ଆଇପିଏସଙ୍କୁ ମହିଳା ଡାକ୍ତରଙ୍କ ଧମକ : ବିବାହ ନକଲେ ଫସାଇଦେବି

ଜୟପୁର : ମୋତେ ବିବାହ ନକଲେ ଦୁଷ୍କର୍ମ ମାମଲାରେ ଫସାଇଦେବି। ଯୁବ ଆଇପିଏସ ଅଫିସରଙ୍କୁ ଏପରି ଧମକ ଦେଇଛନ୍ତି ଜଣେ ମହିଳା ଡାକ୍ତର। ଘଟଣାଟି ରାଜସ୍ଥାନର ଜୟପୁରରେ ଘଟିଛି।

ଖବର ଅନୁଯାୟୀ ରାଜସ୍ଥାନ ପ୍ରଶାସନିକ ସେବାରେ ଥିବାବେଳେ ଯୁବ ଅଫିସରଙ୍କର ମହିଳା ଡାକ୍ତରଙ୍କ ସହ ଯୋଗାଯୋଗ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ଥିଲା ଭଲ ସମ୍ପର୍କ। କିନ୍ତୁ ଆରଏଏସରୁ ଆଇପିଏଏସ୍ ପାଇବା ପରେ ମହିଳା ଡାକ୍ତର ବିବାହ କରିବା ପାଇଁ ଚାପ ପକାଇବା ଆରମ୍ଭ କଲେ। ଆଉ ଧମକ ଦେଇଥିଲେ ବିବାହ ନକଲେ ଦୁଷ୍କର୍ମ ଅଭିଯୋଗରେ ଫସାଇଦେବି। ମହିଳା ଡାକ୍ତର ଜଣକ ବିବାହିତ ହୋଇଥିଲେ ହେଁ ସ୍ଵାମୀଙ୍କୁ ଛାଡ଼ି ଆଇପିଏସ୍ ଅଫିସରଙ୍କୁ ବିବାହ କରିବାକୁ ଅଡି ବସିଥିଲେ। ଏଥିରେ ଯୁବ ଅଫିସର ଅରାଜି ହେବାରୁ ମହିଳା ଡାକ୍ତର ମାଗିଥିଲେ ୫୦ଲକ୍ଷ ଟଙ୍କା। ବାରମ୍ବାର ଏଭଳି ଧମକ ଦେବାରୁ ଯୁବ ଅଫିସର ରାଜେଶ କୁମାର ମୀନା ଜୟପୁରର ଜବାହର ସର୍କଲ ଥାନାରେ ପହଞ୍ଚି ଏତଲା ଦେଇଥିବା ଜଣାପଡ଼ିଛି।

ଏ ସମ୍ପର୍କରେ ଜୟପୁରର ମାଲବିୟ ନଗରରେ ରହୁଥିବା ୩୩ବର୍ଷିୟ ରାଜେଶ କୁମାର ମୀନା କହିଛନ୍ତି ୨୦୨୦ରେ ଡୁଙ୍ଗରପୁରରେ ଆରଏଏସ ଭାବରେ ମୁତୟନ ହେବା ସମୟରେ ମୁଁ ଡାକ୍ତର ପ୍ରିୟଙ୍କାଙ୍କୁ ଭେଟିଥିଲି। ସେ ମୋତେ କହିଥିଲେ ମୁଁ ମଧ୍ୟ ଆରଏସଏସ ପାଇଁ ପ୍ରସ୍ତୁତ ହେଉଛି। ଏଥିପାଇଁ ଆମ ମଧ୍ୟରେ ବାର୍ତ୍ତାଳାପ ଆରମ୍ଭ ହୋଇଥିଲା। କିଛିଦିନ ମଧ୍ୟରେ ଆମେ ଭଲ ବନ୍ଧୁ ହୋଇଥିଲୁ। ପ୍ରିୟଙ୍କା ବିବାହିତ ହୋଇଥିଲେ ମଧ୍ୟ ମୋ ପାଇଁ ଖାଇବା ରୋଷେଇ କରି ଆଣନ୍ତି। ଆବଶ୍ୟକ ସମୟରେ ସେ ମୋତେ ୩ ଲକ୍ଷ ଟଙ୍କା ଦେଇଥିଲେ। ଯାହାକୁ ମୁଁ ଫେରାଇ ଦେଇଛି। ଏହାପରେ ଏସଡିଏମ ଭାବେ ପୋଷ୍ଟିଂ ହେବାରୁ ମୁଁ ଅନ୍ୟ ସ୍ଥାନକୁ ଚାଲିଯାଇଥିଲି। ତଥାପି ପ୍ରିୟଙ୍କା ମୋତେ ଦେଖା କରିବାକୁ ଆସୁଥିଲେ। ୨୦୨୧ରେ ମୁଁ ଆଇପିଏସ୍ ହେବା ଜାଣି ସେ ତାଙ୍କ ସ୍ଵାମୀଙ୍କୁ ଛାଡ଼ପତ୍ର ଦେଇ ମୋତେ ବିବାହ କରିବାକୁ ଚାହୁଥିବା କହିଥିଲେ। ମୁଁ ମନା କରିବାରୁ ସେ ମୋତେ ଧମକ ‌ଦେବା ଆରମ୍ଭ କଲେ।

Leave a Reply

Your email address will not be published. Required fields are marked *

Back to top button