ପୂର୍ବତନ ସରପଞ୍ଚ ରମ୍ଭା ପାତ୍ର ଓ ସ୍ୱାମୀ ନିରଞ୍ଜନଙ୍କୁ ହତ୍ୟା ସନ୍ଦେହ

ଘଷିପୁରା : କୂଅ ଭିତରୁ ପୂର୍ବତନ ମହିଳା ସରପଞ୍ଚ ଓ ଚୌକିଦାର ସ୍ୱାମୀଙ୍କ ମୃତଦେହ କୂଅରୁ ଉଦ୍ଧାର ହୋଇଛି। ଏ ଦୁହିଁଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ଖବର ଅନୁଯାୟୀ ରମ୍ଭା ପାତ୍ର କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ କେ.ବାଲିପାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ। ସ୍ୱାମୀ ନିରଞ୍ଜନ ବଉଳା ଫାଣ୍ଡିର ଗ୍ରାମରକ୍ଷୀ। ମଙ୍ଗଳବାର ରାତିରୁ ଉଭୟଙ୍କୁ କେହି ଦୁର୍ବୁତ୍ତ ହତ୍ୟାକରି ଘର ପାଖ କୂଅରେ ପକାଇ ଦେଇଥିଲେ। ସେମାନେ ମୟୂରନଚା ଗାଁରେ ରହୁଥିଲେ। ବୁଧବାର ଗାଁ ଲୋକ ଯାଇଥିଲେ। ହେଲେ ଘରେ କାହାକୁ ନଦେଖି ଡ଼ାକିଥିଲେ ହେଁ କେହି ଶୁଣିନଥିଲେ। ସେମାନେ କବାଟ ଖୋଲି ବାଡି ଭିତରକୁ ଯିବାରୁ ରକ୍ତ ପଡ଼ିଥିବା ବେଳେ କୂଅରେ ରମ୍ଭା ପାତ୍ରଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବରପାଇ ସୋସୋ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରେ ୨ଟିଯାକ ଶବ ପଡିଥିବା ଦେଖିବାକୁ ପାଇଥିଲେ। ଏନେଇ ନିରଞ୍ଜନଙ୍କ ପୁତୁରା ସୋସୋ ଥାନାରେ ଅଭିଯୋଗ କରିଛନ୍ତି। ଆଜି ସକାଳୁ ପୋଲିସ ଶବ ଉଦ୍ଧାର କରିବା ସହିତ ଅଧିକ ତଦନ୍ତ ଚଳାଇଛି। ହତ୍ୟାର କାରଣ ଜଣାପଡିନି।

Leave a Reply

Your email address will not be published. Required fields are marked *

Back to top button