ମନ୍ଦିର ଜମିର ମାଲିକ ପୂଜାରୀ ହୋଇପାରିବେନି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମନ୍ଦିର ଜମି ଉପରେ କେବଳ ଭଗବାନଙ୍କ ମାଲିକାନା ହକ ରହିଛି। ପୂଜାରୀ କିମ୍ବା କୌଣସି ସରକାରୀ ଅଧିକାରୀ ସେହି ଜମିରେ ଅଧିକାର ଜାହିର କରି ପାରିବେ ନାହିଁ। ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏଥିପାଇଁ କୋର୍ଟ ଅଯୋଧ୍ୟାର ରାମ ଜନ୍ମଭୂମି ନିଷ୍ପତ୍ତିର ଉଦାହରଣ ଦେଇଛନ୍ତି।

ସାଧାରଣତଃ ଦେଖିବାକୁ ମିଳିଥାଏ ମନ୍ଦିରର ଜମି ଉପରେ ପୂଜାରୀ ନିଜର ଅଧିକାର ସାବ୍ୟସ୍ତ କରିଥାନ୍ତି। ସରକାରୀ କାଗଜପତ୍ରରେ ପୂଜାରୀଙ୍କ ନାମ ଲେଖି ଦିଆଯାଏ। ଏହାପରେ ପୂଜାରୀ ନିଜ ଇଚ୍ଛାରେ ମନ୍ଦିରର ଜମି ବିକ୍ରି କରିଥାନ୍ତି। ସେଥିପାଇଁ ମଧ୍ୟପ୍ରଦେଶ ସରକାର ଏକ ଅଧିସୂଚନା ଜାରି କରିଥିଲେ। ସୋମବାର ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ସରକାରଙ୍କ ଅଧିସୂଚନା ଉପରେ ମୋହର ମାରିଛନ୍ତି। ଯେଉଁଥିରେ ରହିଛି ମନ୍ଦିରର ଜମି ଉପରେ ପୂଜାରୀଙ୍କ ମାଲିକାନା ଅଧିକାର ରହିବ ନାହିଁ। ପୂଜାରୀ କାମ କେବଳ ମନ୍ଦିର ଓ ଜମିର ଦେଖାଶୁଣା କରିବେ। ସେହିପରି ଜମିର ମାଲିକାନା ଅଧିକାର କୌଣସି ସରକାରୀ ଅଧିକାରୀଙ୍କ ପାଖରେ ରହିବ ନାହିଁ କିମ୍ବା ସେମାନେ ଜମି ସହ ସଂପର୍କିତ ମାମଲାର ନିଷ୍ପତ୍ତି ନେଇ ପାରିବେନି। ମନ୍ଦିର ଜମିର ମାଲିକାନା ମନ୍ଦିରରେ ବିରାଜମାନ ଭଗବାନଙ୍କର ରହିବ।

Leave a Reply

Your email address will not be published. Required fields are marked *

Back to top button