ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରୁ ଲୋକେ ଟମାଟୋ ବୋହିନେଲେ

କୁଚିଣ୍ଡା : ମାଗଣା ସାମଗ୍ରୀ ପାଇଁ ପ୍ରତିଯୋଗିତା। ଏଭଳି ଘଟଣା ସମ୍ବଲପୁର ଜମନକିରା ଥାନା ଅଧୀନ ବଡ଼ରମା ନିକଟରେ ଦେଖିବାକୁ ମିଳିଛି। ଆମ୍ବଲାଙ୍ଗ ସ୍ଥିତ ପିଠାମାରେନ ବୁଲାଣି ଠାରେ ଏକ ଟମାଟୋ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଡ୍ରାଇଭର ଓ ହେଲଫର ଆହତ ହୋଇଥିଲେ। କିନ୍ତୁ ସେମାନଙ୍କ କଥା କେହି ଚିନ୍ତା କଲେନାହିଁ। ଯେଉଁମାନେ ସେଠାକୁ ଆସିଲେ ସେମାନେ ଟମାଟୋ ବୋହି ନେବାରେ ବ୍ୟସ୍ତ ରହିଲେ।

ଖବର ଅନୁଯାୟୀ ଆଜି ସକାଳୁ ଏକ ‌ଟମାଟୋ ବୋଝେଇ ଟ୍ରକ୍‌ ସମ୍ବଲପୁରରୁ ଜମନକିରା ଅଭିମୁଖେ ଯାଉଥିଲା। ବଡରମା ନିକଟ ଆମ୍ବଲାଙ୍ଗ ସ୍ଥିତ ପିଠାମାରେନ ବୁଲାଣି ଠାରେ ଟ୍ରକଟି ଭାରସାମ୍ୟ ହରାଇବାରୁ ଓଲଟି ପଡ଼ିଥିଲା। ଗାଡିର ଡ୍ରାଇଭର ଓ ହେଲ୍‌ପର ଆହତ ହୋଇ ଛଟପଟ ହେଉଥିଲେ। କିନ୍ତୁ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଆହତ ଦ୍ଵୟଙ୍କୁ ମେଡିକାଲ ପଠାଇବାର ବ୍ୟବସ୍ଥା କରିବା ପରିବର୍ତ୍ତେ ବସ୍ତା, ବ୍ୟାଗ ଓ ଟ୍ରେ’ ଆଣି ଟମାଟୋ ବୋହିବାରେ ଲାଗିପଡିଲେ। ଏଥିରୁ ସ୍ପଷ୍ଟ ହେଉଛି ସ୍ଵାର୍ଥ ଆଗରେ ମାନବିକତାର କିଛି ମୂଲ୍ୟ ନାହିଁ। ଦିନକୁ ଦିନ ଲୋକଙ୍କ ଠାରୁ ଏହା ଦୂରେଇ ଯାଉଛି। ଯାହାବି ହେଉ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଟ୍ରକ୍‌ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରି ଜମନକିରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button