JANATAKHABAR.IN

ଓଡ଼ିଆ ପୁଅ ପ୍ରମୋଦ ଭାରତ ପାଇଁ ପଦକ ନିଶ୍ଚିତ କଲେ

ଟୋକିଓ : ଜାପାନର ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ବ୍ୟାଡମିଣ୍ଟନର ପୁରୁଷ ଏକକ ବର୍ଗ ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି। ଅପରାହ୍ନ ୩ଟାରେ ସେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ଯଦି ସେ ହାରିବେ ତେବେ ମିଳିବ ତାଙ୍କୁ ରୌପ୍ୟ ପଦକ। ଆଜିର ସେମିଫାଇନାଲ ମ୍ୟାଚ୍‌ରେ ପ୍ରମୋଦଙ୍କ ମୁକାବିଲା ଜାପାନରେ ଡି ଫୁଜିହାରାଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌କୁ ପ୍ରମୋଦ ଏକତରଫା ଭାବେ ୨-୦ ସେଟ୍‌ରେ…

Read More

ଜେଇଇ ମେନ୍ ପରୀକ୍ଷାରେ ଦୁର୍ନୀତି କରି ୭ ଗିରଫ

ନୂଆଦିଲ୍ଲୀ : ଆଶାୟୀ ଛାତ୍ର-ଛାତ୍ରୀଙ୍କୁ ଏନଆଇଟି ପରି ସଂସ୍ଥାରେ ନାମ ଲେଖାଇବାରେ ସାହାଯ୍ୟ କରୁଥିଲେ। ଥରୁଟିଏ ପ୍ରବେଶ ହୋଇଗଲା ପରେ ସମଗ୍ର ଦେଶରେ ପ୍ରତିଟି ଆଶାୟୀଙ୍କଠୁ ୧୨ ରୁ ୧୫ ଲକ୍ଷ ଟଙ୍କା ଆଦାୟ କରୁଥିଲେ। ଏମିତି ଅନିମିୟତା ଅଭିଯୋଗ ହୋଇଛି ଜେଇଇ ମେନକୁ ନେଇ। ମାମଲା ସାମ୍ନାକୁ ଆସିବା ପରେ ଅନେକ ଲୋକଙ୍କ ପଚରାଉଚୁରା କରାଯିବା ସହ ତଦନ୍ତ ଜାରି ରହିଛି। ଯୁଗ୍ମ ପ୍ରବେଶିକା ପରୀକ୍ଷା ଅର୍ଥାତ ଜେଇଇ ମେନ୍ ୨୦୨୧ରେ ହୋଇଥିବା ଅନିୟମିତତା ଅଭିଯୋଗରେ…

Read More

ଉଡ଼ନ୍ତା ଡ୍ରୋନକୁ ଗିଳିଦେଲା କୁମ୍ଭୀର

ନୂଆଦିଲ୍ଲୀ : ଗୁଗୁଲ ଓ ଆଲଫାବେଟସର ସିଇଓ ସୁନ୍ଦର ପିଚାଇ ନିକଟରେ କରିଥିବା ଏକ ଟୁଇଟ ସମସ୍ତଙ୍କୁ ଚକିତ କରିଛି। ଏହି ଭିଡିଓରେ ଘଡ଼ିଆଳ କୁମ୍ଭୀର ମୁହଁରୁ ଆଶ୍ଚର୍ଯ୍ୟଜନକ ଭାବେ ଧୁଆଁ ବାହାରୁଛି। ସୂଚନା ଅନୁଯାୟୀ ଫ୍ଲୋରିଡାରେ ଘଡ଼ିଆଳ କୁମ୍ଭୀର ଡ୍ରୋନକୁ ପାଟିରେ କାମୁଡ଼ି ଧରିଥିବାରୁ ତା’ ମୁହଁରୁ ଧୁଆଁ ବାହାରୁଛି। ଏହି ଘଟଣାର ଦୃଶ୍ୟକୁ ଟୁଇଟରରେ କ୍ରିସ ଏଣ୍ଡରସନ ଆକାଉଣ୍ଟରେ ସେୟାର କରାଯାଇଛି। ଭିଡିଓରେ ଡ୍ରୋନଟି ଉଡୁଥିବା ସମୟରେ ଆଖିପିଛୁଳାକେ କୁମ୍ଭୀରଟି ତାହାକୁ ନିଜ ପାଟିରେ…

Read More

ଆଫଗାନିସ୍ତାନରେ ସରକାର ଗଢିବ ତାଲିବାନ

ନୂଆଦିଲ୍ଲୀ :  ଶନିବାର ତାଲିବାନର ନୂଆ ସରକାର । ମୁଖିଆ ହେବେ ମୁଲ୍ଲା ବରାଦର । ୧୯୯୬ ରୁ ୨୦୦୧ ତାଲିବାନ ସରକାରରେ ବରାଦର ଥିଲେ ରକ୍ଷାମନ୍ତ୍ରୀ । ତେବେ ମୁସଲିମ୍ ଧର୍ମଗୁରୁଙ୍କୁ ନେଇ ଗଠିତ ସୁରା ସମିତି ହାତରେ ରହିବ କ୍ଷମତା । ଏପଟେ କାଶ୍ମୀର ପ୍ରସଙ୍ଗରେ ତାଲିବାନ ସ୍ବର ବଦଳାଇଛି । ତାର ଅସଲ ରଙ୍ଗ ଦେଖାଇ ତାଲିବାନ କହିଛି , କାଶ୍ମୀର ସମେତ ସାରା ବିଶ୍ବର ମୁସଲିମ୍ ଙ୍କ ପାଇଁ ଆମେ ସ୍ବର…

Read More

ଡିସେମ୍ବରରୁ ଶସ୍ତା ହେବ ଖାଇବା ତେଲ

ନୂଆଦିଲ୍ଲୀ : ଡିସେମ୍ବର ପର୍ଯ୍ୟନ୍ତ ଖାଇବା ତେଲ ଦାମ୍‌ ନିୟନ୍ତ୍ରଣକୁ ଆସିବ ନାହିଁ। ନୂଆ ଫସଲ ଅମଳ ହେବା ପରେ ସ୍ଥିତିରେ ସୁଧାର ହେବ ବୋଲି ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି। ଗତ ବର୍ଷକ ଭିତରେ ଭାରତରେ ଖାଇବା ତେଲ ମୂଲ୍ୟରେ ୬୪% ବୃଦ୍ଧି ହୋଇଛି। ସାଧାରଣ ଜନତାଙ୍କୁ ମୂଲ୍ୟ ବାଧୁଛି। ଯେହେତୁ ଭାରତ ଖାଇବା ତେଲର ୬୦% ଆବଶ୍ୟକତା ଆମଦାନି ଜରିଆରେ ପୂରଣ କରୁଥବାରୁ ଆନ୍ତର୍ଜାତିକ ବଜାରରେ ଦାମ୍ ହ୍ରାସ ନହେବା ପର୍ଯ୍ୟନ୍ତ ତେଲ…

Read More

ଆଲବମ୍ ‘ଝିପି ଝିପି ବର୍ଷା’ ଲୋକାର୍ପିତ

ରାୟଗଡ଼ା : ଅବିଭକ୍ତ କୋରାପୁଟ ଜିଲ୍ଲାର ଗୌରବ ତଥା ଓଡ଼ିଆ ସଂଗୀତ ଜଗତର ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ସ୍ଵର୍ଗତ ଅନନ୍ତ ଶାନ୍ତିରାଜ ଖୋସଲାଙ୍କ ସ୍ମୃତିସଭା ଅବସରରେ ତାଙ୍କ ଅନ୍ତିମ ସୃଜନୀ ‘ଝିପି ଝିପି ବର୍ଷା ଆଲବମ’ ଲୋକାର୍ପିତ ହୋଇଛି। ମୁଖ୍ୟଅତିଥି ଭାବେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍, ସମ୍ମାନିତ ଅତିଥି ଭାବେ ବିହନ ନିଗମ ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ ଯୋଗଦେଇଥିଲେ। ଲୋକାର୍ପଣ ସ୍ମତିସଭାରେ ପ୍ରଚ୍ଛଦପଟ ଗାୟିକା ସୁଶ୍ରୀ ଅନ୍ତରା ଚକ୍ରବର୍ତ୍ତୀଙ୍କୁ ପ୍ରଥମ ଶାନ୍ତିରାଜ…

Read More

ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲା ୭ କିମି ଲମ୍ବା ସୁଡ଼ଙ୍ଗ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରୁ ଲାଲକିଲ୍ଲା ପର୍ଯ୍ୟନ୍ତ ସୁଡ଼ଙ୍ଗ। ବାଚସ୍ପତି ରାମ ନିୱାସ ଗୋୟଲ କହିଛନ୍ତି ଲାଲକିଲ୍ଲା ପର୍ଯ୍ୟନ୍ତ ଲମ୍ବି ଏହି ସୁଡ଼ଙ୍ଗର ଲମ୍ବ ପ୍ରାୟ ୭ କିମିର। ବ୍ରିଟିସ୍‌ ସରକାର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଫାଶୀ ଦେବାପାଇଁ ସ୍ଥାନାନ୍ତର କରିବା ବେଳେ ପ୍ରତିରୋଧରୁ ବର୍ତ୍ତିବା ପାଇଁ ଏହି ସୁଡଙ୍ଗ ବ୍ୟବହାର କରୁଥିଲେ। ସେ କହିଛନ୍ତି ଏହି ସୁଡ଼ଙ୍ଗର ଇତିହାସକୁ ନେଇ ବିଶେଷ କିଛି ସ୍ପଷ୍ଟ ହୋଇନାହିଁ। ସୁଡ଼ଙ୍ଗର ଆରମ୍ଭ ଓ ଶେଷ ସଂପର୍କରେ ସୁରାକ୍‌ ମିଳିଥିବାରୁ ଆଗକୁ…

Read More

ଓଟିଡ଼ିସିର ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଜନପଥରେ ଖୋଲିଲା ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ପ୍ରତିଷ୍ଠା ଦିବସରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ଓଡ଼ିଆ ଖାଦ୍ୟକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ଆଗକୁ ପୁରୀ ବ୍ଲୁ ଫ୍ଲାଗ ବେଳାଭୂମି ଓ ସମ୍ବଲପୁରର ରାନୀ ବଖ୍ରୀଠାରେ ‘ନିମନ୍ତ୍ରଣ’ ରେଷ୍ଟୁରାଣ୍ଟ ଖୋଲିବ। ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ଓଡ଼ିଶା ପର୍ଯ୍ୟଟନ ନିଗମର ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଏହି ଅଭିନବ ପ୍ରୟାସର ଭୂୟସୀ ପ୍ରଶଂସା କରିଛନ୍ତି। ‘ନିମନ୍ତ୍ରଣ’’ ଜରିଆରେ…

Read More

ଗ୍ରାମାଞ୍ଚଳ ଷ୍ଟ୍ରିଟ୍ ଲାଇଟ୍ ଟେଣ୍ଡରରେ ଫିକ୍ସି : କଂଗ୍ରେସ

ଭୁବନେଶ୍ୱର : ରାଜ୍ୟର ଗ୍ରାମାଂଚଳରେ ଏଲଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ପାଇଁ ହୋଇଥିବା ୧୫୦କୋଟି ଟଙ୍କାର ଟେଣ୍ଡରେ ଫିକ୍ସି ହୋଇଛି। ନିର୍ଦ୍ଦିଷ୍ଟ କିଛି କମ୍ପାନୀକୁ ସୁହାଇବା ପାଇଁ ରାଜ୍ୟ ସରକାର ଏଭଳି କରିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସୁଦର୍ଶନ ଦାସ ଅଭିଯୋଗ କରିଛନ୍ତି ପଂଚାୟତିରାଜ ବିଭାଗରେ ଷ୍ଟ୍ରିଟ୍ ଲାଇଟ୍ ଟେଣ୍ଡରରେ ବ୍ୟାପକ ଅନିୟମିତତା ଓ ଚଂଚକତା ହୋଇଛି। ଗତ ଏପ୍ରିଲ ୪ ତାରିଖରେ ଷ୍ଟିଟ୍ ଲାଇଟ୍ ଲଗାଇବା…

Read More