ମେଡିକାଲ କଲେଜ ଦାବିରେ ଭଦ୍ରକ ଜିଲ୍ଲାପାଳଙ୍କୁ ଦାବିପତ୍ର

ଭଦ୍ରକ : ଭଦ୍ରକ ଜିଲ୍ଲାରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଉ। ଏହି ଦାବିରେ ଭଦ୍ରକ ଜିଲ୍ଲା ମେଡ଼ିକାଲ କଲେଜର ପ୍ରତିଷ୍ଠା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଜିଳାପାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାର ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଇଛୁକ ରଖିଥିବା ବେଳେ ରାଜ୍ୟ ସରକାର କାହିଁକି ଇଚ୍ଛା ପ୍ରକାଶ କରି ନାହାନ୍ତି ତାହାକୁ ନେଇ ବୁଦ୍ଧିଜୀବିମାନେ ପ୍ରଶ୍ନ ଉଠାଇଛନ୍ତି।

ସୂଚନଯୋଗ୍ୟ ଭଦ୍ରକର ମେଡ଼ିକାଲ କଲେଜ୍ ଦାବି ୧୫ ବର୍ଷରୁ ଅଧିକ ହେଲା ହୋଇଆସୁଛି। ତେବେ ଦାବି ରାଜ୍ୟ ସରକାରଙ୍କ ପାଖରେ ଠିକଭାବେ ଉପସ୍ଥାପନ କରାଯାଉନଥିବା ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି। ଆଜି ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ସମୟରେ କମିଟିର ଆବାହକ ଡାକ୍ତର ହରେକୃଷ୍ଣ ନାୟକ, ଡାକ୍ତର ପ୍ରଦୀପ ନାୟକ, ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମାଜସେବୀ ସୁଧାକର ରାଉତ, ଡ୍ ରାଧାରାଣୀ ମହାପାତ୍ର, ଗିତାରଣୀ ଆଇଚ, ଆଇନଜୀବୀ ସନ୍ତୋଷ ଦାସ, ଅମର ପାଣିଗ୍ରାହୀ, ଜଗନ୍ନାଥ ରାଉତ, ବିପ୍ଳବ ହୋତା, ବାଇଲୋଚନ ବେହୂରିଆ, ଗୌରାଙ୍ଗ ବାରିକଙ୍କ ସମେତ ଭଦ୍ରକର ଶତାଧିକ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ରାଜ୍ୟ ସରକାର ମେଡ଼ିକାଲ କଲେଜ ପ୍ରତିଷ୍ଠା ନକଲେ ଆଗାମୀ ଦିନରେ ଜିଲ୍ଲା ବ୍ୟାପି ଆନ୍ଦୋଳନ ଜୋରଦାର କରାଯିବ ବୋଲି କମିଟି ତରଫରୁ ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button