟାଙ୍ଗ ଗ୍ଲାଇଡ଼ର୍ସ ଚୀନ ନିର୍ମିତ ବୋଲି ଇଣ୍ଟରନ୍ୟାସନାଲ ପ୍ରେସ ଆସୋସିଏସନର ସଦସ୍ୟ ତଥା ଚୀନର ନାଗରିକ ଜେନିଫର ଝେଙ୍ଗ ଦାବି କରିଛନ୍ତି। ଖବର ଅନୁଯାୟୀ ସୋସିଆଲ ମେଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ (ଟ୍ଵିଟର)ରେ ଏହା କହିଛନ୍ତି। ଜେନିଫର ଏହି ଦାବିର ଏହା…

Read More
janatakhabar.in

ବିହାର ରାଜ୍ୟପାଳଙ୍କୁ ମହାମହିମ ନୁହେଁ ମାନନୀୟ ସମ୍ବୋଧନ କରିବାକୁ ନିର୍ଦ୍ଦେଶ

ପାଟନା : ବିହାର ରାଜ୍ୟପାଳଙ୍କ ପାଇଁ ‘ମହାମହିମ’ ସମ୍ବୋଧନ ସୂଚକ ଶବ୍ଦ ଆଉ ବ୍ୟବହାର ହେବନାହିଁ। ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସମେତ ସମସ୍ତ ଅଧିକାରୀଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଚିଠି ଲେଖି ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି ‘ମହାମହିମ’ ବଦଳରେ ଏଣିକି ରାଜ୍ୟପାଳଙ୍କୁ କେବଳ ମାନନୀୟ ସମ୍ବୋଧନ କରନ୍ତୁ। ଖବର ଅନୁଯାୟୀ ବିହାର ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଚିଠିରେ ରାଜ୍ୟପାଳଙ୍କୁ ମାନନୀୟ ସମ୍ବୋଧନ କରିବାକୁ ଉଲ୍ଲେଖ କରିଛନ୍ତି। କେବଳ ବିଶେଷ ପରିସ୍ଥିତିରେ ରାଜ୍ୟପାଳଙ୍କୁ ମହାମହିମ ସମ୍ବୋଧନ…

Read More
janatakhabar.in

ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହ ଯୋଡ଼ିବ : ମୁଖ୍ୟମନ୍ତ୍ରୀ

ମାଲକାନଗିରି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସବୁଜ ପତାକା ଦେଖାଇ ‘ଲକ୍ଷ୍ମୀ ବସ୍’ ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରଥମେ ମାଲକାନଗିରି ଜିଲ୍ଲାରୁ ଆରମ୍ଭ ହୋଇଛି ଏହି ସେବା। ଏହା ମାଧ୍ୟମରେ ପଞ୍ଚାୟତରୁ ବ୍ଲକ ସଦରମହକୁମା ଓ ରାଜଧାନୀକୁ ଯିବା ସହଜ ହେବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ମାଲକାନଗିରି ମୋର ବହୁତ ପ୍ରିୟ। ଓଡ଼ିଶା ବିକାଶର ଲଞ୍ଚିଂ ପ୍ୟାଡ଼୍ ହେଉଛି ଏହି ଅଞ୍ଚଳ। ଲକ୍ଷ୍ମୀ ଯୋଜନା ସମସ୍ତଙ୍କୁ ବିକାଶ ସହ ଯୋଡ଼ିବ। ଗାଁ ଅର୍ଥନୀତିକୁ ସୁଦୃଢ଼…

Read More
janatakhabar.in

ବିହାରରେ ଟ୍ରେନ୍ ଦୁର୍ଘଟଣାରେ ୨୧ ବଗି ଲାଇନଚ୍ୟୁତ, ୪ ମୃତ

ପାଟନା : ବିହାରର ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନରେ ଗତ ରାତିରେ ଟ୍ରେନ୍ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ପଶ୍ଚିମବଙ୍ଗ, ଆସାମରୁ ଦିଲ୍ଲୀ ଯାଉଥିବା ଟ୍ରେନ୍‌ ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବାରୁ ସେହି ରୁଟରେ ପାଇଁ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। କେତେକ ଟ୍ରେନ୍‌ର ଗତିପଥ ବଦଳା ଯାଇଥିବା ବେଳେ କିଛି ଟ୍ରେନ୍‌କୁ ବାତିଲ କରାଯାଇଛି। ଖବର ଅନୁଯାୟୀ ବକ୍ସରର ରଘୁନାଥପୁର ଷ୍ଟେସନରେ…

Read More
janatakhabar.in

ଶିଶୁ କଲ୍ୟାଣ କମିଟି ସଦସ୍ୟାଙ୍କୁ ହତ୍ୟା

ବ୍ରହ୍ମପୁର : ଗୋଷାଣୀନୂଆ ଗାଁ ଥାନା ଅନ୍ତର୍ଗତ ବିଜିପୁର ନୀଳକଣ୍ଠ ନଗରରେ ଶିଶୁ କଲ୍ୟାଣ କମିଟି ସଦସ୍ୟଙ୍କୁ ସୌଦାମିନୀ ରଥଙ୍କୁ ହତ୍ୟା। ଏହି ଘଟଣାରେ ଡ୍ରାଇଭର ଗିରଫ ହୋଇଥିବା ପୋଲିସ ସୂଚନା ଦେଇଛି। ‌ ଖବର ଅନୁଯାୟୀ ସୌଦାମିନୀ ରଥ ଗତକାଲି ରାତିରେ ଭୁବନେଶ୍ଵରରୁ ନିଜ ଘରକୁ ଫେରିବା ପରେ ହତ୍ୟାକାଣ୍ଡ ଘଟିଛି। ସୌଦାମିନୀ ମୋବାଇଲରେ କଥା ହେଉଥିବା ବେଳେ ଡ୍ରାଇଭର୍ ସୀମାଞ୍ଚଳ ସାହୁ ମୁଣ୍ଡକୁ ପିଟି ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା। ତେବେ କେଉଁ…

Read More
janatakhabar.in

ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖ ବଦଳିଲା

ଜୟପୁର : ରାଜସ୍ଥାନ ବିଧାନସଭା ନିର୍ବାଚନ ତାରିଖକୁ ଆଜି ନିର୍ବାଚନ ଆୟୋଗ ପରିବର୍ତ୍ତନ କରିଛନ୍ତି। ନଭେମ୍ବର ୨୩ ପରିବର୍ତ୍ତେ ସେହିମାସ ୨୫ ତାରିଖରେ ମତଦାନ ହେବ ବୋଲି ଘୋଷଣା କରାଯାଇଛି। ଖବର ଅନୁଯାୟୀ ନଭେମ୍ବର ୨୩ରେ ଦେବ ଉଠାନି ଏକାଦଶୀ ଥିବାରୁ ସେଦିନ ବହୁ ସଂଖ୍ୟକ ବିବାହ କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ବିଭିନ୍ନ ସଂଗଠନମାନେ ମତଦାନ ତାରିଖ ପରିବର୍ତ୍ତନ କରିବାକୁ ଦାବି କରିଥିଲେ। ଏହାକୁ ଦୃଷ୍ଟିରେ ରଖି ତାରିଖ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି।

Read More
janatakhabar.in

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ୩ ରାଶିର ଭାଗ୍ୟ ବଦଳାଇବ

ଗ୍ରହାଧିପତି ସୂର୍ଯ୍ୟ ଆସନ୍ତା ଅକ୍ଟୋବର ୧୮ ତାରିଖରେ ତୁଳା ରାଶିକୁ ଚଳନ କରିବେ। କୁହାଯାଇଛି କୌଣସି ଗ୍ରହ ରାଶିର ନୀଚ ସ୍ଥାନକୁ ଚଳନ କଲେ ସେମାନଙ୍କର ଶୁଭ ପ୍ରଭାବ ହ୍ରାସ ହୋଇଥାଏ। ତେଣୁ ରାଶି ଗୁଡିକ ଉପରେ ଭଲ ଓ ଖରାପ ପ୍ରଭାବ ରହିବ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରନ୍ତି। ତୁଳା ରାଶିକୁ ଗୋଚର କରି ସୂର୍ଯ୍ୟ ନୀଚ ସ୍ଥାନକୁ ଚଳନ କରିବେ। ସୂର୍ଯ୍ୟ ମାନ, ସମ୍ମାନ, ପରାକ୍ରମ ଓ…

Read More
janatakhabar.in

ଶିକ୍ଷୟତ୍ରୀଙ୍କ ବେକରୁ ଦେଢଲକ୍ଷ ଟଙ୍କାର ସୁନାହାର ଝାମ୍ପି ନେଲେ

ଘସିପୁରା : ଶିକ୍ଷୟତ୍ରୀଙ୍କ ଠାରୁ ଦେଢଲକ୍ଷ ଟଙ୍କାର ସୁନାହାର ଲୁଟ। ସେ ଚାଲି ଚାଲି ଆସୁଥିବାବେଳେ ଦୁଇଜଣ ଲୁଟେରା ବାଇକରେ ଆସି ଏହି ଘଟଣା ଘଟାଇଥିବା ଜଣାପଡିଛି। ଖବର ଅନୁଯାୟୀ ଘସିପୁରା ଥାନା ଅନ୍ତର୍ଗତ ଶାଳପଡାର ଶାଗଦା ପ୍ରସନ୍ନ ପତିଙ୍କ ପତ୍ନୀ ଶୁଭଲକ୍ଷ୍ନି ଦେବୀ ଅପରାହ୍ନ ୫ଟା ସମୟରେ ବାରିଗାଁ ପେଟ୍ରୋଲ ପମ୍ପ ନିକଟରେ ଚାଲି ଚାଲି ଘରକୁ ଫେରୁଥିଲେ। ଏହି ସମୟରେ ବାଇକରେ ଆସିଥିବା ୨ ଜଣ ଲୁଟେରା ଶୁଭଲକ୍ଷ୍ନି ବେକରେ ପିନ୍ଧିଥିବା ସୁନା ହାରକୁ…

Read More