janatakhabar.in

ଲୋକଙ୍କ ଦ୍ୱନ୍ଦ୍ଵ ଦୂର ପାଇଁ ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଉ : ସମୀର ମହାନ୍ତି

ଭୁବନେଶ୍ଵର : ରତ୍ନଭଣ୍ଡାର ଖୋଲିବା ଦାବିରେ ବିଜେପି ଗଜପତି ମହାରାଜଙ୍କୁ ଭେଟିବ। ଦଳର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଶ୍ରୀ ମନ୍ଦିର ପରିଚାଳନା କମିଟି ଅଗଷ୍ଟ ୪ ତାରିଖରେ ରିଜଲ୍ୟୁସନ କରି ରତ୍ନ ଭଣ୍ଡାର ଖୋଲିବା ଲାଗି କମିଟି ଗଠନ କରାଯିବ ବୋଲି ସରକାର ଓ ହାଇକୋର୍ଟଙ୍କୁ ଅବଗତ କରିଥିଲେ। ହାଇକୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ କାହିଁକି କମିଟି ଗଠନ ହୋଇନି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ବିଜେପିର…

Read More
janatakhabar.in

ଓଡ଼ିଶାରେ ୧୯ ପରେ ବର୍ଷା : ୯ ପୂର୍ବରୁ କେରଳ ଛୁଇଁବନି ମୌସୁମୀ

ଭୁବନେଶ୍ଵର : ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରାୟ ପ୍ରତ୍ୟେକ ଦିନ ତାଣ୍ଡବ ରଚୁଛି କାଳବୈଶାଖୀ ଲୋକେ ମୌସୁମୀକୁ ଚାତକ ଭଳି ଚାହିଁଛନ୍ତି। ହେଲେ ଜୁନ୍‌ ୯ ପୂର୍ବରୁ ମୌସୁମୀ କେରଳ ଛୁଇଁବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଜ୍ଞାନୀମାନେ ପୂର୍ବାନୁମାନ କରିଛନ୍ତି। ଖବର ଅନୁଯାୟୀ ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟ ବାତ୍ୟା ‘ବିପର୍ଯ୍ୟୟ’ ଉତ୍ତର ଦିଗରେ ଗତିକରି ମୌସୁମୀର ଗତିପଥକୁ ଶୀଥିଳ କରିଛି। ବାତ୍ୟା ଧୀରେଧୀରେ ଉତ୍ତର ଦିଗରେ…

Read More
janatakhabar.in

ସୁନା ଦର ୬୪ ହଜାର ଟପିଲା

ନୂଆଦିଲ୍ଲୀ : ସୁନା ଏବେ ଆକାଶ ଛୁଆଁ। ଦାମ ବଢ଼ି ଚାଲିଥିବା ବେଳେ ୧୦ ଗ୍ରାମ ସୁନାର ମୂଲ୍ୟ ୬୪ ହଜାର ଅତିକ୍ରମ କରିଛି। ଖବର ଅନୁଯାୟୀ ଚେନ୍ନାଇରେ ୨୪ କ୍ୟାରେଟ୍‌ ସୁନାର ଦାମ୍‌ ୧୦ ଗ୍ରାମ ପିଛା ୬୪, ୫୩୦ ଟଙ୍କା ହୋଇଛି। ୨୨ କ୍ୟାରେଟ୍‌ ସୁନା ଦାମ୍‌ ରହିଛି ୫୯, ୧୫୦ ଟଙ୍କା। ସେହିପରି କୋଲକାତାରେ ସୁନା ଦର ୬୪,୪୧୦ ରହିଥିବା ବେଳେ ଦିଲ୍ଲୀ ଏନ୍‌ସିଆର୍‌ରେ ୨୪ କ୍ୟାରେଟ୍‌ ସୁନାର ଦାମ୍‌ ୧୦ ଗ୍ରାମର…

Read More
janatakhabar.in

ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର : ଦୀର୍ଘଦିନ ପରେ ରାଜ୍ୟରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟୁଇଟ୍‌ କରି ଦିଆଯାଇଛି ସୂଚନା। ଦେଶ ଏବଂ ରାଜ୍ୟରେ ବଢ଼ୁଥିବା କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଥିବା କୁହାଯାଇଛି। ଖବର ହେଲା ସରକାରୀ ନିଷ୍ପତ୍ତି ଅନୁଯାୟୀ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା ସମସ୍ତ ସଙ୍ଗଠନ ଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ। ଫଳରେ ସମସ୍ତ ଚିକିତ୍ସକ, ସ୍ୱାସ୍ଥ୍ୟସେବା…

Read More
janatakhabar.in

ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗିରଫ

ନୂଆଦିଲ୍ଲୀ : ଟିଡିପି ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ସିଆଇଡି ଟିମ ଗିରଫ କରିଛି। ଏହାକୁ ଦଳୀୟକର୍ମୀ ଓ ଚନ୍ଦ୍ରବାବୁଙ୍କ ସମର୍ଥକ ଗ୍ରହଣ କରିପାରିନଥିଲେ। ସେମାନେ ଗିରଫଦାରୀକୁ ପ୍ରବଳ ବିରୋଧ କରିବା ସହିତ ପୋଡାଜଳା, ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଖବର ଅନୁଯାୟୀ ଚନ୍ଦ୍ରବାବୁ ନାଇଡୁ ଓ ତାଙ୍କ ପୁଅ ନାଁରେ ୨୫୦ କୋଟି ଟଙ୍କାର ସ୍କିଲ ଡେଭଲପମେଂଟ ଦୁର୍ନୀତି ଅଭିଯୋଗ ରହିଛି। ୨୦୧୬ ମସିହାରେ ରାଜ୍ୟର ବେକାରି ଯୁବକଙ୍କୁ ସ୍କିଲ…

Read More
janatakhabar.in

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ ସଂଖ୍ୟା ୩୦୧, ଶବ ଚିହ୍ନଟ ପାଇଁ ଡିଏନଏ ପରୀକ୍ଷା ହେବ

ଭୁବନେଶ୍ୱର : ବାହାନଗାଠାରେ ଘଟିଥିବା ଭୟାବହ ଟ୍ରେନ ଦୁର୍ଘଟଣାରେ ୩୦୧ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଶବ ଚିହ୍ନଟ ପାଇଁ ଆବଶ୍ୟକ ପଡ଼ିଲେ ରାଜ୍ୟ ଫୋରେନ୍ସିକ ଲ୍ୟାବ୍ ଦ୍ୱାରା ଡିଏନଏ ପରୀକ୍ଷା କରାଯିବ ବୋଲି କହିଛନ୍ତି ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା। ଶନିବାର ସନ୍ଧ୍ୟାରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ସଚିବ ଶ୍ରୀ ଜେନା କହିଛନ୍ତି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଦୁର୍ଘଟଣାଗ୍ରସ୍ତ ୧୧୭୫ଜଣ ଯାତ୍ରୀ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ୭୯୩ଜଣଙ୍କୁ ଇତିମଧ୍ୟରେ ଡିସଚାର୍ଜ କରାଯାଇଥିବାବେଳେ ୩୮୨ଜଣ…

Read More
janatakhabar.in

ଧରାପଡ଼ିଲା ମଣିଷଖିଆ ବାଘ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ମାତିଥିବା ମଣିଷଖିଆ କଲରାପତିରିଆ ବାଘ କୋଦୋପାଲି ଗାଁ’ରୁ ଧରାପଡ଼ିଥିବା ଜଣାପଡିଛି। ଖବର ଅନୁଯାୟୀ ଶନିବାର ସନ୍ଧ୍ୟାରେ ବାଘ କୋଦୋପାଲି ଗାଁରେ ବୁଲୁଥିବା ଦେଖି ଗାଁ ଲୋକେ ପାଟି କରିଥିଲେ। ପାଟିଶୁଣି ବାଘ ଖାଲି ପଡ଼ିଥିବା ଜିରାଖଣ୍ଡ ସାହୁଙ୍କ ଘ‌ରେ ପଶି ଯିବାରୁ ଲୋକେ କବାଟ ବନ୍ଦ କରି ଦେଇଥିଲେ। ପରେ ବନ ବିଭାଗ କର୍ମଚାରୀ ପହଞ୍ଚି ବାଘକୁ ଯନ୍ତାରେ ପୁରାଇ ନେଇଯାଇଛନ୍ତି। ୪ ଦିନ ତଳେ ଜଣେ ବାଳକ ଓ ସିଲିଆରିବାହାର…

Read More
janatakhabar.in

ସେକ୍ସ ରାକେଟ୍ ଚଳାଉଥିଲେ ଇମ୍ରାନ ଖାନ ଓ ତୃତୀୟ ପତ୍ନୀ

ଇସଲାମବାଦ : ଜେଲରେ ଥିବା ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିଛି ସଙ୍ଗିନ ଅଭିଯୋଗ। ଇମ୍ରାନ ଓ ତାଙ୍କ ତୃତୀୟ ପତ୍ନୀ ବୁଶରା ବିବି ସେକ୍ସ ରାକେଟ୍ ଚଳାଉଥିବା ଆରୋପ ଆଣିଛନ୍ତି ଅନାଥ ଆଶ୍ରମର ପୂର୍ବତନ ସୁପରିଟେଣ୍ଡେଣ୍ଟ ଥିବା ଜଣେ ମହିଳା। ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କାଶାନା ୱେଲଫେୟାର ହାଉସର ପୂର୍ବ ସୁପରିଟେଣ୍ଡେଣ୍ଟ ଅଫାଶା ଲତିଫ୍ ଅଭିଯୋଗ କରିଛନ୍ତି ଇମ୍ରାନ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅନାଥ ପିଲାମାନଙ୍କୁ ତାଙ୍କ ଘରକୁ ପଠାଯାଉଥିଲା। ସେଠାରେ…

Read More
janatakhabar.in

ଭୀମ ପୃଷ୍ଟି ପାଇବେ ୪୪ତମ ଶାରଳା ପୁରସ୍କାର

ଭୁବନେଶ୍ୱର : ଚଳିତବର୍ଷ କଥାକାର ଭୀମ ପୃଷ୍ଟି ପାଇବେ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର। ୨୦୧୭ ପଶ୍ଚିମା ପବ୍ଲିକେଶନ୍‍ ଦ୍ୱାରା ପ୍ରକାଶିତ ଉପନ୍ୟାସ ‘ଜମ୍ବୁଲୋକ’ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିବ। ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଲେଖକଙ୍କୁ ଉତ୍ତରୀୟ, ସମ୍ମାନପତ୍ର ଓ ଫଳକ ସହିତ ପାଞ୍ଚ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ। ଭୀମ ପୃଷ୍ଟିଙ୍କ ‘ଜମ୍ବୁଲୋକ’ ସହିତ ଚୂଡ଼ାନ୍ତ ପର୍ଯ୍ୟାୟ ବିଚାର ପ୍ରକ୍ରିୟାରେ ସାମିଲ ହୋଇଥିବା ଅନ୍ୟ ପୁସ୍ତକଗୁଡ଼ିକ ଥିଲା…

Read More

ଭିଆର ଚୌଧୁରୀ ହେବେ ବାୟୁସେନାର ନୂଆ ମୁଖ୍ୟ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଭାରତୀୟ ବାୟୁସେନାର ନୂଆ ମୁଖ୍ୟ ଭାବେ ଏୟାର ମାର୍ସାଲ ଭି.ଆର.ଚୌଧୁରୀଙ୍କୁ ନିଯୁକ୍ତ କରିଛନ୍ତି। ଏନେଇ ଆଜି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ସେପ୍ଟେମ୍ବର ୩୦ରେ ବର୍ତ୍ତମାନର ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ ଆରକେଏସ୍ ଭାଦୁରିଆ ଅବସର ଗ୍ରହଣ କରିବା ପରେ ସେ ଦାୟିତ୍ୱ ଗ୍ରହଣ କରିବେ। ଏବେ ସେ ବାୟୁସେନାର ଉପମୁଖ୍ୟ ଓ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର କମାଣ୍ଡର-ଇନ-ଚିଫ ଅଛନ୍ତି। ସୂଚନାଯୋଗ୍ୟ ୧୯୮୨…

Read More